ETV Bharat / bharat

'ହାଇଡ୍ରୋଜେନ ବମ୍' ପକାଇ ଗୁମର ଖୋଲିଲେ ନୱାବ, କହିଲେ ଦାଉଦ ସହ ଅଛି ଫଡନାଭିସଙ୍କ ସମ୍ପର୍କ

author img

By

Published : Nov 10, 2021, 2:03 PM IST

ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପରେ ହାଇଡ୍ରୋଜେନ ବମ୍ ପକାଇ ଗୁରମ ଖୋଲିଲେ ନୱାବ ମଲିକ । ଅଧିକ ପଢନ୍ତୁ...

'ହାଇଡ୍ରୋଜେନ ବମ୍' ପକାଇ ଗୁମର ଖୋଲିଲେ ନୱାବ, ଦାଉଦ ସହ ଫଡନାଭିସଙ୍କ ସମ୍ପର୍କ ଥିବା ଦର୍ଶାଇଲେ

ମୁମ୍ବାଇ: ଦିନକୁ ଦିନ ନୂଆ ନୂଆ ବିସ୍ଫୋରକ ବୟାନ ରଖୁଛନ୍ତି ମହାରାଷ୍ଟ୍ର ଏନସିପି ନେତା ନୱାବ ମଲିକ । କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାକୁ ରାଜନୀତିର ମୋଡ ଦେଇସାରିଲେଣି ମହାରାଷ୍ଟ୍ର ବିରୋଧୀ ଏବଂ ଶାସକ ଦଳର ନେତା । ପ୍ରଥମେ ମାମଲାକୁ ନେଇ ନୱାବ ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ କରିବା ପରେ ଏବେ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ମଲିକ ।

ଗତକାଲି(ମଙ୍ଗଳବାର) ଦେବେନ୍ଦ୍ର ଫଡନାଭିସଙ୍କ ଅଭିଯୋଗ ଉପରେ ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲିକ ଆଜି ପ୍ରତିକ୍ରିୟା ରଖିଛନ୍ତି । ସେ ଗତକାଲି ଦେବେନ୍ଦ୍ରଙ୍କ ପ୍ରଶ୍ନର ହାଇଡ୍ରୋଜେନ ବମ୍ ପକାଇ ଗୁମର ଖୋଲିବେ ବୋଲି କହିଥିଲେ । ତେବେ ଆଜି ମଲିକ ଅଭିଯୋଗ କରିଛନ୍ତି ଯେ, ଦେବେନ୍ଦ୍ର ଫଡନାଭିସ୍ ହଜାରେ କୋଟି ଟଙ୍କା ଚୋରିରେ ଜଡିତ ଅଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ଅଣ୍ଡରୱାର୍ଲ୍ଡର ଲୋକଙ୍କୁ ବଡ ପଦରେ ରଖିଥିଲେ । ପାଞ୍ଚ ବର୍ଷ ପୂର୍ବେ ଦେଶରେ ବିମୁଦ୍ରୀକରଣ ହୋଇଥିଲା । ୧୦୦୦ ଏବଂ ୫୦୦ ନୋଟ ଅଚଳ କରାଯିବା ସହ ପୂରୁଣା ଟଙ୍କାକୁ ଜବତ କରିବା ଅଭିଯାନ ଆରମ୍ଭ ହୋଇଥିଲା ।

