ETV Bharat / bharat

ଇଦ ପରେ ପାକିସ୍ତାନ ଫେରିବେ ନଓ୍ବାଜ ସରିଫ ! - ପାକିସ୍ତାନ ରାଜନୀତି

ଇଦ ପରେ ପାକିସ୍ତାନ ଫେରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ । ଦଳ ପକ୍ଷରୁ ମିଳିଲା ସୂଚନା । 2019 ରେ ଜାମିନ ପାଇବା ପରେ ଚିକିତ୍ସା ପାଇଁ ଲଣ୍ଡନ ପଳାଇଥିଲେ ନଓ୍ବାଜ । ଅଧିକ ପଢନ୍ତୁ

ଇଦ ପରେ ପାକିସ୍ତାନ ଫେରିବେ ନଓ୍ବାଜ ସରିଫ !
ଇଦ ପରେ ପାକିସ୍ତାନ ଫେରିବେ ନଓ୍ବାଜ ସରିଫ !
author img

By

Published : Apr 11, 2022, 3:28 PM IST

ଇସଲାମାବାଦ: ପଦଚ୍ୟୁତ ହୋଇ ବିଦେଶରେ ଥିବା ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ ସ୍ବଦେଶ ଫେରିବେ । ନଓ୍ବାଜ ବର୍ତ୍ତମାନ ଲଣ୍ଡନରେ ଥିବା ବେଳେ ଆସନ୍ତା ମାସରେ ଇଦ ପରେ ସେ ପାକିସ୍ତାନ ଫେରିବା ନେଇ ତାଙ୍କ ଦଳ PML-N ପକ୍ଷରୁ କୁହାଯାଇଛି ।

PML-N ଜଣେ ନେତା ପ୍ରକାଶ କରିଛନ୍ତି ଯେ, ତିନି ଥର ପ୍ରଧାନମନ୍ତ୍ରୀ ହୋଇଥିବା ତଥା PML-N ମୁଖ୍ୟ ନଓ୍ବାଜ ସରିଫ ଦେଶକୁ ପ୍ରତ୍ୟାବର୍ତ୍ତନ କରିବା ପରେ ସହଯୋଗୀ ଦଳମାନଙ୍କ ସହ ଆଲୋଚନା କରାଯିବ । ନୂତନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଥିବା ସେହେଓ୍ବାଜ ସରିଫ ହେଉଛନ୍ତି ନଓ୍ବାଜଙ୍କ ଭାଇ ।

72 ବର୍ଷୀୟ ନଓ୍ବାଜଙ୍କ ନାମରେ ଏକାଧିକ ଦୁର୍ନୀତି ଅଭିଯୋଗ ଥିବାବେଳେ 2017 ରେ ତାଙ୍କୁ ପାନାମା ପେପର ମାମଲାରେ ପାକିସ୍ତାନ କୋର୍ଟ ପ୍ରଧାନମନ୍ତ୍ରୀ ପଦରୁ ପଦଚ୍ୟୁତ କରିଥିଲେ । ପରେ ତାଙ୍କୁ 2019ରେ ଚିକିତ୍ସା ପାଇଁ 4 ସପ୍ତାହ ପାଇଁ ବିଦେଶ ଯିବାକୁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । ତେବେ ସେ ପର ଠାରୁ ସେ ପାକିସ୍ତାନ ଫେରି ନାହାନ୍ତି । ଏବେ ପାକିସ୍ତାନରେ ରାଜନୈତିକ ସ୍ଥିତି ବଦଳିବା ସହ ଇମ୍ରାନଙ୍କ ଯୁଗ ଶେଷ ହୋଇଛି । ନଓ୍ବାଜଙ୍କ ଭାଇ ସେହେଓ୍ବାଜ ସରିଫ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନେଇ ଏକପ୍ରକାର ସ୍ପଷ୍ଟ ଦୃଶ୍ୟମାନ ହେଉଥିବା ବେଳେ ପାକିସ୍ତାନ ଫେରି ନଓ୍ବାଜ ରାଜନୀତିରେ ପୁଣି ଥରେ ପାଦ ରଖିପାରନ୍ତି ।

ପାକିସ୍ତାନରେ ଲାଗି ରହିଥିବା ସଙ୍କଟ ମଧ୍ୟରେ ଇମ୍ରାନ ଖାନଙ୍କ ସରକାର କ୍ଷମତା ହରାଇ ସାରିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ଦୌଡରେ ଅନ୍ୟମାନଙ୍କ ମଧ୍ୟରେ ଆଗରେ ରହିଛନ୍ତି ବିରୋଧୀ ଦଳ ନେତା ସେହେଓ୍ବାଜ ସରିଫ । ଆଜି ସନ୍ଧ୍ୟା ସୁଦ୍ଧା ଚିତ୍ର ସ୍ପଷ୍ଟ ହେବା ସହ ପାକିସ୍ତାନକୁ ନୂଆ ପ୍ରଧାନମନ୍ତ୍ରୀ ମିଳିବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.