ETV Bharat / bharat

‘କନ୍ୟା ସନ୍ତାନ’: ଘରକୁ ଆଣିଥାଏ ସୁଖ, ସମୃଦ୍ଧି ଓ ସମ୍ମାନ - #EveryGirlEveryDream

ପ୍ରତିବର୍ଷ ଜାନୁଆରୀ 24 ରେ ପାଳନ କରାଯାଏ ଜାତୀୟ ବାଳିକା ଶିଶୁ ଦିବସ । ବାଳିକା ଶିଶୁର ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା, ବାଳିକା ଶିକ୍ଷାର ଗୁରୁତ୍ତ୍ବ, ସେମାନଙ୍କର ସ୍ବାସ୍ଥ୍ୟ ଏବଂ ପୋଷଣ ଉପରେ ସଚେତନତା ସୃଷ୍ଟି କରାଯିବା ଏହାର ଲକ୍ଷ୍ୟ । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବାଳିକାଙ୍କ ପାଇଁ ଦିନ ଟିଏ:  ଉପସ୍ଥିତି ବହନ କରେ ମହତ୍ତ୍ବ

author img

By

Published : Jan 24, 2021, 9:41 AM IST

Updated : Jan 24, 2021, 1:06 PM IST

ହାଇଦ୍ରାବାଦ: ସୃଷ୍ଟିର ସର୍ଜନା ପାଇଁ ନାରୀର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା । ପରିବାରରେ ଝିଅଟିଏ ଜନ୍ମ ନେଲେ କୁହାଯାଏ ଘରକୁ ସାକ୍ଷାତ ଲକ୍ଷ୍ମୀ ଆସିଛନ୍ତି । କନ୍ୟାସନ୍ତାନ ପିତାମାତାଙ୍କ ସୁଖ, ସମୃଦ୍ଧି ବଢାଇବା ଘରକୁ ସ୍ବର୍ଗରେ ପରିଣତ କରିଦିଏ । ବିବାହ କରି ଜନ୍ମ କରିଥିବା ପିତାଙ୍କୁ ଦିଏ ମହାପୁଣ୍ୟ ଅର୍ଜନ କରିବାର ସୌଭାଗ୍ୟ । କେବେ ଝିଅ, କେବେ ସ୍ତ୍ରୀ ତ କେବେ ମା’ ରୂପ ଧାରଣ କରି ପ୍ରତି କ୍ଷେତ୍ରରେ ପୁରୁଷର ଛାଇ ହୋଇ ରହିଥାଏ । ଆଉ ସମସ୍ତଙ୍କ କଷ୍ଟ ଲାଘବ କରିବା ସହ ସେ ଦୁହିତା ‘ଦୁଇ କୁଳକୁ ହିତା’ ବୋଲାଇଥାଏ । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁ ବାଳିକାମାନେ ନିଜ ସ୍ବପ୍ନ ପୂରା କରିବା ପାଇଁ ପ୍ରତ୍ୟେକ ଦିନ ନିଜ ସୀମା ଲଙ୍ଘି ଦେଶକୁ ଗର୍ବିତ କରୁଛନ୍ତି ତାଙ୍କ ପାଇଁ ଦିନଟି ଉତ୍ସର୍ଗୀକୃତ କରିବା । ସେମାନଙ୍କ ବାଟରେ ଥିବା ସମସ୍ତ ପ୍ରତିବନ୍ଧକ ହଟାଇବାକୁ ସଂକଳ୍ପ କରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

‘କନ୍ୟା ସନ୍ତାନ’, ଘରକୁ ଆସିଥାଏ ସୁଖ, ସମୃଦ୍ଧି ଓ ସମ୍ମାନ

ସେହିପରି ଜାତୀୟ କନ୍ୟା ସନ୍ତାନ ଦିବସରେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା ଦେଶର ଝିଅଙ୍କୁ କରିଛନ୍ତି ସଲାମ । କେନ୍ଦ୍ର ସରକାର ଶିକ୍ଷା,ସ୍ବାସ୍ଥ୍ୟ କ୍ଷେତ୍ରରେ ଝିଅଙ୍କୁ ସଶକ୍ତ କରିବାକୁ ଅନେକ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

