ETV Bharat / bharat

Sukma Encounter: ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ନକ୍ସଲ ମୃତ

author img

By

Published : Jan 30, 2022, 10:00 AM IST

ଛତିଶଗଡ ସୁକମା ତିମାପୁରମରେ ସୁରକ୍ଷା କର୍ମୀ-ନକ୍ସଲ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ନକ୍ସଲର ମୃତ୍ୟୁ ହୋଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅଧିକ ପଢନ୍ତୁ

ଅମ୍ରିତସର ଇଷ୍ଟରୁ ଲଢିବେ  ସିଦ୍ଧୁ
ଅମ୍ରିତସର ଇଷ୍ଟରୁ ଲଢିବେ ସିଦ୍ଧୁ

ରାୟପୁର: ନକ୍ସଲ ନିପାତ ଅଭିଯାନରେ ସୁରକ୍ଷାକର୍ମୀ । ଛତିଶଗଡ ସୁକମା ତିମାପୁରମରେ ସୁରକ୍ଷା କର୍ମୀ-ନକ୍ସଲ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ନକ୍ସଲର ମୃତ୍ୟୁ ହୋଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଜିଲ୍ଲା ରିଜର୍ଭ ଗାଡ ଏବଂ ସିଆରପିଏଫର କୋବ୍ରା ୨୦୧ ବାଟାଲିୟନଙ୍କ ମିଳିତରେ ଏହି ଅପରେସନ ଆରମ୍ଭ ହୋଇଥିଲା । ତିମାପୁରମ ଜଙ୍ଗଲ ଅଞ୍ଚଳରେ ନକ୍ସଲ ଗତିବିଧି ଜାରି ରହିଥିବା ନେଇ ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ପ୍ରଶାସନ ନେତୃତ୍ବରେ ଅର୍ଦ୍ଧସାମରିକ ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହା ପରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହେବା ସହ ଉଭୟ ପଟୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା । କିଛି ସମୟର ଗୁଳି ବିନିମୟରେ ଜଣେ ନକ୍ସଲର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ସୁକମା ଏସପି ସୁନୀଲ ଶର୍ମା ।

ଏହା ବି ପଢନ୍ତୁ...ଛତିଶଗଡରେ ଏନକାଉଣ୍ଟର, ଜଣେ ନକ୍ସଲ ମୃତ

ଘଟଣାସ୍ଥଳକୁ ଘେରା ବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହା ପୂର୍ବରୁ ଜାନୁଆରୀ ୨୪ ତାରଖରେ ଛତିଶଗଡର ନାରାୟଣ ପାଟଣାରେ ସୁରକ୍ଷା କର୍ମୀ-ନକ୍ସଲ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ନକ୍ସଲର ମୃତ୍ୟୁ ହୋଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.