ETV Bharat / bharat

ସଂସଦରେ ଜାତୀୟ ଆୟୋଗ ସ୍ୱାସ୍ଥ୍ୟସେବା ବୃତ୍ତିଗତ ବିଲ ପାରିତ

author img

By

Published : Mar 25, 2021, 8:20 AM IST

ସ୍ୱାସ୍ଥ୍ୟସେବା ବୃତ୍ତିଗତ ପାଇଁ ଜାତୀୟ ଆୟୋଗ ବିଲ 2021କୁ ସଂସଦରେ ପାରିତ କରାଯାଇଛି । ଅଧିକ ପଢନ୍ତୁ...

ସଂସଦରେ ଜାତୀୟ ଆୟୋଗ ସ୍ୱାସ୍ଥ୍ୟସେବା ବୃତ୍ତିଗତ ବିଲ ପାରିତ
ସଂସଦରେ ଜାତୀୟ ଆୟୋଗ ସ୍ୱାସ୍ଥ୍ୟସେବା ବୃତ୍ତିଗତ ବିଲ ପାରିତ

ନୂଆଦିଲ୍ଲୀ: ସହଯୋଗୀ ତଥା ସ୍ୱାସ୍ଥ୍ୟସେବା ବୃତ୍ତିଗତ ପାଇଁ ଜାତୀୟ ଆୟୋଗ ବିଲ 2021କୁ ବୁଧବାର ସଂସଦରେ ପାରିତ କରାଯାଇଛି । ଏହି ବିଲ୍‌ ବୃତ୍ତିଗତ ସ୍ବାସ୍ଥ୍ୟସେବା ଯୋଗାଉଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ନିଯୁକ୍ତିକୁ ବୃଦ୍ଧି କରିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଲୋକସଭାରେ ଉତ୍ତର ରଖିଛନ୍ତି ।

ଏହି ବିଲ୍‌ ରାଜ୍ୟସଭାରେ ପୂର୍ବରୁ ପାରିତ ହୋଇସାରିଥିବା ବେଳେ ବୁଧବାର ଲୋକସଭାରେ ପାରିତ ହୋଇଛି । ତେବେ ଆମ ଦେଶରେ ଯୋଗ୍ୟ ବୃତ୍ତିଗତ ସ୍ବାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ଦାବି ହୋଇ ଆସୁଥିଲା । ଏହି ବିଲ୍‌ ଏହି ଦିଗରେ ଦୃଷ୍ଟି ଦେଇ ସ୍ବାସ୍ଥ୍ୟକର୍ମୀଙ୍କ ନିଯୁକ୍ତିରେ ସାହାଯ୍ୟ କରିବ । ସହଯୋଗୀ ତଥା ସ୍ୱାସ୍ଥ୍ୟସେବା ବୃତ୍ତିଗତ ପାଇଁ ଜାତୀୟ ଆୟୋଗ ବିଲ 2021କୁ ଏହି ବିଲ୍‌କୁ ଏକ ସମ୍ବିଧାନ ଯୋଗାଇବ । ଯାହାକି ବୃତ୍ତିଗତ ସ୍ବାସ୍ଥ୍ୟସେବା ଲାଗି ଅନୁଷ୍ଠାନ ଗୁଡିକର ମୂଲ୍ୟାଙ୍କନ, ଶିକ୍ଷା ଏବଂ ସେବା ମାନର ନିୟମାବଳୀ ଏବଂ ରକ୍ଷଣାବେକ୍ଷଣ ସହିତ ଏହି ବୃତ୍ତି ପାଇଁ କେନ୍ଦ୍ର ଓ ରାଜ୍ୟସ୍ତରରେ ପଞ୍ଜିକରଣ ପାଇଁ ଏହି ବିଲ ସୁବିଧା ଯୋଗାଇବ ବୋଲି ମନ୍ତ୍ରୀ କହିଛନ୍ତି ।

ଏହାସହିତ ବୃତ୍ତିଗତ ସ୍ବାସ୍ଥ୍ୟସେବା ସେବାଗୁଡିକର ସମ୍ବିଧାନ ପାଇଁ ସରକାରୀ ସ୍ତରରେ ନୂତନ ନୀତି ଲାଗୁ କରାଯାଇପାରିବ ବୋଲି ମନ୍ତ୍ରୀ ଲୋକସଭାରେ କହିଛନ୍ତି । ଏହି ବୃତ୍ତି ପାଇଁ ନିୟମାବଳୀ ଲାଗୁ କରିବା ପାଇଁ ବହୁ ବର୍ଷ ଧରି ଦାବି ହୋଇଆସୁଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.