ETV Bharat / bharat

'ସୁରକ୍ଷା ପାଇଁ ଏକାଠି ଲଢନ୍ତୁ, ଦେଶ ଆପଣଙ୍କ ସାଥୀରେ ଅଛି' - କଂଗ୍ରେସ ସାଧାରଣ ସମ୍ପାଦିକା

ନିଜର ସୁରକ୍ଷା ପାଇଁ ଏକାଠି ହୋଇ ଲଢିବାକୁ ମହିଳାଙ୍କୁ ଅପିଲ କରିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ । ଅଧିକ ପଢନ୍ତୁ...

'ସୁରକ୍ଷା ପାଇଁ ଏକାଠି ଲଢନ୍ତୁ, ଦେଶ ଆପଣଙ୍କ ସାଥୀରେ ଅଛି'

author img

By

Published : Nov 11, 2021, 2:54 PM IST

ନୂଆଦିଲ୍ଲୀ: ମହିଳାଙ୍କ ସୁରକ୍ଷାକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି । ତେବେ ଜଣେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ଲକ୍ଷ୍ନୌର ବାପୁ ଭବନରେ ଜଣେ ଅଧିକାରୀଙ୍କୁ ଗିରଫ କରାଯାଇଥିଲା । ଏହି ଆକ୍ରମଣର ଭିଡିଓ ଭାଇରାଲ ହେବା ପରେ ୟୁପି ସରକାରଙ୍କ ଉପରେ ପ୍ରିୟଙ୍କା ବର୍ଷିଛନ୍ତି ।

ଉତ୍ତରପ୍ରଦେଶର ରାସ୍ତାଘାଟ କି କୌଣସି ସ୍ଥାନରେ ମହିଳାମାନେ ସୁରକ୍ଷିତ ନୁହେଁ । 'ମହିଳା ସୁରକ୍ଷା'କୁ ନେଇ ଏହା ହେଉଛି ୟୁପି ସରକାରଙ୍କ ବାସ୍ତବତା ବୋଲି ସେ ଟ୍ବିଟ କରି ସୂଚନା ଦେଇଛନ୍ତି । ସୁରକ୍ଷା ପାଇଁ ଏକାଠି ହୋଇ ଲଢିବାକୁ ଉତ୍ତରପ୍ରଦେଶର ମହିଳାଙ୍କୁ ଅପିଲ କରିଛନ୍ତି ପ୍ରିୟଙ୍କା ।

ଆଇନ ଶୃଙ୍ଖଳା ଏବଂ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସ ୟୁପି ସରକାରଙ୍କୁ ଘେରିଛି । କାରଣ ଅପରାଧିକ କାର୍ଯ୍ୟକଳାପ ରାଜ୍ୟରେ ବ୍ୟାପକ ହେଉଛି ବୋଲି ହୋଇଥିବା ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତ୍ୟାଖ୍ୟାନ କରିଥିଲେ ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.