ETV Bharat / bharat

ନକ୍ସଲଙ୍କ କବଜାରୁ ମୁକୁଳିଲେ କୋବ୍ରା ଯବାନ ରାକେଶ୍ବର

author img

By

Published : Apr 8, 2021, 5:10 PM IST

Updated : Apr 8, 2021, 7:21 PM IST

ତରେମ ଜଙ୍ଗଲରୁ ନିଖୋଜର 5 ଦିନ ପରେ ଯବାନ ରାକେଶ୍ବରଙ୍କୁ ଗୁରୁବାର ବନ୍ଦୀ ମୁକ୍ତ କରିଛନ୍ତି ନକ୍ସଲ । ସୂଚନା ଅନୁଯାୟୀ ନକ୍ସଲମାନେ ପଣବନ୍ଦୀ ଯବାନଙ୍କୁ ମୁକ୍ତ କରାଯାଇଛି ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ପଣବନ୍ଦୀ କୋବ୍ରା ଯବାନଙ୍କୁ ଛାଡିବେ ନକ୍ସଲ !
ପଣବନ୍ଦୀ କୋବ୍ରା ଯବାନଙ୍କୁ ଛାଡିବେ ନକ୍ସଲ !

ରାୟପୁର: ପଣବନ୍ଦୀ କୋବ୍ରା ଯବାନ ରାକେଶ୍ବର ସିଂ ମାନହାସଙ୍କୁ ନେଇ ସାମ୍ନାକୁ ଆସିଛି ବଡ ଖବର । ତରେମ ଜଙ୍ଗଲରୁ ନିଖୋଜର 5 ଦିନ ପରେ ଯବାନ ରାକେଶ୍ବରଙ୍କୁ ଗୁରୁବାର ବନ୍ଦୀ ମୁକ୍ତ କରିଛନ୍ତି ନକ୍ସଲ ।

ନକ୍ସଲଙ୍କ କବଜାରୁ ମୁକୁଳିଲେ କୋବ୍ରା ଯବାନ ରାକେଶ୍ବର

କୋବ୍ରା ଜବାନ ରାକେଶ୍ୱର ସିଂହ ନକ୍ସଲଙ୍କ କବଳରୁ ମୁକ୍ତ ହେବା ପରେ ତାଙ୍କୁ ବିଜାପୁରକୁ ଆଣାଯାଇଛି । ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା ପରେ ତାଙ୍କୁ ରାୟପୁର ଅଣାଯିବ । ବିଜାପୁର ନକ୍ସଲ ଆକ୍ରମଣ ଘଟଣା ପରେ ନିଖୋଜ ଥିଲେ ଜମ୍ମୁକାଶ୍ମୀର କୋବ୍ରା ଯବାନ ରାକେଶ୍ବର ସିଂ । ତେବେ ପରେ ରାକେଶ୍ବର ନକ୍ସଲଙ୍କ କବଜାରେ ଥିବା ନେଇ ସୂଚନା ମିଳିଥିଲା ।

ନିଖୋଜ କୋବ୍ରା ବାଟାଲିୟନ ଯବାନ ରାକେଶ୍ବର ସିଂଙ୍କୁ କବଜାରେ ରଖିଥିବା ନେଇ ଦାବି କରିଥିଲେ ନକ୍ସଲ । ବୁଧବାର ସକାଳେ କମାଣ୍ଡୋ ରାକେଶ୍ବରଙ୍କ ଏକ ଫଟୋ ସାମ୍ନାକୁ ଆସିଥିଲା । ସୁକମାର ଜଣେ ସ୍ଥାନୀୟ ସମ୍ବାଦଦାତା ଦାବି କରିଥିଲେ, ନକ୍ସଲମାନେ ତାଙ୍କୁ ଏହି ଫଟୋ ପଠାଇଛନ୍ତି । ସମ୍ବାଦଦାତାଙ୍କ କହିବାନୁଯାୟୀ ନକ୍ସଲମାନେ ତାଙ୍କୁ ଫୋନ କରିଥିଲେ ।

ଛତିଶଗଡ ବିଜାପୁର ନକ୍ସଲ ଆକ୍ରମଣ ଘଟଣାକୁ ନେଇ ମଙ୍ଗଳବାର ବୟାନ ଜାରି କରିଥିଲା ମାଓ ସଂଗଠନ । ପ୍ରେସ ବିଜ୍ଞପ୍ତି ଜାରି କରି ଆକ୍ରମଣକୁ ନେଇ ନିଜକୁ ଦାୟୀ କରିଛି କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) । ମାଓ ସଂଗଠନ ପକ୍ଷରୁ ଜାରି ବୟାନରେ ନିଖୋଜ କୋବ୍ରା ବାଟାଲିୟନ ଯବାନକୁ ପଣବନ୍ଦୀ ନେଇ ସ୍ପଷ୍ଟ କରାଯାଇଥିଲା ।

ଅପହୃତ ସିଆରପିଏଫ କୋବ୍ରା ଯବାନ ସୁରକ୍ଷିତ ଥିବା ଫୋନ କରି ଗଣମାଧ୍ୟମକୁ ଜଣାଇଥିଲେ ମାଓବାଦୀ । ବହୁଶୀଘ୍ର ଅପହୃତ ଯବାନଙ୍କୁ ମାଓ କବଜାରୁ ମୁକ୍ତ କରାଯିବା ନେଇ କହିଥିଲେ ମାଓ ନେତା । ସରକାର ଖୁବଶୀଘ୍ର ମଧ୍ୟସ୍ଥତା ସ୍ଥିର କରିବା ପାଇଁ ମାଓବାଦୀ ଅପିଲ କରିଥିଲେ ।

Last Updated : Apr 8, 2021, 7:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.