ETV Bharat / bharat

ଛତିଶଗଡରେ ମାଓବାଦୀଙ୍କ ବର୍ବର କାଣ୍ଡ, ପୋଲିସ କର୍ମୀଙ୍କୁ ଗଳା କାଟି ହତ୍ୟା

author img

By

Published : Feb 21, 2023, 12:08 PM IST

ବିଜାପୁରରେ ପୋଲିସ କର୍ମୀଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ । ଗତକାଲି ମାଓବାଦୀଙ୍କ ଗୁଳି ମାଡରେ ଦୁଇ ଯବାନ ଶହୀଦ ହୋଇଥିଲେ । ଅଧିକ ପଢନ୍ତୁ

Naxalites hack policeman to death
Naxalites hack policeman to death

ରାୟପୁର: ଛତିଶଗଡରେ ଥମିବାର ନାଁ ଧରୁନି ମାଓବାଦୀଙ୍କ ବର୍ବରତା । ପୁଣି ଜଣେ ହେଡ କନେଷ୍ଟବଳଙ୍କୁ ଘରେ ପଶି ହତ୍ୟା ହତ୍ୟା କଲେ ମାଓବାଦୀ । ସୋମବାର ବିଳମ୍ବିତ ରାତିରେ ବିଜାପୁର ଜିଲ୍ଲା ଭୈରମଗଡ ପୋଲିସ ଷ୍ଟେସନ ଅନ୍ତର୍ଗତ କାଦେନାର ଠାରେ ମାଓବାଦୀଙ୍କ ଦ୍ବାରା ପୋଲିସ କର୍ମୀଙ୍କୁ ହତ୍ୟା କରାଯାଇଥିବା ନେଇ ଛତିଶଗଡ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, '' ମାଓବାଦୀମାନେ ହେଡ କନେଷ୍ଟବଳ ପିଣ୍ଡିରାମ ଭେଟିଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତ ପୋଲିସ କର୍ମୀଙ୍କୁ ଦାନ୍ତେଓ୍ବାଡେ ଜିଲ୍ଲାର ପୋଲିସ ଲାଇନ୍ସରେ ପୋଷ୍ଟ କରାଯାଇଥିଲା । ସେ ତାଙ୍କ ଭାଇଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କାଦେନାର ଗ୍ରାମକୁ ଯାଇଥିଲେ । ବିବାହରେ ଯୋଗଦେବା ପରେ ସେ ନିକଟସ୍ଥ ଏକ ଗ୍ରାମରେ ବିଶ୍ରାମ ନେଉଥିଲେ, ଯେଉଁଠାରେ ମାଓବାଦୀମାନଙ୍କ ଏକ ଗୋଷ୍ଠୀ ଘରେ ପଶି ତାଙ୍କୁ ହତ୍ୟା କରିଛନ୍ତି ।'' ଗଳା କାଟି ହେଡ କନଷ୍ଟେବଳଙ୍କୁ ହତ୍ୟା କରାଯାଇଥିବା ଦାନ୍ତେଓ୍ବାଡେ ଅତିରିକ୍ତ ପୋଲିସ ଅଧୀକ୍ଷକ ଆର କେ ବରମାନ ସୂଚନା ଦେଇଛନ୍ତି ।

ଜିଲ୍ଲାର ଜିଡାମ ପୋଲିସ ଷ୍ଟେସନ ଅନ୍ତର୍ଗତ ଗୁମାଲନାର ଗାଁର ବାସିନ୍ଦା ହେଉଛନ୍ତି ହେଡ କନଷ୍ଟେବଳ ପିଣ୍ଡିରାମ ଭେଟି । ନିକଟରେ ବିଶାଖାପାଟନମରେ ଏକ ଟ୍ରେନିଂରେ ଯୋଗ ଦେଇ ସେ ଛତିଶଗଡ ଫେରି ଆସିଥିଲେ । ଗତ 4 ଦିନ ଧରି ସେ ଛୁଟିରେ ଥିଲେ । ଏହି ସମୟରେ ତାଙ୍କୁ ହତ୍ୟା କରାଯାଇଛି । ଏହି ଖବର ମିଳିବା ପରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ପୋଲିସ ଅଧିକାରୀ କହିଛନ୍ତି ।

ଗତକାଲି ଛତିଶଗଡର ରାଜନନ୍ଦଗାଓଁରେ ମାଓବାଦୀଙ୍କ ଗୁଳିରେ ଦୁଇ ଯବାନ ଶହୀଦ ହୋଇଥିଲେ । ବୋରଟଲାଭ ପୋଲିସ ଷ୍ଟେସନ ଅଞ୍ଚଳର ଗୋଣ୍ଡିଆ ମହାରାଷ୍ଟ୍ରର ଚେକ୍ ପୋଷ୍ଟରେ ଡ୍ୟୁଟିରେ ଥିବାବେଳେ ଯବାନଙ୍କୁ ଗୁଳି କରି ହତ୍ୟା କରିଥିଲେ ମାଓବାଦୀ । ଦୁଇ ଶହୀଦ ଯବାନ ହେଉଛନ୍ତି ହାବିଲଦାର ରାଜେଶ ଏବଂ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା ଲଲିତ ।

ଗତକାଲି ସକାଳ ସମୟରେ ବୋରଟଲାଭ ପୋଲିସ ଷ୍ଟେସନ ଅଞ୍ଚଳର ଗୋନ୍ଦିଆ ସୀମାରେ ଯବାନଙ୍କ ଦ୍ବାରା ମୋବାଇଲ ଚେକ୍ ପୋଷ୍ଟ ସ୍ଥାପନ କରାଯାଇଥିଲା । ସେଠାରେ ଚେକିଂ ଜାରି ରହିଥିବା ବେଳେ ମାଓବାଦୀ ଆସି ହଠାତ୍‌ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଫଳରେ ଘଟଣାସ୍ଥଳରେ ଦୁଇ ଯବାନ ଶହୀଦ ହୋଇଥିଲେ । ଏନେଇ ସୂଚନା ପାଇବା ମାତ୍ରେ ଏକ ସ୍ବତନ୍ତ୍ର ଫୋର୍ସକୁ ଘଟଣାସ୍ଥଳକୁ ପଠାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ତେବେ ଲଗାତାର ଭାବେ ଲାଲବାହିନୀ ଏପରି କାଣ୍ଡ ଘଟାଉଥିବା ବେଳେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.