ETV Bharat / bharat

National Herald Case: ରାହୁଲଙ୍କୁ ପଚାରିଥିବା ସମାନ ପ୍ରଶ୍ନ ସୋନିଆଙ୍କୁ ଜେରାବେଳେ ଦୋହରାଇ ପାରେ ED - ରାହୁଲଙ୍କୁ ଜେରା

ସୋନିଆଙ୍କୁ ଜେରାବେଳେ ଦୋହରାଯାଇପାରେ ପୁଅ ରାହୁଲଙ୍କୁ ପଚରାଯାଇଥିବା ପ୍ରଶ୍ନ । 5 ଦିନ ଧରି ରାହୁଲଙ୍କୁ ମାରାଥନ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

National Herald Case: ରାହୁଲଙ୍କୁ ପଚରିଥିବା ସମାନ ପ୍ରଶ୍ନ ସୋନିଆଙ୍କୁ ଜେରା ବେଳେ ଦୋହରାଇ ପାରେ ED

author img

By

Published : Jun 25, 2022, 9:38 PM IST

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଜେରାର ସମ୍ମୁଖୀନ ହେବାକୁ ଯାଉଥିବା କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ କ୍ଷେତ୍ରରେ ପୁଅ ରାହୁଲଙ୍କୁ ପଚରାଯାଇଥିବା ସମାନ ପ୍ରଶ୍ନ ଦୋହରାଇ ପାରେ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ରାହୁଲ ଗାନ୍ଧୀଙ୍କୁ 5 ଦିନ ଧରି ମାରାଥନ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମା‘ ତଥା ପାର୍ଟି ମୁଖ୍ୟ ସୋନିଆ ଗାନ୍ଧୀ ମଧ୍ୟ ସମନ ପାଇଥିଲେ ସୁଦ୍ଧା କୋଭିଡ ଆକ୍ରାନ୍ତ ହେବା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ତଦନ୍ତକାରୀ ସଂସ୍ଥାକୁ ସମୟ ମାଗିଛନ୍ତି ସୋନିଆ । ଆସନ୍ତା ମାସ (ଜୁଲାଇ) ମଧ୍ୟଭାଗରେ ସୋନିଆଙ୍କୁ ଜେରା ପାଇଁ ଡାକିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ନ୍ୟାସନାଲ ହେରାଲ୍ଡ ମାମଲାରେ ଉଭୟ ସୋନଆ ଓ ରାହୁଲଙ୍କୁ ଜେରା ପାଇଁ ହାଜର ହେବାକୁୁ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇଥିଲା ।

ରାହୁଲଙ୍କୁ 5 ଦିନ ଜେରା କରି ସାରିଛି ଇଡି । ରାହୁଲଙ୍କ ଜେରାବେଳେ କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ କରିବା ସହ କେନ୍ଦ୍ର ସରକାର ସରକାରୀ ଅନୁଷ୍ଠାନକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛି ବୋଲି ଅଭିଯୋଗ କରିଥିଲା । ଏହାରି ମଧ୍ୟରେ ଘରେ ଚିକିତ୍ସାଧୀନ ଥିବା ପାର୍ଟି ମୁଖ୍ୟ ସୋନିଆ ମଧ୍ୟ ଆସନ୍ତା ମାସ ମଧ୍ୟ ଭାଗରେ ଜେରାର ସମ୍ମୁଖୀନ ହେବାକୁ ଯାଉଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସୋନିଆ ମଧ୍ୟ ପୁଅ ରାହୁଲ ସାମ୍ନା କରିଥିବା ସମାନ ପ୍ରଶ୍ନକୁ ନେଇ ଜେରା ହୋଇପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.