ETV Bharat / bharat

ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ପ୍ରସ୍ତୁତ ବଙ୍ଗ ମୈଦାନ, ଫୋକସରେ ନନ୍ଦିଗ୍ରାମ - ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ଏପ୍ରିଲ ପହିଲା ଅର୍ଥାତ ଆଜି(ଗୁରୁବାର) ବଙ୍ଗର 30 ବିଧାନସଭା ଆସନରେ ହେବ ମତଦାନ । ଏହି ପର୍ଯ୍ୟାୟରେ ଫୋକସରେ ରହିଛି ରାଜ୍ୟର ହଟସିଟ ନନ୍ଦିଗ୍ରାମ । ଅଧିକ ପଢନ୍ତୁ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ପ୍ରସ୍ତୁତ ବଙ୍ଗ ମୈଦାନ, ଫୋକସରେ ନନ୍ଦିଗ୍ରାମ

author img

By

Published : Apr 1, 2021, 6:08 AM IST

Updated : Apr 1, 2021, 8:40 AM IST

କୋଲକାତା:ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ପଶ୍ଚିମବଙ୍ଗ । ଏପ୍ରିଲ ପହିଲା ଅର୍ଥାତ ଗୁରୁବାର ବଙ୍ଗର 30 ବିଧାନସଭା ଆସନରେ ହେବ ମତଦାନ । ଏହି ପର୍ଯ୍ୟାୟରେ ଫୋକସରେ ରହିଛି ରାଜ୍ୟର ହଟସିଟ ନନ୍ଦିଗ୍ରାମ ।

ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ପ୍ରସ୍ତୁତ ବଙ୍ଗ ମୈଦାନ, ଫୋକସରେ ନନ୍ଦିଗ୍ରାମ
ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ପ୍ରସ୍ତୁତ ବଙ୍ଗ ମୈଦାନ, ଫୋକସରେ ନନ୍ଦିଗ୍ରାମ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ସବୁଠୁ ଚର୍ଚ୍ଚିତ ନନ୍ଦିଗ୍ରାମ ବିଧାନସଭା ଆସନରେ ଦେଖିବାକୁ ମିଳିବ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡା ଟକ୍କର ।

ରାଜ୍ୟର ଚାରୋଟି ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ 30ଟି ବିଧାନସଭା ନିର୍ବାଚନମଣ୍ଡଳୀର 8,332 ମତଦାନ କେନ୍ଦ୍ରରେ ମତଦାନ ହେବ ।

ଗୁରୁବାର 9ରୁ ଊର୍ଦ୍ଧ୍ବ ଜାତୀୟ ଓ ଆଞ୍ଚଳିକ ଦଳର 171 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । ବାଙ୍କୁଡା ନିର୍ବାଚନମଣ୍ଡଳୀରେ ସର୍ବାଧିକ ପ୍ରାର୍ଥୀ 11 ଥିବାବେଳେ କେଶପୁର ଏବଂ ସିନ୍ଦୂର ନିର୍ବାଚନମଣ୍ଡଳୀରେ ସର୍ବନିମ୍ନ ସଂଖ୍ୟକ ପ୍ରାର୍ଥୀ ଅଛନ୍ତି 3।

30ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ 6ଟି (20%) ରେଡ୍ ଆଲର୍ଟ ନିର୍ବାଚନମଣ୍ଡଳୀ ଭାବରେ ଘୋଷିତ ହୋଇଛି । ଏଠାରେ 3 କିମ୍ବା ଅଧିକ ପ୍ରତିଦ୍ବନ୍ଦୀ ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟରେ ମୋଟ 19 (11%) ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ 171 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 43 (25%) ପ୍ରାର୍ଥୀ ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଥିବାବେଳେ 36 (21%) ନିଜ ବିରୋଧରେ ଗୁରୁତର ଅପରାଧିକ ମାମଲା ଘୋଷଣା କରିଛନ୍ତି।

Nandigram set for Bengal's most watched face off

ପ୍ରମୁଖ ଦଳ ମଧ୍ୟରେ ବିଜେପିରୁ ବିଶ୍ଳେଷଣ କରାଯାଇଥିବା 30 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 17 (57%), AITCର 30 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 8 (27%), SUCI (C)ର 28 ପ୍ରାର୍ଥୀଙ୍କ ମଧ୍ୟରୁ 3 (11%) ଜଣଙ୍କ ବିରୋଧରେ ରହିଛି ଅପରାଧିକ ମାମଲା ।

30ଟି ନିର୍ବାଚନମଣ୍ଡଳୀ ମଧ୍ୟରେ ନନ୍ଦିଗ୍ରାମ ସର୍ବାଧିକ ଗୁରୁତ୍ୱ ବହନ କରୁଛି, କାରଣ ଏହା କେବଳ ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଆଦିକାରୀଙ୍କ ମଧ୍ୟରେ ହାଇପ୍ରୋଫାଇଲ ଟକ୍କରର ସାକ୍ଷୀ ହେବ ନାହିଁ ବରଂ 2011 ବିଧାନସଭାରେ ଟିଏମସିର ବିଜୟରେ ଏହି ନିର୍ବାଚନମଣ୍ଡଳୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । 2007ରେ ନନ୍ଦିଗ୍ରାମ ଆନ୍ଦୋଳନର ସୂତ୍ରଧର ଥିଲେ ଶୁଭେନ୍ଦୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 1, 2021, 8:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.