ETV Bharat / bharat

National Cooperation Policy: ୪୭ ଜଣିଆ ଟିମ ଘୋଷଣା କଲେ ଅମିତ ଶାହ - ସହକାର ସେ ସମୃଦ୍ଧି

ନୂତନ ଜାତୀୟ ସହକାରୀ ନୀତିର ଡକ୍ୟୁମେଣ୍ଟ ତିଆରି କରିବା ପାଇଁ ୪୭ ଜଣିଆ ଟିମ ଘୋଷଣା କଲେ ଅମିତ ଶାହ । ଏଥିରେ ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କୁ ସାମିଲ କରାଯାଇଛି । ଅଧିକ ପଢନ୍ତୁ

National Cooperation Policy: ୪୭ ଜଣିଆ ଟିମ ଘୋଷଣା କଲେ ଅମିତ ଶାହ

author img

By

Published : Sep 6, 2022, 4:31 PM IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଷ୍ଟ୍ରୀୟ ସହକାରୀ ନୀତିର ଡକ୍ୟୁମେଣ୍ଟ ତିଆରି କରିବା ପାଇଁ ଘୋଷଣା କରିଛନ୍ତି ୪୭ ଜଣିଆ ଟିମ । ନୂତନ ଜାତୀୟ ସହକାରୀ ନୀତି ( National Cooperative Policy)ର ଗଠନର ଉଦ୍ଦେଶ୍ୟ ହେଉଛି ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ 'ସହକାର ସେ ସମୃଦ୍ଧି' (Sahakar Se Samriddhi)ର ଲକ୍ଷ୍ୟକୁ ଉପସ୍ଥାପନ କରିବ । ଏଥିଲାଗି ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଶାହ ଏହି ଜାତୀୟସ୍ତରର କମିଟିର ଘୋଷଣା କରିଛନ୍ତି ।

ଏହି କମିଟି ଲାଗି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁଙ୍କ ଅଧ୍ୟକ୍ଷତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ୪୭ ଜଣ ଟିମରେ ସାମିଲ କରାଯାଇଛି । ଏହି ଟିମରେ ସହଯୋଗୀ କ୍ଷେତ୍ରର ବିଶେଷଜ୍ଞଙ୍କ ସମେତ ଜାତୀୟ, ରାଜ୍ୟ ଏବଂ ଜିଲ୍ଲା ଓ ପ୍ରାଥମିକ ସମବାୟ ସମିତିର ପ୍ରତିନିଧୀ, ସଚିବ (Cooperation) ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ସମିତିର ରେଜିଷ୍ଟ୍ରାର ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗର ଅଧିକାରୀମାନେ ସାମିଲ ରହିଛନ୍ତି ।

ଏହା ବି ପଢନ୍ତୁ- ସ୍କୁଲ ଶୌଚାଳୟରେ ଶିଶୁପୁତ୍ରକୁ ଜନ୍ମ ଦେଲା ନାବାଳିକା, ଜୁନିୟର ସହପାଠୀ ଥିଲା ପ୍ରେମିକ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିକଟରେ ଘୋଷଣା କରିଥିଲେ ଯେ ଜାତୀୟ ସହକାରୀ ନୀତି ଖୁବଶୀଘ୍ର ପ୍ରସ୍ତୁତ କରାଯିବ । ତେବେ ଏହା ପୂର୍ବରୁ ଦିଲ୍ଲୀରେ ଏପ୍ରିଲ ୧୨ ଓ ୧୩ ତାରିଖରେ ସହକାରୀ ନୀତି ଉପରେ ୨ ଦିନିଆ ରାଷ୍ଟ୍ରୀୟ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହାର ଉଦଘାଟନ କେନ୍ଦ୍ର ଗୃହମନ୍ତ୍ରୀ ଶାହ କରିଥିଲେ । ଏହି ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରଣାଳୟର ସଚିବ, ୩୬ ରାଜ୍ୟ ସରକାର ତଥା କେନ୍ଦ୍ରଶାସିତ ଅଞ୍ଚଳରେ ସଚିବ, ଅତିରିକ୍ତ ମୁଖ୍ୟ ସଚିବ ସାମିଲ ଥିଲେ ।

ଏହି ସମ୍ମିଳନୀରେ ୬ଟି ମହତ୍ତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା । ଏଥିରେ ସହକାରୀ ସମିତିର ସମ୍ପୂର୍ଣ୍ଣ ଜୀବନଚକ୍ର ସାମିଲ କରିବା ସହିତ ସେମାନଙ୍କ ବ୍ୟବସାୟକୁ ସାମିଲ କରାଯାଇଥିଲା । ସମ୍ମିଳନୀରେ ବର୍ତ୍ତମାନର ନିୟମ, ନିୟାମକ ନୀତି ଓ ଏହାର ସଞ୍ଚାଳନ ସମ୍ପର୍କିତ ବାଧା ଉପରେ ଆଲୋଚନା ହୋଇଥିଲା । ଯାହାଦ୍ବାରା ବ୍ୟବସାୟ କରିବା ସହଜ ହେବ ଏବଂ ସହକାରୀ ସମିତି ତଥା ଅନ୍ୟ ଆର୍ଥିକ ସଂସ୍ଥାକୁ ସମାନ ଅବସର ପ୍ରଦାନ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.