ETV Bharat / bharat

National Herald Case: ପୁଣି ଇଡିରେ ହାଜର ହେଲେ ରାହୁଲ ଗାନ୍ଧୀ

author img

By

Published : Jun 14, 2022, 1:36 PM IST

Updated : Jun 14, 2022, 2:18 PM IST

ଆଜି ପୁଣି ଇଡିରେ ହାଜର ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କଂଗ୍ରେସ କର୍ମକର୍ତ୍ତାଙ୍କ ବିକ୍ଷୋଭ ପ୍ରଦର୍ଶନ ନେଇ ରଣଦୀପ ସୁର୍ଜେୱାଲାଙ୍କୁ ଅଟକ ରଖିଲା ପୋଲିସ । ଅଧିକ ପଢନ୍ତୁ

National Herald Case: ପୁଣି ଇଡିରେ ହାଜର ହେଲେ ରାହୁଲ ଗାନ୍ଧୀ
National Herald Case: ପୁଣି ଇଡିରେ ହାଜର ହେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଜି ପୁଣି ଇଡିରେ ହାଜର ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଲଗାତାର ଦ୍ବିତୀୟ ଦିନରେ ରାହୁଲ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଅଫିସରେ ହାଜର ହୋଇଛନ୍ତି । ସୋମବାର ତାଙ୍କୁ ୧୦ ଘଣ୍ଟା ଧରି ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ତଦନ୍ତକାରୀ ସଂସ୍ଥାକୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନଥିବାରୁ ଆଜି ପୁଣି ଥରେ ପଚରାଉଚାର ପାଇଁ ଡାକିଥିଲା । ରାହୁଲ ଆଜି ଇଡି ଆଗରେ ହାଜର ହେବା ପୂର୍ବରୁ ପାର୍ଟି ମୁଖ୍ୟାଳୟକୁ ଯାଇଥିଲେ । ସେଠାରେ ସେ ଭଉଣୀ ତଥା ଦଳର ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ଇଡି କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ ।

  • ED probe against Rahul Gandhi is an attempt to muzzle his voice as he has always questioned Modi govt on issues like China capturing our territory, inflation, fuel price hike, unemployment, religious vendetta...He is being constantly attacked: Randeep Surjewala, Congress pic.twitter.com/obU9i4Mv6r

    — ANI (@ANI) June 14, 2022 " class="align-text-top noRightClick twitterSection" data=" ">

ଏହାକୁ ନେଇ ଆଜି ମଧ୍ୟ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏବଂ ରାସ୍ତାରୋକ କରିଛନ୍ତି । ଇଡି ଅଫିସ ବାହାରେ ପୋଲିସ ଏବଂ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ ଅନେକ କଂଗ୍ରେସ ନେତାଙ୍କୁ ଅଟକ ରଖିଛି । ସେମାନଙ୍କ ମଧ୍ୟରେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୁର୍ଜେୱାଲା, ଅଧୀର ରଞ୍ଜନ ଚୌଧୁରୀ ବି ଅଛନ୍ତି ।

  • Delhi | Congress leader Rahul Gandhi arrives at party headquarters along with sister and party leader Priyanka Gandhi Vadra

    Rahul will be appearing before ED for probe in the National Herald case, today pic.twitter.com/i5fQvHSiM1

ପ୍ରକାଶଥାଉ କି, ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ସମ୍ପର୍କରେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଅଭିଯୋଗ କରିଥିଲେ । ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ ନ୍ୟାସନାଲ ହେରାଲ୍ଡ ସମ୍ପତ୍ତି ଉପରେ କବ୍‌ଜା କରିଥିବାର ଅଭିଯୋଗ ଆଣିଥିଲେ । ଏହି ମାମଲାରେ ଇଡି ସେମାନଙ୍କୁ ପଚରାଉଚରା କରୁଛି ।

Last Updated : Jun 14, 2022, 2:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.