ETV Bharat / bharat

ତେଲେଙ୍ଗାନାରେ ଚାଲିଛି ଅଗଣତାନ୍ତ୍ରିକ ଶାସନ: ଜେପି ନଡ୍ଡା - ତେଲେଙ୍ଗା ବିଜେପି ଅଧ୍ୟକ୍ଷ ଗିରଫ ଘଟଣା

ତେଲେଙ୍ଗାନା ବିଜେପି ସଭାପତିଙ୍କୁ ଗିରଫ ଘଟଣାରେ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଟାର୍ଗେଟ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କହିଲେ ତେଲେଙ୍ଗାନାରେ ଚାଲିଛି ଅଗଣତାନ୍ତ୍ରିକ ସରକାର । ଅଧିକ ପଢନ୍ତୁ

ତେଲେଙ୍ଗାନା ବିଜେପି ସଭାପତି ଗିରଫ ଘଟଣା, KCR ଙ୍କୁ ନଡ୍ଡାଙ୍କ ଟାର୍ଗେଟ

author img

By

Published : Jan 5, 2022, 6:54 AM IST

ହାଇଦ୍ରାବାଦ: ହାଇଦ୍ରାବାଦରେ ପହଞ୍ଚିଥିବା ଭାରତୀୟ ଜନତା ପାର୍ଟି (ବିଜେପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ତେଲେଙ୍ଗାନା ବିଜେପି ମୁଖ୍ୟ ବାନ୍ଦି ସଞ୍ଜୟ କୁମାରଙ୍କ ଗିରଫଦାରୀ ପ୍ରସଙ୍ଗରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ କିରଛନ୍ତି । ବିଜେପି ମୁଖ୍ୟ ନଡ୍ଡା ଏପରି ଗିରଫଦାରୀକୁ ବିରୋଧ କରିବା ସହ ତେଲେଙ୍ଗାନାରେ ଅଗଣତାନ୍ତ୍ରିକ ଶାସନ ଚାଲିଥିବା କହିଛନ୍ତି ।

ବିଜେପି ପ୍ରଦେଶ ଅଧ୍ୟକ୍ଷ ବନ୍ଦି ସଞ୍ଜୟ କୁମାରଙ୍କ ଗିରଫଦାରୀ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଅଗଣତାନ୍ତ୍ରିକ ଶାସନର ଏକ ଜୀବନ୍ତ ଉଦାହରଣ ବୋଲି ହାଇଦ୍ରାବାଦରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ନଡ୍ଡା କହିଛନ୍ତି । ସେହିପରି କେ.ସି.ଆରଙ୍କ ନେତୃତ୍ବାଧୀନ ସରକାର ଏକ ତେଲେଙ୍ଗାନାକୁ ଏକ ଦୁର୍ନୀତିଗ୍ରସ୍ତ ରାଜ୍ୟରେ ପରିଣତ କରିଥିବା ନଡ୍ଡା କହିଛନ୍ତି ।

ବିଜେପି ରାଷ୍ଟ୍ରୀୟ ମୁଖ୍ୟ ନଡ୍ଡା ଆଜି ହାଇଦ୍ରାବାଦ ବିମାନବନ୍ଦରରେ ପହଞ୍ଚିଥିଲେ ଏବଂ ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଜି କିଶାନ ରେଡ୍ଡୀ ମଧ୍ୟ ଥିଲେ । ଏହା ପରେ ଉଭୟ ଏକ ପ୍ରତିବାଦ ସଭାରେ ଅଂଶଗ୍ରହଣ କରିବା ସହ ସିକନ୍ଦରାବାଦରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ନଡ୍ଡା କହିଛନ୍ତି, ଗତ ଦୁଇ ଦିନ ମଧ୍ୟରେ ତେଲେଙ୍ଗାନାରେ ଯାହା ଘଟିଛି ତାହା ଗଣତନ୍ତ୍ରର ହତ୍ୟା । ଆମେ ଆଇନଗତ ଉପାୟ ଅବଲମ୍ବନ କରିବୁ ଏବଂ ଶେଷ ପର୍ଯ୍ୟନ୍ତ ଗଣତାନ୍ତ୍ରିକ ଉପାୟରେ ଲଢେଇ ଜାରି ରଖିବୁ । ଆମେ ଆଇନକୁ ଅତିକ୍ରମ କରି ସଂଗ୍ରାମ କରିବାରେ ବିଶ୍ବାସ କରୁନାହୁଁ । ରାଜ୍ୟ ସରକାରଙ୍କ ଉପରେ ଏପରି ଭାବେ ଟାର୍ଗେଟ କରି ତେଲେଙ୍ଗାନାର ଏକ ଏକଛତ୍ରବାଦୀ ଶାସନ ଚାଲିଛି ବୋଲି କହିଛନ୍ତି ନଡ୍ଡା ।

ରବିବାର ସନ୍ଧ୍ୟାରେ ତେଲେଙ୍ଗାନା ବିଜେପି ମୁଖ୍ୟ ବନ୍ଦି ସଞ୍ଜୟ କୁମାରଙ୍କୁ କରିମନଗର ପୋଲିସ ଗିରଫ କରିଥିଲା। ଏହା ପରେ ଗତକାଲି (ସୋମବାର) କରିମନଗର କୋର୍ଟ ତାଙ୍କୁ 14 ଦିନିଆ ନ୍ୟାୟିକ ରିମାଣ୍ଡରେ ପଠାଇଥିଲେ। ବାନ୍ଦି ସଞ୍ଜୟ କୁମାର କରିମନଗରରେ ଏକ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.