ETV Bharat / bharat

ସଞ୍ଜୟ ରାଉତଙ୍କ ବିରୋଧରେ ଆକ୍ସନ ନେବ ଦିଲ୍ଲୀ ପୋଲିସ ! ଏତଲା ଦେଲେ ନବନୀତ ରାଣା

author img

By

Published : Apr 27, 2022, 4:57 PM IST

ସାଂସଦ ନବନୀତ ରାଣା ଆଜି ଶିବସେନା ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ବିରୋଧରେ ଏତଲା ଦାଏର କରିଛନ୍ତି । ନିର୍ବାଚନରେ ବିଜୟ ପରେ ଦଳୀୟ କର୍ମୀଙ୍କୁ ଲଗାଇ ହଇରାଣ କରିଥିଲେ ସଞ୍ଜୟ । ଟେଲିଭିଜନରେ ଆପତ୍ତିଜନକ ମନ୍ତବ୍ୟ ଦେଇଥବା ଅଭିଯୋଗ । ଅଧିକ ପଢନ୍ତୁ

ସଞ୍ଜୟ ରାଓ୍ବତଙ୍କ ବିରୋଧରେ ଏତଲା ଦେଲେ ନବନୀତ ରାଣା
ସଞ୍ଜୟ ରାଓ୍ବତଙ୍କ ବିରୋଧରେ ଏତଲା ଦେଲେ ନବନୀତ ରାଣାସଞ୍ଜୟ ରାଓ୍ବତଙ୍କ ବିରୋଧରେ ଏତଲା ଦେଲେ ନବନୀତ ରାଣା

ନୂଆଦିଲ୍ଲୀ: ହନୁମାନ ଚାଳିଶା ପଠନ ବିବାଦରେ ଗିରଫ ହୋଇ ଜେଲରେ ଥିବା ମହାରାଷ୍ଟ୍ର ଅମରାବତି ସାଂସଦ ନବନୀତ ରାଣା ଆଜି ଶିବସେନା ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ବିରୋଧରେ ଏତଲା ଦେଇଛନ୍ତି । ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନାଙ୍କ ନିକଟରେ ରାଉତଙ୍କ ବିରୋଧରେ ସେ ଏତଲା ଦେଇଥିବା ସୂଚନା ମିଳିଛି । ରାଣାଙ୍କ ବାସଭବନ ଦିଲ୍ଲୀର ନର୍ଥ ଆଭିନ୍ୟୁ ଏରିଆରେ ଆସୁଥିବା ଯୋଗୁ ସେ ଅଭିଯୋଗ ପାଇଁ ଦିଲ୍ଲୀ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ।

ରାଣା କହିଛନ୍ତି, ସେ ଜଣେ ଅନୁସୂଚୀତ ଜାତି ବର୍ଗର ମହିଳା । 2014ରେ ଶିବସେନା ପ୍ରାର୍ଥୀଙ୍କ ବିରୋଧରେ ଏକ ସଂରକ୍ଷିତ ଆସନରେ ସେ ନିର୍ବାଚନ ଲଢିଥିଲେ । ସେବେଠାରୁ ସେ ଶିବସେନା ନେତାଙ୍କ ଦ୍ବାରା ଧମକର ଶିକାର ହୋଇଆସୁଛନ୍ତି । ଏପରିକି ସେ ନିର୍ବାଚନୀ ପ୍ରକ୍ରିୟାରେ ମିଥ୍ୟା ଜାତିଗତ ପ୍ରମାଣ ମଧ୍ୟ ପ୍ରଦାନ କରିଥିବା ଶିବସେନା ନେତା ଅଭିଯୋଗ କରି ଆସିଛନ୍ତି । ସେ ଜଣେ ନିମ୍ନଜାତିର ମହିଳା ହୋଇଥିବାରୁ ତାଙ୍କୁ ବିଭିନ୍ନ ସମୟରେ ସେ ଶିବସେନା ନେତାଙ୍କ ଦ୍ବାରା ଜାତିଗତ ଆକ୍ଷେପର ଶିକାର ହେବାକୁ ପଡିଥିବା ନିଜ ଏତଲାରେ ଦର୍ଶାଇଛନ୍ତି ରାଣା ।

ରାଣା ଆହୁରି ମଧ୍ୟ ଲେଖିଛନ୍ତି ଯେ, 2019 ରେ ସେ ପୁନର୍ବାର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ଶିବସେନା ନେତାଙ୍କ ବିରୋଧରେ ଜିତିଥିଲେ । ତାଙ୍କ ବିଜୟର କିଛି ସମୟ ପରେ ଶିବସେନା ନେତା ସଂଞ୍ଜୟ ରାଉତ ତାଙ୍କୁ ପ୍ରତ୍ୟେକ ପ୍ଲାଟଫର୍ମରେ ଟାର୍ଗେଟ କରିବା ଆରମ୍ଭ କରିଥିଲେ । ଟେଲିଭିଜନରେ ସଞ୍ଜୟ ତାଙ୍କ ବିପକ୍ଷରେ ଆପତ୍ତିଜନକ ମନ୍ତବ୍ୟ ମଧ୍ୟ ହୋଇଥିଲେ । ଏପରିକି ସଞ୍ଜୟ ରାଉତ ତାଙ୍କୁ ଏବଂ ତାଙ୍କ ସ୍ୱାମୀଙ୍କୁ 'ବଣ୍ଟି ଏବଂ ବବଲି' ବୋଲି କହି ତାତ୍ସଲ୍ୟ କରିବା ସହ 420 ପରି ଆଶାଳୀନ ମନ୍ତବ୍ୟ ଦେଇଥିବା ମଧ୍ୟ ରାଣା କହିଛନ୍ତି ।

ସଞ୍ଜୟ ରାଉତ ତାଙ୍କ ଦଳୀୟ କର୍ମୀଙ୍କୁ ରଣାଙ୍କ ଘରକୁ ପଠାଇ ସେଠାରେ ଉତ୍ତେଜନା ସୃଷ୍ଟି କରିବା ଓ ଧମକ ଦେବା ପରି କାର୍ଯ୍ୟ କରିଥିଲେ । ରାଉତଙ୍କ ଇଙ୍ଗୀତରେ ଶିବସେନା କର୍ମୀଙ୍କ କାର୍ଯ୍ୟକଳାପରେ ସେ ଘରୁ ମଧ୍ୟ ବାହାରି ପାରିନଥିଲେ ବୋଲି ରାଣା ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ତେବେ ଦିଲ୍ଲୀ ପୋଲିସ ବର୍ତ୍ତମାନ ସଞ୍ଜୟଙ୍କ ବିରୋଧରେ କଣ ଆକ୍ସନ ନେଉଛି ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.