ETV Bharat / bharat

Migrant workers issue Tamil Nadu: ଭିଡିଓ ଜାରି କଲେ ପ୍ରବାସୀ ଶ୍ରମିକ, କହିଲେ ଆମେ ସୁରକ୍ଷିତ ଅଛୁ

author img

By

Published : Mar 5, 2023, 4:49 PM IST

ତାମିଲନାଡୁରେ ଆକ୍ରମଣ ପ୍ରସଙ୍ଗରେ ଭିଡିଓ ଜାରି କଲେ ପ୍ରବାସୀ ଶ୍ରମିକ । କହିଲେ ଆମେ ସୁରକ୍ଷିତ ଅଛୁ, ଚିନ୍ତା କରିବାର ବିଷୟ ନାହିଁ । ଅଧିକ ପଢନ୍ତୁ

ଭିଡିଓ ଜାରି କଲେ ପ୍ରବାସୀ ଶ୍ରମିକ, କହିଲେ ଆମେ ସୁରକ୍ଷିତ ଅଛୁ

ଚେନ୍ନାଇ: ତାମିଲନାଡୁରେ ପ୍ରବାସୀ ବିହାରୀ ଓ ଉତ୍ତର ଭାରତ ଶ୍ରମିକଙ୍କୁ ଆକ୍ରମଣ କରାଯାଉଥିବା ବିବାଦ ଜାରି ରହିଛି । ସେପରି କିଛି ସ୍ଥିତି ନଥିବା ତାମିଲନାଡୁ ସରକାର କହିବା ସହ ଏବେ ସେଠାରେ କାର୍ଯ୍ୟରତ ପ୍ରବାସୀ ଶ୍ରମିକମାନେ ମଧ୍ୟ ଭିଡିଓ ଜାରି କରିଛନ୍ତି । ବିହାର ସମେତ ବିଭିନ୍ନ ରାଜ୍ୟରୁ ଯାଇ ତାମିଲନାଡୁର ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମିକମାନେ ଭିଡିଓ ଜାରି କରି ସେମାନେ ସୁରକ୍ଷିତ ଅଛନ୍ତି ଓ ଚିନ୍ତିତ ନହେବା ପାଇଁ ନିବେଦନ କରିଛନ୍ତି ।

ଭିଡିଓରେ ଏକାଧିକ ରାଜ୍ୟରେ ପ୍ରବାସୀ ଶ୍ରମିକ ବର୍ତ୍ତମାନ ଜାରି ରହିଥିବା ସ୍ଥିତି ନେଇ ସୂଚନା ଦେଇ କହିଛନ୍ତି, ସେମାନେ ସେଠାରେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ହିଂସା ନେଇ ସେପରି କିଛି ସ୍ଥିତି ନାହିଁ । ଭାଇରାଲ ହେଉଥିବା ଭିଡିଓ ପୁରୁଣା । ସ୍ଥାନୀୟ ସରକାର, ପ୍ରଶାସନ ଓ ପୋଲିସ ସେମାନଙ୍କୁ ସହଯୋଗ କରୁଛନ୍ତି । ସେମାନଙ୍କ ସୁରକ୍ଷା ନିଶ୍ଚିତ କରିଛନ୍ତି । ସେମାନେ କାର୍ଯ୍ୟ କରୁଥିବା କମ୍ପାନୀ କର୍ତ୍ତୃପକ୍ଷ ମଧ୍ୟ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଉଛନ୍ତି । ହିଂସାର ସେପରି କିଛି ସ୍ଥିତି ନାହିଁ । ପରିବାର ସଦସ୍ୟ ଏପରି ଖବର ଶୁଣି ଭୟଭୀତ ନହୁଅନ୍ତୁ ବୋଲି ସେମାନେ କହିଛନ୍ତି ।

ନିକଟରେ ବିହାରୀ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ ହୋଇଥିବା ଦର୍ଶାଯାଇ ଏକାଧିକ ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ବିହାର ସରକାର ଉଦବେଗ ପ୍ରକାଶ କରିଥିଲେ । ତାମିଲନାଡୁ ପ୍ରଶାସନ ସହ ଘଟଣା ସମ୍ପର୍କରେ ଆଲୋଚନା କରି ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ବିହାର ମୁଖ୍ୟ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ଦ୍ଦେଶ ଦେଇଥିଲେ । ପ୍ରଥମେ ତାମିଲନାଡୁ ପୋଲିସ ଡିଜି ଏହାକୁ ଖଣ୍ଡନ କରିବା ସହ ମିଥ୍ୟା ଓ ଭିତ୍ତିହୀନ ବୋଲି ଦର୍ଶାଇଥିଲେ । ଭାଇରାଲ ହେଉଥିବା ଦୁଇ ଭିଡିଓ ପୁରୁଣା ଓ ଭିନ୍ନ ଘଟଣା ସମ୍ପର୍କିତ । ପ୍ରବାସୀଙ୍କୁ ଆକ୍ରମଣ ନେଇ କୌଣସି ଘଟଣା ରାଜ୍ୟରେ ଘଟିନାହିଁ ବୋଲି ସେ କହିଥିଲେ ।

ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମଧ୍ୟ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଫୋନରେ କଥା ହୋଇ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ନିଶ୍ଚିତ କରିଥିଲେ । ତାମିଲନାଡୁ ସରକାର ଓ ରାଜ୍ୟବାସୀ ପ୍ରବାସୀଙ୍କୁ ସୁରକ୍ଷା ଦିଅନ୍ତି, ରାଜ୍ୟରେ ସେପରି କିଛି ସମସ୍ୟା ନଥିବା ନୀତିଶଙ୍କୁ ଅବଗତ କରିଥିଲେ ଷ୍ଟାଲିନ । ଅନ୍ୟପଟେ ଏବେ ବିହାର ଏକ ପ୍ରତିନିଧି ଟିମ୍‌ ତାମିଲନାଡୁ ଗସ୍ତରେ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: Stalin vs Centre: ତାମିଲନାଡୁ ବିଜେପି ମୁଖ୍ୟଙ୍କ ନାମରେ ମାମଲା

ଏହି ବିବାଦକୁ ନେଇ ଅନ୍ତରାଜ୍ୟ ସ୍ତରରେ ଉଦବେଗ ପ୍ରକାଶ ପାଇଥିବା ବେଳେ ଆଜି ତାମିଲନାଡୁ ବିଜେପି ପ୍ରଦେଶ ମୁଖ୍ୟ ଆନ୍ନାମଲାଇ ଓ ଅନ୍ୟ କିଛି ଦଳୀୟ ନେତାଙ୍କ ବିରୋଧରେ ଚେନ୍ନାଇ ପୋଲିସ ସାଇବର ସେଲ୍‌ ମାମଲା ରୁଜୁ କରିଛି । ଯାହାକୁ ନେଇ ବିଜେପି ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ କହିବା ସହ ଷ୍ଟାଲିନ ସରକାରକୁ ଟାର୍ଗେଟ କରିଛି । ଏସବୁ କ୍ରମବିକାଶ ମଧ୍ୟରେ ପ୍ରବାସୀ ଶ୍ରମିକମାନେ ଭିଡିଓ ଜାରି କରି ସେମାନେ ସୁରକ୍ଷିତ ଥିବା ଓ ଭୟଭୀତ ନହେବା ପାଇଁ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.