ETV Bharat / bharat

Kerala Blast: ‘ଉଗ୍ରବାଦ ପ୍ରତି ବିଜୟନ ସରକାରଙ୍କ ଉଦାର ଆଭିମୁଖ୍ୟ ପାଇଁ ଘଟୁଛି ଆକ୍ରମଣ’ - କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ

କେରଳ ବିସ୍ଫୋରଣ ନେଇ ବିଜୟନ ସରକାର ଉପରେ ବର୍ଷିଲେ ନଡ୍ଡା । କହିଲେ ଉଗ୍ରବାଦ ପ୍ରତି ପିନାରାଇ ବିଜୟନ ସରକାର ଉଦାର ଆଭିମୁଖ୍ୟ ପାଇଁ ଘଟୁଛି ବିସ୍ଫୋରଣ । ହମାସ ସମର୍ଥିତ ସଭାକୁ ଅନୁମତି ନେଇ ଉଠାଇଲେ ପ୍ରଶ୍ନ । ଅଧିକ ପଢନ୍ତୁ

Kerala blast : ‘ଉଗ୍ରବାଦୀ ପ୍ରତି ଉଦାର ପିନାରାଇ ବିଜୟ ସରକାର’

author img

By ETV Bharat Odisha Team

Published : Oct 30, 2023, 7:17 PM IST

ଥିରୁଅନନ୍ତପୁରମ: କେରଳରେ ଗତକାଲି ହୋଇଥିବା ସିରିଜ ବିସ୍ଫୋରଣକୁ ନେଇ ସାରା ଦେଶରେ ଏବେ ଚିନ୍ତା ବଢିଛି । ଏହାକୁ ଇସ୍ରାଏଲ-ହମାସ ଯୁଦ୍ଧ ସହ ମଧ୍ୟ ସମ୍ପର୍କିତ ବୋଲି ସନ୍ଦେହ କରାଯାଉଛି । ଏକାଧିକ କେନ୍ଦ୍ରୀୟ ସଂସ୍ଥା ଏହି ଘଟଣାରେ ତଦନ୍ତ ଜାରି ରଖିଥିବା ବେଳେ କେରଳ ଗସ୍ତରେ ଥିବା ଭାରତୀୟ ଜନତା ପାର୍ଟି ମୁଖ୍ୟ ଜେ.ପି ନଡ୍ଡା ଉଗ୍ରବାଦ ପ୍ରସଙ୍ଗ ଉଠାଇ ପିନାରାଇ ବିଜୟନ ସରକାରକୁ ଟାର୍ଗେଟ କରିଛନ୍ତି । ବିଜୟନ ସରକାର ଉଗ୍ରବାଦ ପ୍ରତି ରାଜ୍ୟରେ ଉଦାର ଆଭିମୁଖ୍ୟ ପୋଷଣ କରୁଥିବା ନଡ୍ଡା ଅଭିଯୋଗ କରିଛନ୍ତି ।

ଏନଡିଏ ମେଣ୍ଟ ଦ୍ବାରା ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ନଡ୍ଡା ଏହି ବିସ୍ଫୋରଣ ପ୍ରସଙ୍ଗ ଉଠାଇଛନ୍ତି । କହିଛନ୍ତି,‘‘ ଯେତେବେଳେ ହମାସର ଜଣେ ନେତା କେରଳରେ ଆୟୋଜିତ ଏକ ଡିଜିଟାଲ ବୈଠକକୁ ସମ୍ବୋଧିତ କରିଥିଲେ, ସେତେବେଳେ ଏଠାରେ ଶାସନରେ ଥିବା ବାମ ସରକାର ନିରବ ଦର୍ଶକ ସାଜିଥିଲେ । ଏହି ମନୋଭାବ ଯୋଗୁ ରାଜ୍ୟରେ ବିସ୍ଫୋରଣ ଘଟୁଛି । ଆମେ ସମସ୍ତେ ପିନାରାଇ ବିଜୟନ ସରକାରଙ୍କ ଭୁଲ ନୀତି, ବର୍ତ୍ତମାନର ପ୍ରଶାସନର ଦୁର୍ନୀତି ବିରୋଧରେ ଆଲୋଚନା କରିବା ପାଇଁ ଏକତ୍ରିତ ହୋଇଛୁ । କେରଳରେ ସମୃଦ୍ଧି, ବିକାଶ ଓ ଉତ୍ତମ ଶାସନ ଆଣିବା ଦିଗରେ ଆମର ପ୍ରୟାସର ଏକତା ପ୍ରଦର୍ଶନ କରିବା ହିଁ ଆମର ବର୍ତ୍ତମାନ ସମୟର ସାମୂହିକ ଲକ୍ଷ୍ୟ ।’’

ଅନ୍ଯପଟେ ଏହି ପ୍ରସଙ୍ଗରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । କେରଳରେ ପାଲେଷ୍ଟାଇନ ସମର୍ଥକ ଗୋଷ୍ଠୀ ଦ୍ବାରା ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ, ନେତାଙ୍କ ମନ୍ତବ୍ୟ ଓ ଭାଷଣକୁ ତର୍ଜମା କରାଯିବା ନେଇ ବିଜୟନ କହିଛନ୍ତି । ବିଜେପି ପାଲେଷ୍ଟାଇନ ସପକ୍ଷରେ ମତ ରଖୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାହୁଁଛି । ପୂର୍ବରୁ ଦେଶ ଓ କେରଳର ଆଭିମୁଖ୍ୟ ମଧ୍ୟ ପାଲେଷ୍ଟାଇନ ସପକ୍ଷରେ ଥିଲା । ମାତ୍ର ଏବେ ସେହି ପୂର୍ବ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି । ବିସ୍ଫୋରଣ ଘଟଣାର ତଦନ୍ତ ଜାରି ରହିଛି । ଏଥିରେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବା ନେଇ ବିଜୟନ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Kerala Blast: ସୋସିଆଲ ମିଡିଆରେ ନିଜକୁ ଦାୟୀ କରିବା ପରେ ଅଭିଯୁକ୍ତର ଆତ୍ମସମର୍ପଣ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତକାଲି (ରବିବାର) ଏର୍ଣ୍ଣାକୁଲମର କାଲାମାସେରୀ ସ୍ଥିତ ଏକ କନଭେନସନ ସେଣ୍ଟରରେ ଯିହୋବା ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଦ୍ବାରା ଆୟୋଜିତ ପ୍ରାର୍ଥନା ସଭାରେ ଦୁଇଟି ବିସ୍ଫୋରଣ ଘଟିଥିଲା । ଏଥିରେ 2 ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ 60 ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା ପାଇଁ ନିଜକୁ ଦାୟୀ କରିଥିବା ଅଭିଯୁକ୍ତ ଗତକାଲି ଅପରାହ୍ନରେ ଆତ୍ମସମର୍ପଣ କରିବା ପରେ ପୋଲିସ କଷ୍ଟଡିରେ ରହିଛି । ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ମଧ୍ୟ ଏହି ମାମଲାକୁ ଆତଙ୍କୀ ହମଲା ଦିଗରୁ ତଦନ୍ତ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.