ETV Bharat / bharat

ଉତ୍ତରାଖଣ୍ଡ ଅଭିମୁଖେ ନରେନ୍ଦ୍ର ସିଂ ତୋମାର, ବିଧାୟକ ଦଳ ବୈଠକରେ ଦେବେ ଯୋଗ - ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ । ଏନେଇ ଆଜି ବସିବ ବିଧାୟକ ଦଳର ବୈଠକ । ଏହା ପୂର୍ବରୁ ଉତ୍ତରାଖଣ୍ଡ ଅଭିମୁଖେ ବାହାରିଛନ୍ତି ନରେନ୍ଦ୍ର ସିଂ ତୋମାର । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡ ଅଭିମୁଖ୍ୟେ ନରେନ୍ଦ୍ର ସିଂ ତୋମାର, ବିଧାୟକ ଦଳ ବୈଠକରେ ଦେବେ ଯୋଗ

author img

By

Published : Jul 3, 2021, 11:17 AM IST

ଡେରାଡୁନ: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂଙ୍କ ଇସ୍ତଫା ପରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ । ଏନେଇ ଆଜି ଅପରାହ୍ନ 3ଟାରେ ବସିବ ବିଧାୟକ ଦଳର ବୈଠକ । ବୈଠକରେ ଯୋଗ ଦେବା ପାଇଁ ଆଜି ଉତ୍ତରାଖଣ୍ଡ ଗସ୍ତରେ ବାହାରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଗତକାଲି ଉତ୍ତରାଖଣ୍ଡ ରାଜ୍ୟପାଳଙ୍କ ନିକଟରେ ସିଏମ ତୀରଥ ସିଂ ଇସ୍ତଫା ପତ୍ର ଦାଖଲ କରିଥିଲେ ।

  • Union Minister Narendra Singh Tomar leaves for Uttarakhand following the resignation of State Chief Minister Tirath Singh Rawat. Visuals from outside his residence.

    CM Rawat yesterday tendered his resignation to Uttarakhand Governor Baby Rani Maurya pic.twitter.com/DkGKE1sLkJ

    — ANI (@ANI) July 3, 2021 " class="align-text-top noRightClick twitterSection" data=" ">

ଏହି ବୈଠକକୁ ପରିଚାଳନା କରିବା ପାଇଁ ନରେନ୍ଦ୍ର ସିଂ ତୋମାର ଆଜି ଦିଲ୍ଲୀରୁ ଉତ୍ତରାଖଣ୍ଡ ଆଭିମୁଖେ ବାହାରିଛନ୍ତି । ସେଠାରେ ପହଞ୍ଚି ଅପରାହ୍ନ 3ଟାରେ ଦଳୀୟ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ତୋମାରଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି ।

ସୂଚନାଥାଉକି, ଉତ୍ତରାଖଣ୍ଡ ପୌଡିର ଲୋକସଭା ସାଂସଦ ତୀରଥ ସିଂ ରାୱତ ଚଳିତ ବର୍ଷ ମାର୍ଚ୍ଚ ୧୦ରେ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ଗତକାଲି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଦିଲ୍ଲୀରେ 3 ଦିନ ହେବ ବିଜେପିର ଘମାଘୋଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ପଦରୁ ତୀରଥ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଥିଲା । ଯାହା ସତ ସାବ୍ୟସ୍ତ ହୋଇଥିଲା ।

ଦିଲ୍ଲୀରେ ବୈଠକ ପରେ ତୀରଥ ସିଂହ ରାୱତ ଦଳୀୟ ଅଧ୍ୟକ୍ଷଙ୍କୁ ଇସ୍ତଫା ବାବଦରେ ଜଣାଇ ଡେରାଡୁନ ଫେରିଥିଲେ । ଏହାପରେ ଶୁକ୍ରବାର ରାତି 11ରେ ରାଜ୍ୟପାଳ ବେବୀ ରାଣୀ ମୌର୍ଯ୍ୟଙ୍କୁ ଭେଟି ଇସ୍ତଫା ପତ୍ର ଦେଇଥିଲେ । ମାତ୍ର 4 ମାସ ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ ସେ ଇସ୍ତଫା ଦେଇଛନ୍ତି । ତେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦରେ କାହାକୁ ଅଳଙ୍କୃତ କରାଯିବ ସେନେଇ ଆଜି ଡେରାଡୁନରେ ଏକ ବିଧାୟକ ଦଳ ବୈଠକ ବସିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.