‘କନ୍ୟା ସନ୍ତାନ’: ଘରକୁ ଆଣିଥାଏ ସୁଖ, ସମୃଦ୍ଧି ଓ ସମ୍ମାନ

ଆଜି ସାରା ଦେଶ ଜାତୀୟ କନ୍ୟା ସନ୍ତାନ ଦିବସ ପାଳୁଛି ସତ ହେଲେ ଅନେକ ସ୍ଥାନରେ ଅଲୋଡା ସାଜିଛି ଝିଅ । ଶିଶୁ କନ୍ୟା ସୁରକ୍ଷା ଓ ବିକାଶ ପାଇଁ ପ୍ରୟାସ ଜାରି ରହିଥିବାବେଳେ ପ୍ରତି ମୂହୁର୍ତ୍ତରେ ଯୌନ ଶୋଷଣର ଶିକାର ହେଉଛି ଜଣେ କନ୍ୟା । ଭାରତରେ ପ୍ରତିବର୍ଷ ଜାନୁଆରୀ 24ରେ ପାଳନ କରାଯାଏ ଜାତୀୟ ବାଳିକା ଶିଶୁ ଦିବସ । 2008ରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ବାରା ଏହି ଦିବସ ପାଳନ ହୋଇଆସୁଛି । ଏହାର ଉଦ୍ଦେଶ୍ୟ ହେଉଛି ଭାରତର ବାଳିକାମାନଙ୍କୁ ସହାୟତା ଏବଂ ସୁଯୋଗ ଯୋଗାଇବା। ଏହାସହ ବାଳିକା ଶିଶୁର ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା, ବାଳିକା ଶିକ୍ଷାର ଗୁରୁତ୍ତ୍ବ, ସେମାନଙ୍କର ସ୍ବାସ୍ଥ୍ୟ ଏବଂ ପୋଷଣ ଉପରେ ସଚେତନତା ସୃଷ୍ଟି କରାଯିବା ଏହାର ଲକ୍ଷ୍ୟ ।

ଦେଶରେ ମହିଳା, ଶିଶୁ ହତ୍ୟା ଠାରୁ ଆରମ୍ଭ କରି ଲିଙ୍ଗଗତ ଅସମାନତା, ଯୌନ ଶୋଷଣ ପର୍ଯ୍ୟନ୍ତ ରହିଛି ଅନେକ ସମସ୍ୟା । ଏହା ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଝିଅମାନେ ସମ୍ମୁଖୀନ ହେଉଥିବା ଅସମାନତାକୁ ଆଲୋକିତ କରିବା, ଏକ ଝିଅ ସନ୍ତାନର ଅଧିକାର, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ପୁଷ୍ଟିକର ମହତ୍ତ୍ବ ସହିତ ସଚେତନତା ସୃଷ୍ଟି କରିବା । ଆଜିକାଲି ଲିଙ୍ଗଗତ ଭେଦଭାବ ମଧ୍ୟ ଏକ ପ୍ରମୁଖ ସମସ୍ୟା ଯାହା ଝିଅ କିମ୍ବା ମହିଳାମାନେ ଜୀବନସାରା ସମ୍ମୁଖୀନ ହୁଅନ୍ତି ।

ତେବେ ଏହାକୁ ବଦଳାଇବା ଏବଂ ବାଳିକାମାନଙ୍କ ଅବସ୍ଥା ସୁଧାରିବା ପାଇଁ ଭାରତ ସରକାର ବର୍ଷ ବର୍ଷ ଧରି ଅନେକ ପଦକ୍ଷେପ ନେଇଛନ୍ତି। ଏହି ଭେଦଭାବକୁ ହ୍ରାସ କରିବା ପାଇଁ ସେଭ୍ ଗର୍ଲ ଚାଇଲ୍ଡ, ବେଟି ବାଚାଓ ବେଟି ପଢାଓ, ବାଳିକାମାନଙ୍କ ପାଇଁ ମାଗଣା କିମ୍ବା ସବସିଡିଯୁକ୍ତ ଶିକ୍ଷା, କଲେଜ ଏବଂ ବିଶ୍ବବିଦ୍ୟାଳୟରେ ମହିଳାଙ୍କ ପାଇଁ ସଂରକ୍ଷଣ ଭଳି ଅନେକ ଅଭିଯାନ ଏବଂ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ସମାଜରେ ଏକ ପ୍ରଭାବଶାଳୀ ବ୍ୟକ୍ତିତ୍ବ ଭାବେ ପ୍ରସ୍ଫୁଟିତ ଗୋଟିଏ ଝିଅର ବ୍ୟକ୍ତିତ୍ବ । ଜଣେ ଝିଅର ଉପସ୍ଥିତି ସମାଜକୁ ପ୍ରଭାବିତ କରିବା ପାଇଁ ଢେର । ସେହି ଝିଅର ସ୍ବାଧୀନତା, ସ୍ବାବଲମ୍ବତା ଓ ଆବଶ୍ୟକତାକୁ ବୁଝିବା ସହ ପାଳନ କରିବାର ଦିନଟିଏ ହେଉଛି ଜାତୀୟ କନ୍ୟା ସନ୍ତାନ ଦିବସ ।

Last Updated : Jan 24, 2021, 1:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.