ETV Bharat / bharat

National Herald case: ହାଜର ହେବା ପାଇଁ ସମୟ ମାଗିଲେ ସୋନିଆ - ନ୍ୟାସନାଲ ହେରାଲ୍ଡ ମାମଲା

ଜେରା ପାଇଁ ସମୟ ମାଗିଲେ ସୋନିଆ । ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହେବା ସମୟ ମାଗି ଇଡିକୁ ଲେଖିଲେ ଚିଠି । 20 ତାରିଖରେ ହସ୍ପିଟାଲରୁ ହୋଇଥିଲେ ଡିସଚାର୍ଜ । ଅଧିକ ପଢନ୍ତୁ

National Herald case: ହାଜର ହେବା ପାଇଁ ସମୟ ମାଗିଲେ ସୋନିଆ

author img

By

Published : Jun 22, 2022, 7:22 PM IST

ନୂଆଦିଲ୍ଲୀ: ଇଡିକୁ ଅଧିକ ସମୟ ମାଗିଲେ ସୋନିଆ ଗାନ୍ଧୀ । କୋଭିଡରୁ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଥିବା କଂଗ୍ରେସ ଅନ୍ତରୀଣା ଅଧ୍ୟକ୍ଷା ସୋନିଆ ହାଜର ହେବା ପାଇଁ ତଦନ୍ତକାରୀ ସଂସ୍ଥାକୁ ଅଧିକ ସମୟ ମାଗିଛନ୍ତି । ଫୁସଫୁସ ସଂକ୍ରମଣ ସମ୍ପର୍କିତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ସେ ଜେରାରୁ ବିରାମ ଚାହିଁଛନ୍ତି ।

ଚଳିତ ମାସ 8 ତାରିଖରେ ସୋନିଆଙ୍କୁ ହାଜର ହେବା ପାଇଁ ପ୍ରଥମ ସମନ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପରେ ସୋନିଆ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ପ୍ରଥମେ ଗୃହ ସଙ୍ଗରୋଧରେ ଚିକିତ୍ସା ଓ ପରେ 12 ତାରିଖରେ ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ତାଙ୍କୁ 20 ତାରିଖରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ସେ ଏବେ ଘରେ ଡାକ୍ତରୀ ପରାମର୍ଶରେ ଅଛନ୍ତି । ତେଣୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ଯାଏଁ ତଦନ୍ତକାରୀ ସଂସ୍ଥାକୁ ସମୟ ମାଗିଛନ୍ତି ।

ପରବର୍ତ୍ତୀ ସମୟରେ ଜୁନ 23ରେ ସୋନିଆଙ୍କୁ ହାଜର ହେବା ପାଇଁ ସମନ ଜାରି କରିଥିଲା ଇଡି । ଏହି ମାମଲାରେ ପୁଅ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାରାଥନ ଜେରା କରିବାରେ ଲାଗିଛି ଇଡି । ପ୍ରଥମେ କ୍ରମାଗତ 3 ଦିନ ଓ ପରେ 20 ତାରିଖ ଓ ଗତକାଲି ମଧ୍ୟ ରାହୁଲ ଜେରାର ସମ୍ମୁଖୀନ ହୋଇଥିଲେ । ମା ସୋନିଆଙ୍କୁ ଆସନ୍ତାକାଲି ଜେରା ଆରମ୍ଭ ହେବା ପୂର୍ବରୁ ସେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ କିଛି ଦିନ ଆଶ୍ବସ୍ତି ଚାହିଁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.