ETV Bharat / bharat

ନବରାତ୍ରୀର ପ୍ରଥମ ଦିନ, ଆଜିଠୁ ମାଆଙ୍କୁ ଆଗମନ, ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ - ଶୈଳପୁତ୍ରୀଙ୍କୁ ପୂଜାର୍ଚ୍ଚନାର ବିଧିବିଧାନ

ଆଶ୍ୱୀନ ଶୁକ୍ଳପକ୍ଷ ପ୍ରତିପଦା ତିଥି ଅର୍ଥାତ ଆଜିଠୁ ଆରମ୍ଭ ହୋଇଛି ନବରାତ୍ରୀ ପୂଜା । ନବରାତ୍ରୀର ପ୍ରଥମ ଦିନରେ ମାଆ ଶୈଳପୁତ୍ରୀଙ୍କୁ ପୂଜାର୍ଚ୍ଚନା କରାଯାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

ନବରାତ୍ରୀର ପ୍ରଥମ ଦିନ, ଆଜିଠୁ ମାଆଙ୍କୁ ଆଗମନ, ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନବରାତ୍ରୀର ପ୍ରଥମ ଦିନ, ଆଜିଠୁ ମାଆଙ୍କୁ ଆଗମନ, ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀନବରାତ୍ରୀର ପ୍ରଥମ ଦିନ, ଆଜିଠୁ ମାଆଙ୍କୁ ଆଗମନ, ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
author img

By ETV Bharat Odisha Team

Published : Oct 15, 2023, 2:15 PM IST

ହାଇଦ୍ରାବାଦ: ଆଜି ନବରାତ୍ରୀ ପୂଜାର ପ୍ରଥମ ଦିନ । ଆଶ୍ୱୀନ ଶୁକ୍ଳପକ୍ଷରେ ଶାରଦୀୟ ନବରାତ୍ରୀ ପୂଜା ଆରମ୍ଭ ହୋଇଥାଏ । 9 ଦିନ ଧରି ଏହି ପୂଜାର୍ଚ୍ଚନା କରାଯାଏ । ତେବେ ଚଳିତ ବର୍ଷ ଅକ୍ଟୋବର 15ରୁ ନବରାତ୍ରୀ ଆରମ୍ଭ ହୋଇଥିବା ବେଳେ 24 ଅକ୍ଟୋବରରେ ଶେଷ ହେବ । ନବରାତ୍ରର ପ୍ରଥମ ଦିନ ପ୍ରତିପଦା ତିଥିରେ ଘଟ ସ୍ଥାପନା କରିବା ସହ ମାଆ ଶୈଳପୁତ୍ରୀଙ୍କୁ ପୂଜାର୍ଚ୍ଚନାର ବିଧିବିଧାନ ରହିଛି । ଘଟ ସ୍ଥାପନାରେ କଳସ ସ୍ଥାପନ କରାଯାଏ । ଏହାପରେ ପୂଜା ଓ ବ୍ରତ ଆରମ୍ଭ କରାଯାଏ । ଏହି ଦିନରୁ ମାଆଙ୍କ ଆଗମନ ହୋଇଥାଏ ଓ ଦେବୀ ପକ୍ଷର ଆରମ୍ଭ ହୋଇଥାଏ । ବିଧି ଅନୁଯାୟୀ, ଶୈଳପୁତ୍ରୀଙ୍କ ପୂଜାର୍ଚ୍ଚନା କରିବା ଦ୍ବାରା ଭକ୍ତଙ୍କ ସମସ୍ତ ମନୋକାମନା ପୂରଣ ହୋଇଥାଏ ।

  • नवरात्रि के पहले दिन मां शैलपुत्री के चरणों में कोटि-कोटि वंदन। उनसे प्रार्थना है कि वे देश के जन-जन को शक्ति और समृद्धि का आशीर्वाद दें। pic.twitter.com/JdyL0aOe9p

    — Narendra Modi (@narendramodi) October 15, 2023 " class="align-text-top noRightClick twitterSection" data=" ">

ତେବେ ଆଜି ନବରାତ୍ରୀର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ସୋସିଆଲ ମିଡିଆ ଏକ୍ସରେ ଏନେଇ ପୋଷ୍ଟ କରିଛନ୍ତି । ଲେଖିଛନ୍ତି,"ଦେଶବାସୀଙ୍କୁ ନବରାତ୍ରୀର ଅନେକ ଶୁଭକାମନା । ଶକ୍ତି ପ୍ରଦାୟିନୀ ମା ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି, ସୌଭାଗ୍ୟ ଓ ଉତ୍ତମ ସ୍ବାସ୍ଥ୍ୟ ନେଇ ଆସନ୍ତୁ । ଜୟ ମାତା ଦି ।"

