ETV Bharat / bharat

2009 ତୁଳନାରେ ଗତବର୍ଷ 77 ପ୍ରତିଶତ ହ୍ରାସ ପାଇଛି ନକ୍ସଲ ଆକ୍ରମଣ - ନକ୍ସଲ ଆକ୍ରମଣ ନେଇ ତଥ୍ୟ ରଖିଲେ ମନ୍ତ୍ରୀ

2009 ମସିହା ତୁଳନାରେ 2021 ରେ 77 ପ୍ରତିଶତ ହ୍ରାସ ପାଇଛି ନକ୍ସଲ ଆକ୍ରମଣ । 2009 ରେ 2,258 ଆକ୍ରମଣ ଘଟଣା ସହ ହୋଇଥିଲା ସର୍ବକାଳୀନ ରେକର୍ଡ । 2021 ରେ ପଞ୍ଜିକୃତ ହୋଇଛି ମାତ୍ର 509 ଟି ମାମଲା । ଗୃହରେ ଉତ୍ତର ରଖିଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଅଧିକ ପଢନ୍ତୁ

2021 ରେ 77 ପ୍ରତିଶତ ହ୍ରାସ ପାଇଛି ନକ୍ସଲ ଆକ୍ରମଣ

author img

By

Published : Jul 20, 2022, 8:00 PM IST

ନୂଆଦିଲ୍ଲୀ: ଗତବର୍ଷ (2021)ରେ ନକ୍ସଲ ଆକ୍ରମଣ 2009 ମସିହା ଠାରୁ 77 ପ୍ରତିଶତ ହ୍ରାସ ପାଇଛି । 2009 ରେ ନକ୍ସଲ ଆକ୍ରମଣର ମୋଟ 2,258 ଘଟଣା ଦେଖିବାକୁ ମିଳିଥିଲା, ଯାହା ସାରା ଦେଶରେ ସର୍ବକାଳୀନ ରେକର୍ଡ କରିଥିଲା । ତେବେ ଗତବର୍ଷ (2021) ରେ ସମଗ୍ର ଦେଶରେ ମୋଟ 509 ଟି ନକ୍ସଲ ହିଂସା ମାମଲା ସାମ୍ନାକୁ ଆସିଛି । ଅନୁପାତିକ ଦୃଷ୍ଟିରୁ ଦେଖିଲେ ଗତବର୍ଷର ସଂଖ୍ୟା 2009 ଠାରୁ ପ୍ରାୟ 77 ପ୍ରତିଶତ ହ୍ରାସ ପାଇଥିବା କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ଲୋକସଭାରେ ଉତ୍ତର ରଖିଛନ୍ତି ।

କଂଗ୍ରେସ ସାଂସଦ ଅଖିଳେଶ ପ୍ରସାଦ ସିଂଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖି ଗୃହ ରାଷ୍ଟ୍ରମନ୍ତ୍ରୀ ରାୟ କହିଛନ୍ତି, ବାମପନ୍ଥୀ କାର୍ଯ୍ୟକଳାପକୁ ନିଷେଧ କରିବା ପାଇଁ କେନ୍ଦ୍ର ସରକାର ଜାରି ରଖିଥିବା ଆକ୍ସନ ପ୍ଲାନ Left Wing Extremism (LWE) 2015 ର ସଫଳ କାର୍ଯ୍ୟକାରୀତା ଯୋଗୁଁ ଏହି ଘଟଣାକୁ ହ୍ରାସ କରିବାରେ ସଫଳତା ମିଳିବା ସମ୍ଭବ ହୋଇଛି ।

କେବଳ ନକ୍ସଲ ଆକ୍ରମଣ ନୁହେଁ ବରଂ ବିଭିନ୍ନ ନକ୍ସଲ ପ୍ରଭାବିତ ରାଜ୍ୟରେ କମ୍ବିଂ ଅପରେସନ ବେଳେ ସାଧାରଣ ଲୋକ ଓ ସୁରକ୍ଷା ବଳର ଯବାନଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା 85 ପ୍ରତିଶତ ହ୍ରାସ ପାଇଛି । କମ୍ବିଂ ଅପରେସନ ବେଳେ ସାଧାରଣ ଜନତା ଓ ସୁରକ୍ଷା ବଳର ଯବାନ ଶହୀଦ ହେବା ମାମଲା 2010 ମହିସାରେ ସର୍ବକାଳୀନ ରେକର୍ଡ ଭାଙ୍ଗିଥିଲା । ଉକ୍ତବର୍ଷ ଏହି ସଂଖ୍ୟା 1,005 ରେ ପହଞ୍ଚିଥିବା ବେଳେ 2021 ରେ ଏହି ସଂଖ୍ୟା ମାତ୍ର 147 ମଧ୍ୟରେ ସୀମିତ ରହିଥିବା ମନ୍ତ୍ରୀ ରାୟ ଗୃହକୁ ଅବଗତ କରିଛନ୍ତି ।

ସେହିପରି ଭୌଗଳିକ କ୍ଷେତ୍ରରୁ ବିଚାର କରାଗଲେ, ଏହି ସଂଖ୍ୟା ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି । 2010 ମହିହାରେ ନକ୍ସଲ ପ୍ରଭାବିତ (LWE-related violence) ଭାବେ 96 ଟି ଜିଲ୍ଲା ତାଲିକାଭୂକ୍ତ ଥିବା ବେଳେ 2021ରେ ଏହି ଜିଲ୍ଲା ସଂଖ୍ୟା 46କୁ ହ୍ରାସ ପାଇଛି ।

ସୁରକ୍ଷା ସମ୍ପର୍କିତ ଖର୍ଚ୍ଚ ଯୋଜନା (Security Related Expenditure Scheme, SRE) ରେ ମଧ୍ୟ ହ୍ରାସ ଘଟିଛି । ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟାରେ ହ୍ରାସ ହେତୁ ଏହି ଯୋଜନାରେ ମଧ୍ୟ ଖର୍ଚ୍ଚ ହେଉଥିବା ଅର୍ଥରାଶି ପୂର୍ବାପେକ୍ଷା ହ୍ରାସ ହୋଇଛି । ଏହି ତାଲିକାଭୂକ୍ତ ଜିଲ୍ଲା ସଂଖ୍ୟା 2018 ରେ 126 ରୁ ହ୍ରାସ ପାଇ 90 ରେ ପହଞ୍ଚିଥିଲା । ପରେ ଗତବର୍ଷ ଏହି ସଂଖ୍ୟା ଆହୁରି ହ୍ରାସ ପାଇଁ 70 ରେ ପହଞ୍ଚିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.