ETV Bharat / bharat

ସାବଧାନ ଚୀନ-ପାକିସ୍ତାନ ! ନୌସେନାରେ ସାମିଲ ହେବେ ଏକାଧିକ ଅତ୍ୟାଧୁନିକ ବୁଡାଜାହାଜ

ନୌସେନାରେ ସାମିଲ ହେବେ ଏକାଧିକ ଅତ୍ୟାଧୁନିକ ବୁଡାଜାହାଜ । 21 ତାରିଖରେ ସାମିଲ ହେବ INS ବିଶାଖାପଟନମ । ଅଧିକ ପଢନ୍ତୁ

author img

By

Published : Nov 16, 2021, 9:27 PM IST

ବଢିବ ନୌସେନାର ବଳ, ସାମିଲ ହେବେ ଏକାଧିକ ନୂଆ ସବମେରାଇନ

ନୂଆଦିଲ୍ଲୀ: ବୃ୍ଦ୍ଧି ପାଇବ ଭାରତୀୟ ନୌସେନାର ଶକ୍ତି । ନୂତନ ସ୍ବଦେଶୀ ନିର୍ମିତ ଅତ୍ୟାଧୁନିକ ସବମେରାଇନ (ବୁଡାଜାହାଜ) INS ବିଶାଖାପାଟନମ୍ ଏବଂ କଲଭାରୀ ଶ୍ରେଣୀର ବୁଡ଼ାଜାହାଜ INS ଭେଲାକୁ ଖୁବଶୀଘ୍ର ନୌସେନାରେ ସାମିଲ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଆସନ୍ତା 21 ତାରିଖରେ ମୁମ୍ବାଇରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଏହି ପ୍ରଥମ ଗାଇଡ୍-ମିସାଇଲ୍ ବିନାଶକ ଜାହାଜ INS ବିଶାଖାପାଟନମକୁ ନୌସେନାରେ ସାମିଲ କରାଯିବ ।

ସେହିପରି ତାର ୪ ଦିନ ପରେ ଅର୍ଥାତ ଚଳିତମାସ ୨୫ ତାରିଖରେ ଏହି ଅତ୍ୟାଧୁନିକ ଶ୍ରେଣୀର ବୁଡାଜାହାଜ INS ଭେଳାକୁ ମଧ୍ୟ ନୌସେନା ମୁଖ୍ୟଙ୍କ ଉପସ୍ଥିତିରେ ଦକ୍ଷିଣ ନାଭାଲ କମାଣ୍ଡ କୋଚିନରେ ନୌସେନାରେ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଛି । ଏନେଇ ନୌସେନା ଉପମୁଖ୍ୟ ଆଡମିରାଲ ସତୀଶ ଏମ.ଘୋରମାଡେ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ।

INS ବିଶାଖାପଟନମର ନିର୍ମାଣ ସମ୍ପର୍କରେ ସୂଚନା ଦେଇ ନୌସେନା ଉପମୁଖ୍ୟ କହିଛନ୍ତି, ଏହି ଅତ୍ୟାଧୁନିକ ବୁଡାଜାହାଜର ନିର୍ମାଣରେ ଭାରତର ନିଜସ୍ବ ଇସ୍ପାତ ବ୍ୟବହାର କରାଯାଇଛି । ଏହାର ମୋଟ ଦୈର୍ଘ୍ୟ 163 ମିଟର ହୋଇଥିବାବେଳେ ଓଜନ 7400 ଟନ ରହିଛି । ସେହିପରି ଏଥିରେ ବ୍ୟବହୃତ ଯୁଦ୍ଧାସ୍ତ୍ର ସମ୍ପୂର୍ଣ୍ଣ ଭାବେ ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ କରାଯାଇଛି । ଏହି ଜାହାଜ ନୌସେନାର ବିଭିନ୍ନ ପ୍ରକାର ଅପରେସନ ଓ ଅଭ୍ୟାସକୁ ସଫଳ କିରିବାର କ୍ଷମତା ରଖୁଛି ।

INS ବିଶାଖାପାଟନମ୍ ଏକ ଅସ୍ତ୍ରଶସ୍ତ୍ର ଏବଂ ସେନ୍ସର କ୍ଷମତା ବିକଶିତ ଅତ୍ୟାଧୁନିକ ଜାହଜ ଭାବେ ନୌସେନାର ସାମର୍ଥ୍ୟ ବୃଦ୍ଧି କରିବ । ଯେଉଁଥିରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷଭେଦୀ ସୁପରସୋନିକ କ୍ଷେପଣାସ୍ତ୍ର, ମଧ୍ୟମ ଏବଂ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର, ବୁଡ଼ାଜାହାଜ-ନିରୋଧୀ ରକେଟ୍, ଉନ୍ନତ ବୈଦୁତିକ ଯୁଦ୍ଧ ସାମଗ୍ରୀ ଓ ଯୋଗାଯୋଗ ସରଞ୍ଜାମ ବିକଶିତ କରାଯାଇଛି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.