ETV Bharat / bharat

ଭୋଟର ତାଲିକାରେ ପାକିସ୍ତାନୀଙ୍କ ନାମ, ଅଭିଯୋଗ ଆଣିଲେ ପଞ୍ଚାୟତ ପ୍ରତିନିଧି

author img

By

Published : Sep 11, 2022, 3:17 PM IST

ପଞ୍ଚାୟତର ଭୋଟର ତାଲିକାରେ ଜଣେ ପାକିସ୍ତାନୀ ବ୍ୟକ୍ତିଙ୍କ ନାମ ରହିଥିବା ଅଭିଯୋଗ ହୋଇଛି । ସ୍ପଷ୍ଟୀକରଣ ମାଗିଲେ ବିଡିଓ । ଅଧିକ ପଢନ୍ତୁ

ଭୋଟର ତାଲିକାରେ ପାକିସ୍ତାନୀ ବ୍ୟକ୍ତିଙ୍କ ନାମ
ଭୋଟର ତାଲିକାରେ ପାକିସ୍ତାନୀ ବ୍ୟକ୍ତିଙ୍କ ନାମ

ପାଟନା: ବିହାର ଛାପରା ମସରାଖ ବ୍ଲକ ସୋନାଉଲି ପଞ୍ଚାୟତର ଭୋଟର ତାଲିକାରେ ଜଣେ ପାକିସ୍ତାନୀ ନାମ ରହିଥିବା ଅଭିଯୋଗ ହୋଇଛି (Name of Pakistani people added in voter list) । ଏ ନେଇ ସୋନାଉଲି ପଞ୍ଚାୟତ ପୂର୍ବ ପଞ୍ଚାୟତ ପ୍ରତିନିଧି ଏକ ଲିଖିତ ଅଭିଯୋଗ କରିଛନ୍ତି । ପୂର୍ବ ପଞ୍ଚାୟତ ପ୍ରତିନିଧି ସନ୍ତୋଷ କୁମାର ଏହାର ପୁଙ୍ଖନାପୁଙ୍ଖ ତଦନ୍ତ କରିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି । ଏ ନେଇ ବିଡିଓଙ୍କୁ ଏକ ଆବେଦନ ପତ୍ର ଦେଇଛନ୍ତି ।

ଭୋଟର ତାଲିକାରେ ପାକିସ୍ତାନୀ ବ୍ୟକ୍ତିଙ୍କ ନାମ

ପୂର୍ବ ପଞ୍ଚାୟତ ପ୍ରତିନିଧି ସନ୍ତୋଷ କୁମାରଙ୍କ ଅଭିଯୋଗ ଆଧାରରେ ନିର୍ବାଚନ କ୍ଷେତ୍ର ସଂଖ୍ୟା 5ର କ୍ରମାଙ୍କ 187ରେ ଅଖତର ଇମାମଙ୍କ ନାମ ରହିଛି । ତାଙ୍ଗ ପିତା ଅବଦୁଲ ଖାଲିଦ ଖାନ୍‌ ବିଭାଜନ ସମୟରେ ବାଂଲାଦେଶ ଚାଲି ଯାଇଥିଲେ । ସେଠାରେ ହିଁ ସେ ନାଗରିକତା ହାସଲ କରିଥିଲେ । 10 ବର୍ଷ ତଳେ ପଞ୍ଚାୟତ ଭୋଟର ତାଲିକାରେ ଜଣେ ପାକିସ୍ତାନୀ ନାଗରିକଙ୍କ ନାମ ଯୋଡା ହୋଇଛି । ପୂର୍ବରୁ ଏ ନେଇ ରାଜ୍ୟ ନିର୍ବାଚନ ଆୟୋଗ, ଜିଲ୍ଲା ପ୍ରଶାସନକୁ ଏ ନେଇ ଅଭିଯୋଗ କରିଥିଲେ ପୂର୍ବ ପଞ୍ଚାୟତ ପ୍ରତିନିଧି ସନ୍ତୋଷ କୁମାର । କେଉଁଭଳି ସ୍ଥିତିରେ ତାଙ୍କ ନାମ ଏହି ତାଲିକାରେ ଆସିଲା ସେ ନେଇ ପ୍ରଶ୍ନ ଉଠିଛି ।

ସେହି ପାକିସ୍ତାନୀ ନାଗରିକଙ୍କ ନାମ ତାଲିକାରେ କିପରି ଆସିଲା, କିଏ ଫଟୋ ଦେଲା, ଫର୍ମରେ କିଏ ଦସ୍ତଖସ୍ତ କଲେ ଏହାର ତଦନ୍ତ ଦାବି କରିଛନ୍ତି ପୂର୍ବ ପଞ୍ଚାୟତ ପ୍ରତିନିଧି ସନ୍ତୋଷ କୁମାର । ଏ ନେଇ ଅଭିଯୋଗ ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ମସରାଖ ବିଡିଓ ବିଏଲଓ ରଜନୀକାନ୍ତ ରାମଙ୍କୁ ତଦନ୍ତ ରିପୋର୍ଟ ମାଗିଛନ୍ତି । ମତଦାତା ସୂଚୀରେ ବ୍ୟକ୍ତିଙ୍କ ନାମ କିପରି ଆସିଲା ତାର ସ୍ପଷ୍ଟୀକରଣ ମଗାଯାଇଛି ।

ଏହା ବି ପଢନ୍ତୁ...US 9/11 Terror Attacks: ପୂରିଲା ୨୧ବର୍ଷ, କ୍ଷଣିକ ମଧ୍ୟରେ ଦୋହଲି ଉଠିଥିଲା ଆମେରିକା

ଅଖତର ଇମାମଙ୍କ ଭାଇ ଅଜହର ଇମାମ କହିଛନ୍ତି ଯେ, "ଏକ ବର୍ଷ ପୂର୍ବେ ଦୁବାଇରେ ଅଖତର ଇମାମଙ୍କର ମୃତ୍ୟୁ ହୋଇଥିଲା । ଭୋଟର ତାଲିକାରେ ନାମ ଯୋଡିବା ପ୍ରସଙ୍ଗ ରିପୋର୍ଟରେ ନାହିଁ ।" ବିଡିଓ 48 ଘଣ୍ଟା ମଧ୍ୟରେ ଏକ ସ୍ପଷ୍ଟୀକରଣ ମାଗିଛନ୍ତି ଯେ କେବେ ଏବଂ କେଉଁ ପରିସ୍ଥିତିରେ ଏହି ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରେ ଯୋଡା ଯାଇଛି । ଭୋଟର ତାଲିକାରେ ଥିବା ପାକିସ୍ତାନୀ ମୂଳ ବ୍ୟକ୍ତିଙ୍କ ନାମ ପ୍ରକାଶ ହେତୁ ଚର୍ଚ୍ଚା ଜୋର୍‌ ଧରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.