ETV Bharat / bharat

2047 ସୁଦ୍ଧା ଆତ୍ମନିର୍ଭର ହେବ ନୌସେନା: ନୌସେନା ମୁଖ୍ୟ - ଭାରତୀୟ ନୌସେନା ଦିବସ

ସୁରକ୍ଷା ଆବଶ୍ୟକତା ପୂରଣ କରିବା ଦିଗରେ 2047 ସୁଦ୍ଧା ଆତ୍ମନିର୍ଭର ହେବ ନୌସେନା । ଏବେ ସୁଦ୍ଧା ଭର୍ତ୍ତି ହେଲେଣି 3 ହଜାର ଅଗ୍ନିବୀର । ସୂଚନା ଦେଲେ ନୌସେନା ମୁଖ୍ୟ ଆଡମିରାଲ ଆର.ହରି କୁମାର (indian Navy chief Admiral Hari Kumar )। ଅଧିକ ପଢନ୍ତୁ

2047 ସୁଦ୍ଧା ଆତ୍ମନିର୍ଭର ହେବ ନୌସେନା: ନୌସେନା ମୁଖ୍ୟ

author img

By

Published : Dec 3, 2022, 6:16 PM IST

ହାଇଦ୍ରାବାଦ: 2047 ସୁଦ୍ଧା ଭାରତୀୟ ନୌସେନା ସମ୍ପୂର୍ଣ୍ଣ ଆତ୍ମନିର୍ଭର ହେବ । ବର୍ତ୍ତମାନର ବୈଶ୍ବିକ ସ୍ଥିତିକୁ ଦେଖିଲେ ସୁରକ୍ଷା ସମ୍ପର୍କିତ ଆବଶ୍ୟକତା ପୂରଣ କରିବାରେ ଆତ୍ମନର୍ଭର ହେବା ଜରୁରୀ । ଏଦିଗରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଯାହା ଭାରତୀୟ ନୌସେନାକୁ 2047 ସୁଦ୍ଧା ସମ୍ପୂର୍ଣ୍ଣ ଆତ୍ମନିର୍ଭର କରିବ ବୋଲି କହିଛନ୍ତି ନୌସେନା ମୁଖ୍ୟ ଆଡିମିରାଲ ଆର. ହରି କୁମାର (indian Navy chief Admiral Hari Kumar )।

ଆସନ୍ତାକାଲି ନୌସନା ଦିବସ ପାଳନ ହେବାକୁ ଥିବା ବେଳେ ଏବେ ନୌସେନା ସପ୍ତାହ ପାଳନ ଜାରି ରହିଛି । ଏହି ଅବସରରେ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୌସେନା ମୁଖ୍ୟ ଆଡମିରାଲ ହରି କୁମାର କହିଛନ୍ତି, ବର୍ତ୍ତମାନ ୟୁକ୍ରେନ-ଋଷ ଯୁଦ୍ଧ ପରିସ୍ଥିତିରୁ ମଧ୍ୟ ଏହା ସ୍ପଷ୍ଟ ଯେ, ଆମେ ସୁରକ୍ଷା ସମ୍ପର୍କିତ ଆବଶ୍ୟକତା ପ୍ରସଙ୍ଗରେ କେବଳ ଅନ୍ୟ ଉପରେ ନିର୍ଭରଶୀଳ ରହିପାରିବା ନାହିଁ । ସୁରକ୍ଷା ସମ୍ପର୍କିତ ଆବଶ୍ୟକତା ପାଇଁ ଆମକୁ ଆତ୍ମନିର୍ଭର ହେବାକୁ ପଡିବ । ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗରେ ସ୍ବଦେଶୀ ସମାଧାନ ବର୍ତ୍ତମାନ ଦେଶ ପାଇଁ ଜରୁରୀ ହୋଇପଡିଛି । ସରକାର ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାକୁ ପ୍ରତ୍ସାହିତ କରିବା ପାଇଁ ସଷ୍ଟ ସଙ୍କେତ ଦେଇସାରିଛନ୍ତି (Admiral Hari Kumar on Aatmanirbhar।) ନୌସେନା ମଧ୍ୟ ଆତ୍ମନିର୍ଭରତା ଦିଗରେ ଏକାଧିକ କାର୍ଯ୍ୟକ୍ରମ ଗ୍ରହଣ କରିଛି । 2047 ସୁଦ୍ଧା ନୌସେନା ଆତ୍ମନିର୍ଭର ହେବା ନେଇ ସରକାରଙ୍କୁ ଆଶ୍ବାସନା ମଧ୍ୟ ଦେଇଛି ।

