ETV Bharat / bharat

ପଞ୍ଜାବ ମଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ସିଦ୍ଧୁ, ବୁଧବାର ସଭାପତି ପଦରୁ ଦେଇଥିଲେ ଇସ୍ତଫା - ମାନଙ୍କ ସିଦ୍ଧୁଙ୍କ ପ୍ରଁଶଂସା

ଇସ୍ତଫାର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ସିଦ୍ଧୁଙ୍କ ପ୍ରଶଂସା । ପଞ୍ଜାବରେ ମାଫିଆ ମୁକ୍ତ ଯୁଗ ଆରମ୍ଭ ହେବାକୁ ଯାଉଥିବା କହି କଲେ ଟ୍ବିଟ । ଅଧିକ ପଢନ୍ତୁ

ପଞ୍ଜାବ ମଖ୍ୟମନ୍ତ୍ରୀ ମାନଙ୍କ ପ୍ରଶଂସାରେ ଶତମୁଖ ସିଦ୍ଧୁ, ଗତକାଲି PCC ସଭାପତି ପଦରୁ ଦେଇଥିଲେ ଇସ୍ତଫା

author img

By

Published : Mar 17, 2022, 10:32 PM IST

ନୂଆଦିଲ୍ଲୀ: ନିଜ ରାଜନୈତିକ କ୍ୟାରିୟରରେ ଅସ୍ଥିରତା ଓ ବୟାନବାଜୀ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ପଞ୍ଜାବ କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁ ପ୍ରଦେଶ କଂଗ୍ରେସ ମୁଖ୍ୟ ଭାବେ ଇସ୍ତଫା ଦେବାର ମାତ୍ର ଗୋଟିଏ ଦିନ ପରେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ତେବେ ଚଳିତଥର ଚର୍ଚ୍ଚା କୌଣସି ଦଳୀୟ ବୟାନବାଜୀ ପାଇଁ ନୁହେଁ ବରଂ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଭଗଓ୍ବନ୍ତ ମାନଙ୍କୁ ଭୂରିଭୁରି ପ୍ରଶଂସା ପାଇଁ ଚର୍ଚ୍ଚାର କେନ୍ଦ୍ରରେ ସିଦ୍ଧୁ ।

  • The happiest man is the one from whom no one expects … Bhagwant Mann unfurls a new anti - Mafia era in Punjab with a mountain of expectations …hope he rises to the occasion , brings back Punjab on the revival path with pro - people policies … best always

    — Navjot Singh Sidhu (@sherryontopp) March 17, 2022 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (AAP) ନେତା ଭଗଓ୍ବନ୍ତ ମାନଙ୍କୁ ଖୋଲା ପ୍ରଶଂସା କରି ସିଦ୍ଧୁ କହିଥିଲେ ରାଜ୍ୟରେ ଏକ ନୂତନ ମାଫିଆ ବିରୋଧୀ ଯୁଗ ଆରମ୍ଭ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମାନ ଦାୟିତ୍ୱ ଗ୍ରହଣ କରିବାର ଗୋଟିଏ ଦିନ ପରେ ଏପରି ପ୍ରଶଂସା କରି ଟ୍ବିଟ କରିଥିବା ଦେଖିବାକୁ ମିଳିଛି । ମାନ ସରକାର ନେତୃତ୍ବରେ ରାଜ୍ୟର ପୁନରୁତ୍ଥାନ ହେବା ନେଇ ମଧ୍ୟ ସିନ୍ଧୁ ଆଶା ପ୍ରକଟ କରିଥିଲେ ।

ତେବେ ସିଦ୍ଧୁଙ୍କ ବୟାନବାଜୀ ଓ ବିବଦୀୟ ମନ୍ତବ୍ୟ କିଛି ନୂଆ କଥା ନୁହେଁ । କଂଗ୍ରେସ ରାଜ୍ୟରେ କ୍ଷମତାରୁ ହଟିବା ପରେ ତାଙ୍କୁ ପ୍ରଦେଶ କଂଗ୍ରେସ ସଭାପତି ଭାବେ ଇସ୍ତଫା ଦେବା ପାଇଁ କହିଥିଲେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ । ଇସ୍ତାଫା ଦେବାର ମାତ୍ର ଗୋଟିଏ ଦିନ ପରେ ମାନଙ୍କୁ ଏପରି ଶୁଭେଚ୍ଛା ବାର୍ତ୍ତାକୁ ସହଜ କିମ୍ବା ସୌଜନ୍ୟମୂଳକ ଭାବେ ମଧ୍ୟ ସମୀକ୍ଷକ ଗ୍ରହଣ କରିପାରୁ ନାହାନ୍ତି । ନିଜ ରାଜନୈତିକ କ୍ୟାରିୟରରେ ସର୍ବଦା ଅସ୍ଥିରତା ପାଇଁ ଚର୍ଚ୍ଚାରେ ରହୁଥିବା ସିଦ୍ଧୁଙ୍କ ଆଗାମୀ କାର୍ଯ୍ୟପନ୍ଥା ଓ ନିଷ୍ପତ୍ତି ନେଇ ମଧ୍ୟ ଚର୍ଚ୍ଚା ଜାରିରହିଛି ।

ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ସମସ୍ତ ୫ରାଜ୍ୟରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିବା ସହ କ୍ଷମତାରେ ଥିବା ପଞ୍ଜାବରେ ମଧ୍ୟ ବିଫଳାର ସାମ୍ନା କରିବାକୁ ବାଧ୍ୟ ହୋଇଥିଲା । ଦଳର ଏପରି ପ୍ରଦର୍ଶନ ପରେ କେନ୍ଦ୍ରୀୟ କାର୍ଯ୍ୟକାରୀ ବୈଠକରେ ମାନସମନ୍ଥନ କରାଯିବା ସହ ୫ ରାଜ୍ୟର ପିସିସି ସଭାପତିଙ୍କୁ ତୁରନ୍ତ ଇସ୍ତାଫା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଦଳୀୟ ହାଇକମାଣ୍ଡ ସୋନିଆ ଗାନ୍ଧୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.