ରାୟପୁର: ବିଧାୟକଙ୍କୁ ଆମ୍ବୁସ ଲଗାଇ କରିଥିଲା ହତ୍ୟା । ମୁଣ୍ଡ ଉପରେ ରହିଥିଲା 15 ଲକ୍ଷ ଟଙ୍କାର ପୁରସ୍କାର । ଅହରହ ଖୋଜୁଥିଲେ ପୋଲିସ । ଅନେକ ଦିନରୁ ସୁରକ୍ଷା କର୍ମୀଙ୍କ ସ୍କାନରେ ରହିଥିଲା ଏହି କୁଖ୍ୟାତ ମାଓ କମାଣ୍ଡର । ହେଲେ ଧରା ପଡିବା ପୂର୍ବରୁ କୋରୋନାରେ ଚାଲିଗଲା ପ୍ରାଣ ।
ଛତିଶଗଡ ନକ୍ସଲବାଦର ବଡ ଚେହେରା ବିନୋଦର କୋରୋନାରେ ମତ୍ୟୁ ହୋଇଛି । ମୁଣ୍ଡ ଉପରେ 15 ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ବିନୋଦର କୋରୋନା ତଥା ଅନ୍ୟ ଗମ୍ଭୀର ରୋଗରେ ପୀଡିତ ଥିଲା ବିନୋଦ ।
ବିନୋଦ ଉପରେ 10 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା । ସେପଟେ ଏନଆଇଏ ମଧ୍ୟ 5 ଲକ୍ଷ ଟଙ୍କା ପୁରସ୍କାର କରିଥିଲା ଘୋଷଣା ।
ଦାନ୍ତେୱାଡାର ଏସପି ଅଭିଷେକ ପଲ୍ଲବ କହିଛନ୍ତି, କୋରୋନା ସଂକ୍ରମଣ ଓ ଗମ୍ଭୀର ରୋଗରେ ପୀଡିତ ଥିଲା ମାଓ କମାଣ୍ଡର ବିନୋଦ । ସୋମବାର ତା'ର ମୃତ୍ୟୁ ହୋଇଯାଇଛି । ନକ୍ସଲ ବିନୋଦ ଝିରମରେ ବିଧାୟକ ବୀମା ମାଣ୍ଡଭୀଙ୍କୁ ଆମ୍ବୁସ ଲଗାଇ ଆକ୍ରମଣ କରିବା ସହ ହତ୍ୟାରେ ସାମିଲ ଥିଲା ।