ETV Bharat / bharat

ଛତିଶଗଡରେ ବିଜେପି ଜିଲ୍ଲା ସଭାପତିଙ୍କୁ ନକ୍ସଲଙ୍କ ହତ୍ୟା, ଗ୍ରାମରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଲେ ନଡ୍ଡା - ବଜେପି ନେତାଙ୍କୁ ହତ୍ୟା କଲେ ନକ୍ସଲ

ଛତିଶଗଡରେ ପୁଣି ଲାଲବାହିନୀର ଟାର୍ଗେଟରେ ଆଉ ଜଣେ ବିଜେପି ନେତା । ଗତକାଲି ନାରାୟଣପୁର ଜିଲ୍ଲା ବିଜେପି ସଭାପତି ସାଗର ସାହୁଙ୍କୁ ଗୁଳି କରି ହତ୍ୟା କରିଥିଲେ ନକ୍ସଲ । ଆଜି ଶେଷକୃତ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଦଳର ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେ.ପି ନଡ୍ଡା । ଅଧିକ ପଢନ୍ତୁ

ଛତିଶଗଡରେ ପୁଣି ଜଣେ ବଜେପି ନେତାଙ୍କୁ ହତ୍ୟା କଲେ ନକ୍ସଲ

author img

By

Published : Feb 11, 2023, 10:03 PM IST

Updated : Feb 12, 2023, 7:40 AM IST

ରାୟପୁର: ଛତିଶଗଡରେ ପୁଣି ଲାଲବାହିନୀର ଟାର୍ଗେଟରେ ଆଉ ଜଣେ ବିଜେପି ନେତା । ଗତକାଲି (ଶୁକ୍ରବାର) ନାରାୟଣପୁର ଜିଲ୍ଲା ବିଜେପି ସଭାପତି ସାଗର ସାହୁଙ୍କୁ ଗୁଳି କରି ହତ୍ୟା କରିଥିଲେ ନକ୍ସଲ । ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶେଷକୃତ୍ୟରେ ସାମିଲ ହୋଇଛନ୍ତି ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ନଡ୍ଡା ମୃତ ସାଗରଙ୍କ ପରିବାରସଦସ୍ୟଙ୍କୁ ସାକ୍ଷାତ କରିବା ସହ ସାନ୍ତ୍ବନା ଦେଇଥିଲେ । ନଡ୍ଡାଙ୍କ ସହ ପ୍ରଦେଶ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ମଧ୍ୟ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହା ଗତ ଏକ ସପ୍ତାହ ମଧ୍ୟରେ ନକ୍ସଲଙ୍କ ଦ୍ବାରା ଦ୍ବିତୀୟ ବଜେପି ନେତାଙ୍କୁ ହତ୍ୟା ଘଟଣା । କାର୍ଯ୍ୟକର୍ତ୍ତାଙ୍କ ସୁରକ୍ଷାକୁ ନେଇ ବିଜେପି ମୁଖ୍ୟ ନଡ୍ଡା ଚିନ୍ତା ପ୍ରକଟ କରିଛନ୍ତି ।

ଗତ ସପ୍ତାହରେ ସ୍ଥାନୀୟ ଭାଜପା ନେତା ନୀଳକଣ୍ଠ କକେମଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଜଣେ ସମ୍ପର୍କୀୟଙ୍କ ବିବାହ କାର୍ଯ୍ୟରେ ପୈତୃକ ଗ୍ରାମକୁ ଯାଇଥିବା ବେଳେ ତାଙ୍କୁ ଘର ବାହାରେ ପରିବାର ଲୋକଙ୍କ ସମ୍ମୁଖରେ ଅତି ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ ନକ୍ସଲ । 15 ବର୍ଷ ଧରି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟରତ ଥିଲେ ନୀଳକଣ୍ଠ ।

ସେହିପରି 2019 ଅପ୍ରେଲ 9 ତାରିଖରେ ଆଉ ଜଣେ ଭାଜପା କର୍ମକର୍ତ୍ତା ଲାଲବାହିନୀ ଦ୍ବାରା ହତ୍ୟାର ଶିକାର ହୋଇଥିଲା । ଭାଜପା ବିଧାୟକ ଭୀମା ମଣ୍ଡାବୀ ନର୍ବାଚନୀ କାର୍ଯ୍ୟକ୍ରମ ସାରି ଜିଲ୍ଲା କାର୍ଯ୍ୟାଳୟକୁ ଫେରୁଥିବା ବେଳେ ନକ୍ସଲଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ । ତାଙ୍କ କାଫିଲା ଉପରେ ଆକ୍ରମଣ ହୋଇଥିଲା । ଏଥିରେ ବିଧାୟକ, ତାଙ୍କ ସୁରକ୍ଷାକର୍ମୀଙ୍କ ସମେତ ମୋଟ 4 ଜଣ ପ୍ରାଣ ହରାଇଥିଲେ ।

ବିଗତ ଦିନରେ ମହେନ୍ଦ୍ର କର୍ମ, ନନ୍ଦ କୁମାର ପଟେଲ ଏବଂ ବିଦ ଚରଣ ଶୁକ୍ଲାଙ୍କୁ ମଧ୍ୟ ମଧ୍ୟ ହତ୍ୟା କରିଥିଲେ ନକ୍ସଲ । 2004 ରୁ 2008 ପର୍ଯ୍ୟନ୍ତ ଛତିଶଗଡ ବିଧାନସଭାରେ ବିରୋଧୀ ଦଳର ନେତା ଥିବା କଂଗ୍ରେସ ନେତା ମହେନ୍ଦ୍ର କର୍ମଙ୍କୁ 2013 ମସିହା 25 ମେ’ ରେ ସୁକମାରେ ହତ୍ୟା କରାଯାଇଥିଲା । ଦଳ ଦ୍ୱାରା ଆୟୋଜିତ ଏକ ରାଲିରୁ ଫେରୁଥିବାବେଳେ ନକ୍ସଲମାନେ ତାଙ୍କ ଉପରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ । ଏହି ଆକ୍ରମଣରେ କଂଗ୍ରେସର ତତ୍କାଳୀନ ରାଜ୍ୟ ସଭାପତି ନନ୍ଦ କୁମାର ପଟେଲଙ୍କ ସମେତ 27 ଜଣ ପ୍ରାଣ ହରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 12, 2023, 7:40 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.