ETV Bharat / bharat

ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚ ପୁଅର ମୁଣ୍ଡ ଗଡାଇଲେ ନକ୍ସଲ

author img

By

Published : Nov 10, 2021, 2:26 PM IST

ଛତିଶଗଡରେ ପୁଣି ରକ୍ତର ହୋଲି ଖେଳିଲେ ନକ୍ସଲ । ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କ ପୁଅକୁ ନିର୍ମମ ହତ୍ୟା କଲେ ନକ୍ସଲ । ଅଧିକ ପଢନ୍ତୁ...

ମୁଣ୍ଡ ଗଡାଇଲେ ନକ୍ସଲ, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚ ପୁଅକୁ ହତ୍ୟା

ଦାନ୍ତେୱାଡା: ଛତିଶଗଡରେ ପୁଣି ରକ୍ତର ହୋଲି ଖେଳିଲେ ନକ୍ସଲ । ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା କଲେ ନକ୍ସଲ । ମୃତ ଯୁବକ ହେଲେ ପୂର୍ବତନ ସରପଞ୍ଚଙ୍କ ପୁଅ ଉମେଶ ମରକାମ ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲବ । ନକ୍ସଲ ସଙ୍ଗଠନ କଟେକଲ୍ୟାଣ ଏରିଆ କମିଟି ଏହି ହତ୍ୟା କରିଥିବା ସ୍ପଷ୍ଟ ହୋଇଛି ।

ଖବର ପାଇ ସୁରକ୍ଷାକର୍ମୀ ସେଠାରେ ପହଞ୍ଚିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ନକ୍ସଲ । ପରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଟେଟମ ଗାଁରେ ସୁରକ୍ଷାବଳଙ୍କ କ୍ୟାମ୍ପ ଲାଗିବା ପରେ ଏହା ପ୍ରଥମ ବଡ ଘଟଣା ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.