ETV Bharat / bharat

NDRFର ଟ୍ବିଟର ହ୍ୟାଣ୍ତେଲ ହ୍ୟାକ: ରିଷ୍ଟୋର ପାଇଁ ଚାଲିଛି ଉଦ୍ୟମ

author img

By

Published : Jan 23, 2022, 8:00 PM IST

ଏନଡିଆରଏଫ (NDRF)ର ଟ୍ବିଟର ହ୍ୟାଣ୍ତେଲ ହ୍ୟାକ । ଏନେଇ ସୂଚନା ଦେଇଛନ୍ତି NDRF ନିର୍ଦ୍ଦେଶକ ଅତୁଲ କରଓ୍ବାଲ । ଅଧିକ ପଢନ୍ତୁ

NDRFର ଟ୍ବିଟର ହ୍ୟାଣ୍ତେଲ ହ୍ୟାକ : ରିଷ୍ଟୋର ପାଇଁ ଚାଲିଛି ଉଦ୍ୟମ

ନୂଆଦିଲ୍ଲୀ : ଏନଡିଆରଏଫ (NDRF)ର ଟ୍ବିଟର ହ୍ୟାଣ୍ତେଲ ହ୍ୟାକ । ଏନେଇ ସୂଚନା ଦେଇଛନ୍ତି NDRF ନିର୍ଦ୍ଦେଶକ ଅତୁଲ କରଓ୍ବାଲ । NDRFର ଜଣେ ବରିଷ୍ଠ ଅଧିକାରୀ ରବିବାର କହିଛନ୍ତି ଯେ ବୈଷୟିକ ବିଶେଷଜ୍ଞମାନେ ଟ୍ବିଟର ହ୍ୟାଣ୍ତେଲକୁ ପୁଣି ଥରେ ରିଷ୍ଟୋର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

NDRF ମୁଖ୍ୟାଳୟ ପକ୍ଷରୁ କିଛି ଟ୍ୱିଟ୍ କରାଯାଇଥିଲେ ମଧ୍ୟ ତାହା ଟ୍ବିଟରରେ ପ୍ରକାଶିତ ହୋଇନଥିଲା । ତେବେ ଅଫିସିଆଲ ପ୍ରୋଫାଇଲ୍ ଫଟୋ ପରିବର୍ତ୍ତନ ହୋଇନି। କିଏ ଓ କାହିଁକି ଟ୍ବିଟର ହ୍ୟାଣ୍ତେଲ ହ୍ୟାକ କରିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି ।

ଏହାବି ପଢନ୍ତୁ :ସିଲଭରସିଟିରେ ଲିଙ୍ଗ ନିରୂପଣ ଘଟଣା: ଅଭିଯୁକ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି

ଦେଶରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ୨୦୦୬ ମସିହାରେ NDRF ପ୍ରତିଷ୍ଠା ହୋଇଥିଲା । ପ୍ରତ୍ୟେକ ବର୍ଷ ଜାନୁଆରୀ ୧୯ରେ ଏନଡିଆରଏଫ ପ୍ରତିଷ୍ଠା ଦିବସ ପାଳନ କରିଥାଏ । ତେବେ ଚଳିତ ବର୍ଷ ମଧ୍ୟ NDRF 17ତମ ପ୍ରତିଷ୍ଠା ଦିବସ ପାଳନ କରିଥିଲା । ତେବେ ଶନିବାର ବିଳମ୍ବିତ ରାତିରେ ଟ୍ବିଟର ହ୍ୟାଣ୍ତେଲ ହ୍ୟାକ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.