ସେହିପରି ଦେଶ ସ୍ବାଧୀନତାର 75ବର୍ଷ ପୂର୍ତ୍ତି ଅବସରରେ ‘‘ଆଜାଦି କା ଅମୃତ ମହୋତ୍ସବ’’ ପାଳନ କରୁଛି । ଏହି ସମୟରେ ସମ୍ପୂର୍ଣ୍ଣ ସ୍ବେଦଶୀ ନିର୍ମିତ ଅତ୍ୟାଧୁନିକ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନଏସ ବିକ୍ରାନ୍ତ ନୌସେନାରେ ସାମିଲ ହୋଇଛି । ଯାହା ଆତ୍ମନିର୍ଭର ଭାରତର ଏକ ବଡ ଉଦାହରଣ । ବିଶ୍ବରେ ଖୁବ କମ ରାଷ୍ଟ୍ରଙ୍କ ପାଖରେ ଏୟାରକ୍ରାଫ୍ଟ କ୍ୟାରିୟର ନିର୍ମାଣ କରିବାର କ୍ଷମତା ରହିଛି । ଭାରତ ଏବେ ଏହି ରାଷ୍ଟ୍ରମାନଙ୍କ ସହ ସମାନ ହେବା ସହ ଏଲିଟି ଗ୍ରୁପରେ ଏକ ସଦସ୍ୟ ହୋଇୁପାରିଛି । ଆସନ୍ତା ବର୍ଷଗୁଡିକରେ ବିକ୍ରାନ୍ତ ଭାରତୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ବିଭିନ୍ନ ସାମୁଦ୍ରିକ ମିଶନରେ ସାମିଲ ହେବା ସହ ଭାରତୀୟ ଆତ୍ମନିର୍ଭରାତର ଏକ ଉଦାହରଣ ଭାବେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିବାକୁ ଯାଉଛି ବୋଲି ନୌସେନା ମୁଖ୍ୟ କହିଥିଲେ ।

ସେହିପରି ସୁରକ୍ଷା ଦୃଷ୍ଟିିରୁ ବେଶ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଥିବା ଭାରତ ମହାସାଗରୀୟ କ୍ଷେତ୍ରରେ ଚୀନ ଯୁଦ୍ଧ ଜାହାଜ ଓ ମାଛଧରା ଜାହାଜର ପ୍ରବେଶ ନେଇ ଆଡମିରାଲ କୁମାର କହିଛନ୍ତି, ଭାରତୀୟ ନୌସେନା ଏହା ଉପରେ ତୀକ୍ଷ୍ଣ ନଜର ରଖିଛି । ଉକ୍ତ କ୍ଷେତ୍ରରେ ନୌସେନାର ତାର ମନିଟରିଂ ବଢାଇବା ସହ ଅତିରିକ୍ତ ବଳ ମଧ୍ୟ ମୁତୟନ କରିଛି । ଉକ୍ତ କ୍ଷେତ୍ର ବାଣିଜ୍ୟ ତଥା ସାମୁଦ୍ରିକ ପରିବହନ ପାଇଁ ଗୁଗୁରତ୍ବପୂର୍ଣ୍ଣ ହୋଇଥିବାରୁ ବିଭିନ୍ନ ଦେଶ ଏହାକୁ ବ୍ୟବହାର କରୁଛନ୍ତି । କିନ୍ତୁ ଭାରତର ସ୍ବାର୍ଥ ତଥା ସମୁଦ୍ର ସୀମାର ସୁରକ୍ଷା ପ୍ରତି ମଧ୍ୟ ନୌସେନା କଡା ନଜର ରଖିଛି । ସେହିପରି କେନ୍ଦ୍ର ସରକାର ଆଣିଥିବା ଅଗ୍ନିବୀର ଯୋଜନା ନେଇ ସେ ସ୍ପଷ୍ଟ କରିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ 3,000 ଅଗ୍ନିବୀର ନୌସେନାରେ ଯୋଗ ଦେଇସାରିଛନ୍ତି (Navy chief Admiral Hari Kumar on agniveer) । ସେମାନଙ୍କ ମଧ୍ୟରୁ ପ୍ରାୟ 341 ଜଣ ମହିଳା ମଧ୍ୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.