ETV Bharat / bharat

National Mango Day; ଆମ୍ବ ଉତ୍ପାଦନରେ ଭାରତ ପ୍ରଥମ

author img

By

Published : Jul 22, 2021, 1:11 PM IST

Updated : Jul 22, 2021, 1:52 PM IST

ଆମ୍ବର ସ୍ବାଦ ପାଇଁ ତାକୁ ଫଳର ରାଜା ବୋଲି କୁହାଯାଏ । ଆଜି ହେଉଛି ସେହି ଫଳର ରାଜା ଆମ୍ବ ଦିବସ । ପ୍ରତିବର୍ଷ ଜୁଲାଇ 22 ତାରିଖକୁ ଜାତୀୟ ଆମ୍ବ ଦିବସ ଭାବରେ ପାଳନ କରାଯାଏ । ଅଧିକ ପଢନ୍ତୁ...

ଜାତୀୟ ଆମ୍ବ ଦିବସ
ଜାତୀୟ ଆମ୍ବ ଦିବସ

ହାଇଦ୍ରାବାଦ: ଆମ୍ବ ଖାଇବାରୁ କାହାରୁ ବା ଭଲ ନ ଲାଗେ । ଖାଲି ଟିକେ ଆମ୍ବର ନାଁ କାନରେ ବାଜିଗଲେ ମୁହଁରେ ପାଣି ଆସିଯାଏ । ଆମ୍ବର ସ୍ବାଦ ପାଇଁ ତାକୁ ଫଳର ରାଜା ବୋଲି କୁହାଯାଏ । ଆଜି ହେଉଛି ସେହି ଫଳର ରାଜା ଆମ୍ବ ଦିବସ । ପ୍ରତିବର୍ଷ ଜୁଲାଇ 22 ତାରିଖକୁ ଜାତୀୟ ଆମ୍ବ ଦିବସ ଭାବରେ ପାଳନ କରାଯାଏ ।

ଆମ୍ବ ଖାଲି ଏକ ସୁସ୍ବାଦୁ ଫଳ ଯାହାକୁ ଖରାଦିନେ ଲୋକମାନେ ଖାଇବାକୁ ଭଲ ପାଆନ୍ତି । ଖରାଦିନ ଆସିଲା ମାନେ ଅନେକ ଲୋକ ଆମ୍ବ ପ୍ରିୟ ହୋଇଯାଆନ୍ତି । ଆମ୍ବ ଚାଷ ଅନେକଙ୍କୁ ରୋଜଗାର ଦେଇଥାଏ । ଖୁବ କମ ଲୋକ ଥାଆନ୍ତି ଯେଉଁମାନେ ସ୍ବାଦିଷ୍ଟ ଏବଂ ରସାଳ ଫଳ ଆମ୍ବକୁ ଭଲ ପାଆନ୍ତି ନାହିଁ। ଏହା ଅତ୍ୟନ୍ତ ଲୋକପ୍ରିୟ ଫଳ । ଏହା ପାଇଁ ବି ଏକ ସ୍ବତନ୍ତ୍ର ଦିନ ରହିଛି । ଆଜି ହେଉଛି ସେହି ଫଳର ରାଜା ପାଇଁ ଦିନଟିଏ ।

500 ବର୍ଷ ପୂର୍ବରେ ଭାରତରେ ଆମ୍ବ ଚାଷ ଆରମ୍ଭ ହୋଇଥିଲା । ଧିରେ ଧିରେ ଭାରତରୁ ନେଇ ଦକ୍ଷିଣ-ପୂର୍ବ ଏସିଆରେ ଏହାର ଉତ୍ପାଦନ ବଢିଥିଲା । ଦଶମ ଶତାଦ୍ଦୀ ବେଳକୁ ଉତ୍ତର ଆଫ୍ରିକାରେ ଆମ୍ବ ଚାଷ ପରିବ୍ୟାପ୍ତି ହୋଇଯାଇଥିଲା । ଭାରତଠାରୁ ନେଇ ପାକିସ୍ତାନ ଓ ଫିଲିପିନସର ଜାତୀୟ ଫଳ ଭାବରେ ସ୍ଥାନ ଗ୍ରହଣ କରିଛି ।

ବାଂଲାଦେଶରେ ଆମ୍ବ ଗଛକୁ ଜାତୀୟ ବୃକ୍ଷ ଭାବରେ ମାନିଥାନ୍ତି । ଆମ୍ବ ଉତ୍ପାଦନରେ ଭାରତ ପ୍ରଥମ। 2019ରେ ବିଶ୍ବରେ ସମୁଦାୟ 5.6 କୋଟି ଟନ ଆମ୍ବ ଉତ୍ପାଦିତ ହୋଇଥିଲା ଯାହାର 56 ପ୍ରତିଶତ ଭାରତରେ ଉତ୍ପାଦିତ ହୋଇଥିଲା । ଏକ ପରୀକ୍ଷାରୁ ଜଣାପଡିଛି ଯେ ଗୋଟିଏ ଗଛରୁ ପ୍ରାୟ 121 ପ୍ରକାର ଆମ୍ବ ମିଳିଥାଏ । ଏହି ଗଛ ଉତ୍ତର ପ୍ରଦେଶର ଶାହାରାଣ ପୁରରେ ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jul 22, 2021, 1:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.