ETV Bharat / bharat

National Herald Case: ଆଜି ଦେଶବ୍ୟାପୀ ସାମ୍ବାଦିକ ସମ୍ମିଳନୀ କରିବ କଂଗ୍ରେସ

author img

By

Published : Jun 12, 2022, 10:07 AM IST

ସୋନିଆ ଗାନ୍ଧୀ ଓ ରାହୁଲଙ୍କୁ ବାରମ୍ବାର ଇଡି (Enforcement Directorate) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଛି । ଯାହାକୁ ନେଇ ଆଜି କଂଗ୍ରେସ ପକ୍ଷରୁ ସାରା ଦେଶରେ ସାମ୍ବାଦିକ ସମ୍ମିଳନୀ ହେବାକୁ ଯାଉଛି। ଅଧିକ ପଢ଼ନ୍ତୁ

National Herald Case congress leaders press conference in all over india
National Herald Case: ଆଜି ଦେଶବ୍ୟାପୀ ସାମ୍ବାଦିକ ସମ୍ମିଳନୀ କରିବ କଂଗ୍ରେସ

ନୂଆଦିଲ୍ଲୀ: ସୋନିଆ ଗାନ୍ଧୀ ଓ ରାହୁଲଙ୍କୁ ବାରମ୍ବାର ଇଡି (Enforcement Directorate) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଛି । ଯାହାକୁ ନେଇ ଆଜି କଂଗ୍ରେସ ପକ୍ଷରୁ ସାରା ଦେଶରେ ସାମ୍ବାଦିକ ସମ୍ମିଳନୀ ହେବାକୁ ଯାଉଛି । ଏଥିସହ ସମନକୁ ବିରୋଧ କରି ଇଡି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବାର ସୂଚନା ରହିଛି । ବିଭିନ୍ନ ରାଜ୍ୟରେ ଦଳର ସମସ୍ତ ନେତାଙ୍କୁ ସାମ୍ବାଦିକ ସମ୍ମିଳନୀର ଦାୟିତ୍ବ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଇଡିଙ୍କ କାର୍ଯ୍ୟାନୁଷ୍ଠାନ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବ କଂଗ୍ରେସ ।

ଅନୁଷ୍ଠିତ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସଚିନ ପାଇଲଟ ଲକ୍ଷ୍ନୌରେ ଉପସ୍ଥିତ ରହିବେ । ରାୟପୁରରେ ବିବେକ ତନଖା, ଶିମଲାରେ ସଞ୍ଜୟ ନିରୁପମ, ଚଣ୍ଡିଗଡ଼ରେ ରଞ୍ଜିତ ରଞ୍ଜନ, ଅହମ୍ମଦାବାଦରେ ପବନ ଖେଡା, ଡେରାଡୁନରେ ଅଳକା ଲାମ୍ବା, ପାଟଣାରେ ନାସିର ହୁସେନ, ଗୋଆରେ ମଧୁ ଗୌଡ଼ ସାମ୍ବାଦିକ ସମ୍ମିଳନୀ କରିବେ । ଯେଉଁ ରାଜ୍ୟରେ ଜାତୀୟ ନେତାମାନେ ପହଞ୍ଚିବେ ନାହିଁ ସେଠାରେ ସ୍ଥାନୀୟ ନେତାମାନେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଏହା ବ୍ୟତୀତ ଆସନ୍ତାକାଲି (ସୋମବାର) କଂଗ୍ରେସ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିବ।

ସୂଚନା ଥାଉକି, 2015ରୁ ବନ୍ଦ ପଡିଥିବା ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ କାର୍ଯ୍ୟାଳୟରେ ହାଜର ହେବାପାଇଁ ଅନେକ ଥର କୁହାଯାଇଛି । ପୂର୍ବରୁ ଜୁନ୍ ୮ ତାରିଖରେ ସୋନିଆଙ୍କୁ ହାଜର ହେବାକୁ ନୋଟିସ୍ ହୋଇଥିଲା । କିନ୍ତୁ କୋଭିଡ ସଂକ୍ରମିତ ଦର୍ଶାଇ ସେ ହାଜର ହୋଇନଥିଲେ । ତେବେ ଜୁନ ୨୩ ତାରିଖ ସୁଦ୍ଧା ଇଡି ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆସନ୍ତାକାଲି ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ ଜାରି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.