କିନ୍ତୁ ମହାରାଷ୍ଟ୍ରରେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ନକଲି ନୋଟର କୌଣସି ମାମଲା ରିପୋର୍ଟ ହୋଇନଥିଲା, କାରଣ ଦେବେନ୍ଦ୍ର ଫଡନାଭିସଙ୍କ ପୃଷ୍ଠପୋଷକତାରେ ନକଲି ନୋଟ କାମ ଚାଲିଥିଲା ବୋଲି ମଲିକ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଯେ ଅକ୍ଟୋବର 8, 2017 ରେ ରାଜସ୍ୱ ଇଣ୍ଟେଲିଜେନ୍ସ (DRI) BKC (ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ) ଉପରେ ଆକ୍ରମଣ କରିଥିଲା ​​ଯେଉଁଥିରେ 14.56 କୋଟି ନକଲି ନୋଟ୍ ଧରାଯାଇଥିଲା । କିନ୍ତୁ ଯାଞ୍ଚ ସମୟରେ 8.80 ଲକ୍ଷ ଟଙ୍କା ଦେଖାଯାଇଥିଲା । ଦେବେନ୍ଦ୍ର ଫଡନାଭିସ୍ ଏହି ମାମଲା ରୁଜୁ କରିଥିଲେ । ନକଲି ନୋଟ୍ ଚଳାଉଥିବା ବ୍ୟକ୍ତିଙ୍କ ତତ୍କାଳୀନ ସରକାରଙ୍କ ସୁରକ୍ଷା ଥିଲା । ନକଲି ମୁଦ୍ରାର ବ୍ୟବସାୟ ବାଂଲାଦେଶରେ ଆଇଏସଆଇ ପାକିସ୍ତାନ ଦାଉଦ ଇବ୍ରାହିମ ମାଧ୍ୟମରେ ବ୍ୟାପିଛି ବୋଲି ମଲିକ ଅଭିଯୋଗ କରିଛନ୍ତି ।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଦାଉଦର ସହଯୋଗୀ ରିୟାଜ ଭାଟି ସହ ଫଡନାଭିସଙ୍କ ଲିଙ୍କ ରହିଛି । ନକଲି ପାସପୋର୍ଟ ଓ ଦାଉଦ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ରିଆଜ ଧରାପଡିଥିଲା । ସେ ଏକାଧିକ ବିଜେପି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲା । ଏଥିରେ ଫଡନାବିସ ମଧ୍ୟ ସାମିଲ୍ ଅଛନ୍ତି । ତେବେ ଆମେ ଏହା ମଧ୍ୟକୁ ପ୍ରଧାନମନ୍ତ୍ରୀଙ୍କୁ ଟାଣିବାକୁ ଚାହୁଁନୁ ବୋଲି ନୱାବ କହିଛନ୍ତି ।

କିନ୍ତୁ ରିୟାଜ ଭାଟିର ଲିଙ୍କ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସହ ରହିଛି । ଏପରିକି ସେ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ଫଟୋ ଉଠାଇଛି । ଥାନେରେ ଦେବେନ୍ଦ୍ର ଫଡନାଭିସଙ୍କ ଦ୍ୱାରା ନିଯୁକ୍ତ ପୋଲିସ୍‌ ଅଧିକାରୀଙ୍କୁ ଅଣ୍ଡରୱାର୍ଲ୍ଡ ଡନମାନେ ଫୋନ କରନ୍ତି। ସବୁ କିଛି ସେମାନଙ୍କ ଇସାରାରେ ହୁଏ ବୋଲି ନୱାବ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଯେ, ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡଙ୍କ ସହ ଫଡନାଭିସଙ୍କ ଭଲ ସମ୍ପର୍କ ଅଛି । ତେଣୁ ସେ ତାଙ୍କୁ ବଞ୍ଚାଇବା ପାଇଁ କାର୍ଯ୍ୟ କରୁଛନ୍ତି । କେବେ ନୱାବ ମଲିକ ଅଭିଯୋଗ କରୁଥିବା ସମସ୍ତ ଅଭିଯୋଗକୁ କୋର୍ଟରେ ଉପସ୍ଥାନ କରିବାକୁ ନିର୍ଦ୍ଦେଶ ଦିଆଯାଇ ଥିବାବେଳେ ସେ କଣ ପାଇଁ ବାରମ୍ବାର ସାମ୍ବାଦିକ ସମ୍ମିଳନୀରେ ଏପରି ବୟାନବାଜି କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.