ETV Bharat / bharat

14 ଦିନିଆ ନ୍ୟାୟିକ ହେପାଜତକୁ ଗଲେ ନୱାବ ମଲ୍ଲିକ - ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲ୍ଲିକ

୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ନୱାବ ମଲ୍ଲିକ । ଗତମାସ ୨୩ ତାରିଖରେ ନଓ୍ବାବଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

14 ଦିନିଆ ନ୍ୟାୟିକ ହାଜତକୁ ଗଲେ ନଓ୍ବାବ ମଲ୍ଲିକ

author img

By

Published : Mar 7, 2022, 4:14 PM IST

ମୁମ୍ବାଇ: ଆର୍ଥିକ ଠକେଇ ଓ ଅଣ୍ଡରଓ୍ବାର୍ଲ୍ଡ ସହ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ମହାରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ନଓ୍ବାବ ମଲ୍ଲିକଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ(Nawab Malik in judicial custody) ପଠାଇଲେ କୋର୍ଟ । ତାଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା । ମୁମ୍ବାଇର PMLA ଆଜି ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ଗତମାସ ୨୩ ତାରିଖରେ ନଓ୍ବାବଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ବଲିଓଡ ଅଭିନେତା ସାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଡ୍ରଗ୍ସ କେସରେ ଗିରଫ ହେବା ପରେ ଘଟଣାର ତଦନ୍ତ କରୁଥିବା ଏନସିବି ଅଧିକାରୀ ସମୀର ଓ୍ବାଙ୍ଖଡେଙ୍କୁ ଟାର୍ଗେଟ କରି ବେଶ ଚର୍ଚ୍ଚାକୁ ଆସିଥିଲେ ନଓ୍ବାବ । କିଛି ଦିନ ନଓ୍ବାବ-ସମୀର ବିବାଦ ଚର୍ଚ୍ଚାରେ ରହିବା ସହ ସମୀରଙ୍କ ଉପରେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ତାଙ୍କୁ ମୁମ୍ବାଇରୁ ଦିଲ୍ଲୀକୁ ବଦଳି କରାଯାଇଥିଲା । ତାର କିଛି ଦିନ ପରେ ଏନସିବି ରାଡରକୁ ଆସିଥିଲେ ବିବାଦୀୟ ମନ୍ତ୍ରୀ ନଓ୍ବାବ । ଆର୍ଥିକ କାରବାର ନେଇ ତାଙ୍କୁ ଏକାଧିକ ଘଣ୍ଟା ଜେରା କରିବା ପରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ପୂର୍ବରୁ ଆତଙ୍କବାଦୀ ଘୋଷଣା ହୋଇଥିବା ଅଣ୍ଡରଓ୍ବାର୍ଲ୍ଡ ଡନ ଦାଉଦ ଇବ୍ରାହିମର ଭାଇ ସମେତ ମୋଟ ୧୯ ଜଣଙ୍କ ନାମରେ ମାମଲା ଦାଏର କରି ତଦନ୍ତ ଜାରି ରଖିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମୁମ୍ବାଇ ସମେତ କିଛି ସ୍ଥାନରେ ଇଡି ଚଢାଉ କରି ସେମାନଙ୍କ ସମ୍ପତ୍ତି ମଧ୍ୟ ଜବତ କରିଥିଲା । ଏହି ଅଣ୍ଡରଓ୍ବାର୍ଲ୍ଡ ଲିଙ୍କରେ ଗତମାସରେ ନଓ୍ବାବଙ୍କୁ ଗିରଫ ହୋଇଥିଲେ । ପରେ ଏହା ଏଖ ରାଜନୈତିକ ଆକ୍ରୋଶ ବୋଲି ଏନସିପି କହିଥିଲା । ବିଜେପି କେନ୍ଦ୍ରୀୟ ସଂସ୍ଥାଗୁଡିକୁ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରି ବିରୋଧୀଙ୍କୁ ଦମନ କରିବାରେ ଲାଗିଛି ବୋଲି ବିରୋଧୀ ଅଭିଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.