ETV Bharat / bharat

ବର୍ଷା ବିପତ୍ତିରେ ଆସିଥିଲେ ଜଳପ୍ରପାତ ବୁଲି, ୧୧୭ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ

ମୁମ୍ବାଇର ଖରଘରରେ ଥିବା ପାଣ୍ଡାଭାକଡା ଜଳପ୍ରପାତ ବୁଲିବାକୁ ଯାଇ ଫଶିଥିବା ୧୧୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Jul 19, 2021, 1:37 PM IST

ବର୍ଷା ବିପତ୍ତିରେ ଆସିଥିଲେ ଜଳପ୍ରପାତ ବୁଲି
ବର୍ଷା ବିପତ୍ତିରେ ଆସିଥିଲେ ଜଳପ୍ରପାତ ବୁଲି

ମୁମ୍ବାଇ: ନଭି ମୁମ୍ବାଇର ଖରଘରରେ ଥିବା ପାଣ୍ଡାଭାକଡା ଜଳପ୍ରପାତକୁ ପ୍ରଶାସନ ବିପଦପୂର୍ଣ୍ଣ ଜଳପ୍ରପାତ ଭାବରେ ଘୋଷଣା କରାଯାଇଥିଲା। ବର୍ଷାକୁ ଦୃଷ୍ଟିରେ ରଖି ଏପରି ନଷ୍ପତ୍ତି ନିଆଯାଇଛି । ଏହା ପରେ ବି କିଛି ଲୋକ ଏହାକୁ ହେୟଜ୍ଞାନ କରି ସେହି ସ୍ଥାନକୁ ବୁଲିବାକୁ ଆସିଥିଲେ। ବିନା ଅନୁମତିରେ ଜଳପ୍ରପାତ ବୁଲିବା ଭାରି ପଡିଲା । ପ୍ରବଳ ବର୍ଷା ହେବାରୁ ସେମାନେ ସେଠାରେ ଫସିଯାଇଥିଲେ।

ବର୍ଷା ବିପତ୍ତିରେ ଆସିଥିଲେ ଜଳପ୍ରପାତ ବୁଲି

ଏହା ପରେ ଖବର ପାଇଁ ନଭି ମୁମ୍ବାଇ ପୋଲିସ ଏବଂ ଅଗ୍ନଶମ ବାହିନୀ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ଫସିଥିବା ସମସ୍ତ ୧୧୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଗତ କିଛି ଦିନ ହେବ ମାୟାନଗରୀରେ ଲଗାଣ ବର୍ଷା ଜାରି ରହିଛି। ଆହୁରି ୨ ଦିନ ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରିଛି IMD । ଅବିରତ ବର୍ଷା କାରଣରୁ ଅନେକ ସ୍ଥାନ ଜଳବନ୍ଦୀ ହୋଇଛି । ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଛି । ଖାଲି ମୁମ୍ବାଇ ନୁହେଁ ରାଜଧାନୀ ଦିଲ୍ଲୀରେ ବି ବର୍ଷା ଜାରି ରହିଛି । ବର୍ଷା କାରଣରୁ ଅନେକ ସ୍ଥାନ ଜଳବନ୍ଦୀ ହୋଇଛି ।

ଆସନ୍ତା ୨ରୁ ତିନି ଘଣ୍ଟା ମଧ୍ୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଆସାମ, ମେଘାଳୟ, ମିଜୋରାମ , ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ବଜ୍ରପାତ ହେବା ସହ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି IMD କହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.