ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ନବନିର୍ମିତ ସଂସଦ ଭବନ ଉପରେ ଉନ୍ମୋଚିତ ଅଶୋକସ୍ତମ୍ଭକୁ ନେଇ ରାଜନୀତି ଜୋର ଧରିଛି । ପୂର୍ବରୁ ଜାତୀୟ ପ୍ରତୀକ ଅଶୋକସ୍ତମ୍ଭରେ ଥିବା ସିଂହଗୁଡିକ ଅତି ଶାନ୍ତ ସ୍ବଭାବର ଦେଖାଯାଉଥିଲେ । କିନ୍ତୁ ନୂଆ ଅଶୋକସ୍ତମ୍ଭର ସିଂହଗୁଡିକ ହିଂସ୍ର ଏବଂ ଆକ୍ରମଣାତ୍ମକ ଦେଖାଯାଉଛନ୍ତି । ଦୁଇ ଅଶୋକସ୍ତମ୍ଭର ସିଂହଗୁଡିକ ମଧ୍ୟରେ ଖୁବ୍ ପାର୍ଥକ୍ୟ ରହିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ତେଣୁ ଏହାକୁ ତୁରନ୍ତ ବଦଳାଇବାକୁ ସେମାନେ ଦାବି କରିଛନ୍ତି ।
-
Sorry I meant transition from Satyameva Jayate to Sanghimeva Jayate is complete.
— Mahua Moitra (@MahuaMoitra) July 12, 2022 " class="align-text-top noRightClick twitterSection" data="
Let’s not involve lions.
">Sorry I meant transition from Satyameva Jayate to Sanghimeva Jayate is complete.
— Mahua Moitra (@MahuaMoitra) July 12, 2022
Let’s not involve lions.Sorry I meant transition from Satyameva Jayate to Sanghimeva Jayate is complete.
— Mahua Moitra (@MahuaMoitra) July 12, 2022
Let’s not involve lions.
ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ର ଅଭିଯୋଗ କରିଛନ୍ତି, ''ବର୍ତ୍ତମାନ ନିର୍ମିତ ସିଂହଗୁଡିକର ମୁଦ୍ରା ସମ୍ରାଟ ଅଶୋକଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ସିଂହଙ୍କ ମୁଦ୍ରା ଠାରୁ ଭିନ୍ନ ଅଟେ । ବର୍ତ୍ତମାନର ସିଂହ ଆକ୍ରମଣାତ୍ମକ ମୁଦ୍ରାରେ ତିଆରି କରାଯାଇଛି ।'' ଏହାକୁ ନେଇ ମହୁଆ ଟ୍ବିଟ୍ କରିଛନ୍ତି, ସତ କହିବାକୁ ଗଲେ ଆମେ ସତ୍ୟମେବ ଜୟତେରୁ ସିଂହମେବ ଜୟତେ ଯାଏଁ ପହଞ୍ଚି ଯାଇଛୁ ।
- — Mahua Moitra (@MahuaMoitra) July 12, 2022 " class="align-text-top noRightClick twitterSection" data="
— Mahua Moitra (@MahuaMoitra) July 12, 2022
">— Mahua Moitra (@MahuaMoitra) July 12, 2022
କଂଗ୍ରେସ କହିଛି, ନୂଆ ସଂସଦ ଭବନରେ ନିର୍ମିତ ରାଷ୍ଟ୍ରୀୟ ପ୍ରତୀକ ଅନାବରଣ ସମୟରେ ବିରୋଧି ଦଳକୁ ଡକା ନଯିବା ଅଗଣତାନ୍ତ୍ରିକ ଅଟେ । ଏଥିରେ ସତ୍ୟମେବ ଜୟତେ ନ ଲେଖାଯିବା ମଧ୍ୟ ଏକ ମସ୍ତବଡ ଭୁଲ୍ । ଏହାକୁ ଏବେ ବି ଠିକ୍ କରାଯାଇପାରିବ । ଟିଏମସିର ରାଜସଭା ସଦସ୍ୟ ଜବହର ସରକାର ଜାତୀୟ ପ୍ରତୀକର ଦୁଇ ଅଲଗା ଅଲଗା ଚିତ୍ରକୁ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରି ଏହାକୁ ନିନ୍ଦା କରିଛନ୍ତି । ଏହା ଆମ ଜାତୀୟ ପ୍ରତୀକର ଅପମାନ ଅଟେ । ତେଣୁ ତୁରନ୍ତ ଏହାକୁ ପରିବର୍ତ୍ତନ କରାଯାଉ ବୋଲି ସେ କହିଛନ୍ତି ।
-
Insult to our national symbol, the majestic Ashokan Lions. Original is on the left, graceful, regally confident. The one on the right is Modi’s version, put above new Parliament building — snarling, unnecessarily aggressive and disproportionate. Shame! Change it immediately! pic.twitter.com/luXnLVByvP
— Jawhar Sircar (@jawharsircar) July 12, 2022 " class="align-text-top noRightClick twitterSection" data="
">Insult to our national symbol, the majestic Ashokan Lions. Original is on the left, graceful, regally confident. The one on the right is Modi’s version, put above new Parliament building — snarling, unnecessarily aggressive and disproportionate. Shame! Change it immediately! pic.twitter.com/luXnLVByvP
— Jawhar Sircar (@jawharsircar) July 12, 2022Insult to our national symbol, the majestic Ashokan Lions. Original is on the left, graceful, regally confident. The one on the right is Modi’s version, put above new Parliament building — snarling, unnecessarily aggressive and disproportionate. Shame! Change it immediately! pic.twitter.com/luXnLVByvP
— Jawhar Sircar (@jawharsircar) July 12, 2022
ଅନ୍ୟପଟେ ଅଶୋକସ୍ତମ୍ଭ ସିଂହକୁ ନେଇ ବିରୋଧିଙ୍କ ସମାଲୋଚନାର କଡା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ସେ କହିଛନ୍ତି, ସମ୍ବିଧାନ ଭଙ୍ଗ କରୁଥିବା ବ୍ୟକ୍ତି ଅଶୋକ ସ୍ତମ୍ଭ ଉପରେ କ'ଣ ଅବା କହିବେ । ଯେଉଁ ଲୋକ ଦେବୀ କାଳୀଙ୍କ ସମ୍ମାନ କରୁନାହନ୍ତି, ସେମାନେ ଅଶୋକ ସ୍ତମ୍ଭକୁ କଣ ସମ୍ମାନ ଦେବେ ?