ETV Bharat / bharat

Nagaland firing incident: ଶାହଙ୍କ ଇସ୍ତଫା ସହ ବିଚାର ବିଭାଗୀୟ ତଦନ୍ତ ଦାବି କଲା କଂଗ୍ରେସ - ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣା

ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ସହ ଗୌହାଟୀ ହାଇକୋର୍ଟଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ତଦନ୍ତ କରିବାକୁ ଦାବି କଲା କଂଗ୍ରେସ । ଅଧିକ ପଢନ୍ତୁ

Nagaland firing incident: ଶାହଙ୍କ ଇସ୍ତଫା ସହ ବିଚାର ବିଭାଗୀୟ ତଦନ୍ତ ଦାବି କଲା କଂଗ୍ରେସ

author img

By

Published : Dec 26, 2021, 10:48 PM IST

ନୂଆଦିଲ୍ଲୀ: ଚଳିତ ମାସ ଆରମ୍ଭରେ ନାଗାଲାଣ୍ଡରେ ସୁରକ୍ଷା ବଳର ଗୁଳିମାଡରେ ୧୪ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କଲା କଂଗ୍ରେସ । ଶାହଙ୍କ ଇସ୍ତଫା ସହ ଘଟଣାର ତଦନ୍ତ ଗୌହାଟୀ ଉଚ୍ଚ ନ୍ୟାୟାଳଙ୍କ ତତ୍ବାବଧାନରେ କରିବା ସହ ଉକ୍ତ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତଙ୍କ ପରିବାରୁ ମଧ୍ୟ ତୁରନ୍ତ ଆର୍ଥିକ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛି ଦଳ ।

କଂଗ୍ରେସ କହିଛି, ଗୌହାଟୀ ହାଇକୋର୍ଟର ଜଣେ ବିଚାରପତିଙ୍କ ନେତୃତ୍ୱରେ ଏକ ନିରପେକ୍ଷ ଯାଞ୍ଚ ହେବାର ଆବଶ୍ୟକତା ରହିଛି । କଂଗ୍ରେସର ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂ, ଦଳର ନାଗାଲାଣ୍ଡ ଦାୟିତ୍ୱରେ ଥିବା ଅଜୟ କୁମାର ଏବଂ ସାଂସଦ ଗୌରବ ଗୋଗୋଇଙ୍କୁ ନେଇ ଏକ ପ୍ରତିନିଧି ଦଳ ଚଳିତ ମାସ ଆରମ୍ଭରେ ଆହତଙ୍କ ସମ୍ପର୍କୀୟଙ୍କୁ ଭେଟିବା ସହ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଅଖୀଳ ଭାରତୀୟ କଂଗ୍ରେସ କମିଟି ତଥା ହାଇକମାଣ୍ଡଙ୍କୁ ପ୍ରଦାନ କରିଥିଲା ।

ନାଗାଲାଣ୍ଡରେ ଘଟିଥିବା ଏହି ଘଟଣା ଉତ୍ତର-ପୂର୍ବରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବିଫଳ ନୀତି ,ବୃହତ ଗୁପ୍ତଚର ବିଫଳତା ପାଇଁ ଘଟିଥିଲା ବୋଲି କଂଗ୍ରେସ କହିଥିଲା । ଏହା ବ୍ୟତୀତ ସେହି ସମୟରେ ଗୃହମନ୍ତ୍ରୀ ନାଗାଲାଣ୍ଡର ପରିସ୍ଥିତିକୁ ଉଚିତ୍ ଧ୍ୟାନ ଦେବା ପରିବର୍ତ୍ତେ ରାଜସ୍ଥାନରେ ରାଜନୈତିକ ସମାବେଶକୁ ସମ୍ବୋଧିତ କରୁଥିଲେ ବୋଲି ମଧ୍ୟ ଗମ୍ଭୀର ଆରୋପ ଆଣି ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛି ଦଳ ।

ସେହିପରି ଘଟଣା ପରେ ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (AFSPA) ପ୍ରତ୍ୟାହାର ଦାବି ମଧ୍ୟ ଜୋର ଧରିବାରେ ଲାଗିଥିଲା । ଗୁରୁବାର ଏଥିପାଇଁ ଏକ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର । ଏହି କମିଟି ଆସନ୍ତା ୪୫ ଦିନ ମଧ୍ୟରେ ଅନୁଧ୍ୟାନ ରିପୋର୍ଟ କେନ୍ଦ୍ରକୁ ପ୍ରଦାନ କରିବାକୁ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିବା ନେଇ ନାଗାଲାଣ୍ଡ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.