ପ୍ରଧାନମନ୍ତ୍ରୀ ମୋଦି ଆଉ ଏକ ପୋଷ୍ଟ କରି ଲେଖିଛନ୍ତି," ନବରାତ୍ରୀର ପ୍ରଥମ ଦିନ ମା ଶୈଳପୁତ୍ରୀଙ୍କ ଚରଣରେ କୋଟି କୋଟି ବନ୍ଦନ । ତାଙ୍କ ନିକଟରେ ପ୍ରାର୍ଥନା କରୁଛି କି, ଦେଶର ସମସ୍ତ ନାଗରିକଙ୍କୁ ଶକ୍ତି ଓ ସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତୁ ।"

  • देशवासियों को नवरात्रि की ढेरों शुभकामनाएं। शक्ति प्रदायिनी मां दुर्गा हर किसी के जीवन में सुख-समृद्धि, सौभाग्य और उत्तम स्वास्थ्य लेकर आएं। जय माता दी!

ଏହାମଧ୍ୟ ପଢନ୍ତୁ..Chaitra Navratri 2023: ପ୍ରଥମ ଦିନରେ ମା' ଶୈଳପୁତ୍ରୀଙ୍କ ପୂଜା

ତେବେ ପୌରାଣିକ କଥାବସ୍ତୁ ଅନୁଯାୟୀ, ପର୍ବତ ରାଜା ହିମାଳୟଙ୍କ ଝିଅ ହୋଇଥିବାରୁ ତାଙ୍କୁ ଶୈଳପୁତ୍ରୀ କୁହାଯାଏ । ପୂର୍ବ ଜନ୍ମରେ ଶୈଳପୁତ୍ରୀଙ୍କର ନାମ ସତୀ ଥିଲା ଏବଂ ସେ ଭଗବାନ ଶିବଙ୍କର ପତ୍ନୀ ଥିଲେ । ସତୀଙ୍କର ପିତା ଦକ୍ଷ ପ୍ରଜାପତି ଭଗବାନ ଶିବଙ୍କୁ ଅପମାନିତ କରିଥିଲେ । ଏହା ପରେ ସତୀ ନିଜକୁ ଅଗ୍ନିରେ ଭସ୍ମ କରିଦେଇଥିଲେ । ଏହାପରେ ପରବର୍ତ୍ତୀ ଜନ୍ମରେ ସତୀ ଶୈଳପୁତ୍ରୀ ରୂପରେ ଜନ୍ମ ନେଇଥିଲେ ଏବଂ ପୁଣି ଶିବଙ୍କୁ ବିବାହ କରିଥିଲେ ।

ଶୈଳପୁତ୍ରୀଙ୍କର ପୂଜାବିଧି: ମାଆ ଶୈଳପୁତ୍ରୀଙ୍କୁ ପୂଜା କରିବା ଆଗରୁ ଅଖଣ୍ଡ ଦୀପ ଲଗାନ୍ତୁ । ଏହାସହ ଏକ ଲାଲ ବସ୍ତ୍ର ମାଆଙ୍କ ଚରଣରେ ବାନ୍ଧନ୍ତୁ । ସର୍ବ ମଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ, ଶରଣନେତ୍ରଂବକେ ଗୌରୀ ନାରାୟଣୀ ନମସ୍ତୁତେ ଜପ କରନ୍ତୁ । ମାତାଙ୍କର ଏହି ରୂପ ଅତ୍ୟନ୍ତ ଶାନ୍ତ ଏବଂ ମନଲୋଭୀ ଅଟେ । ବିଶ୍ବାସ କରାଯାଏ ଯେ, ଆଜିର ଦିନରେ ଭକ୍ତ ଯେଉଁ ମାନସିକ କରେ ତାହା ପୂରଣ ହୁଏ । ମା ଶୈଳପୁତ୍ରୀଙ୍କୁ ଧଳା ରଙ୍ଗ ଅତ୍ୟନ୍ତ ପସନ୍ଦ ତେଣୁ ଆଜି ମା'ଙ୍କୁ ଧଳା ଫୁଲ ଅର୍ପଣ କରନ୍ତୁ । ଗୋଟିଏ ପାନରେ ୨୭ ପ୍ରକାର ଜିନିଷ ରଖନ୍ତୁ । ପ୍ରଥମେ ଓଁ ଶୈଳପୁତ୍ରୟେ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ଏହାପରେ ଏକ ଲବଙ୍ଗକୁ ରଙ୍ଗ କପଡାରେ ବାନ୍ଧି ମାଆଙ୍କୁ ଅର୍ପଣ କରନ୍ତୁ । ମା'ଙ୍କୁ ମନସ୍କାମନା ମାଗିବା ବେଳେ ଆଖି ବନ୍ଦ କରି ଦୁଇହାତ ଯୋଡି ମାଗନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.