ନୂଆଦିଲ୍ଲୀ: ନିଜର କାର୍ଯ୍ୟଶୈଳୀ ପାଇଁ ରାଜନୀତି ଠାରୁ ଭିନ୍ନ ଚର୍ଚ୍ଚାରେ ରହୁଥିବା କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । କଂଗ୍ରେସ ଉପରେ ବଡ ବୟାନ ଦେଇଛନ୍ତି ନୀତିନ ଗଡକାରୀ । ମହାରାଷ୍ଟ୍ର କନାପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନୀତିନ ଗଡକରୀ କହିଛନ୍ତି, ''ମୋତେ ମୋର ଜଣେ ବନ୍ଧୁ କଂଗ୍ରେସରେ ସାମିଲ ହେବାକୁ ଉପଦେଶ ଦେଇଥିଲେ । ମୁଁ ତାଙ୍କୁ କହିଥିଲି କଂଗ୍ରେସରେ ସାମିଲ ହେବା ବଦଳରେ ମୁଁ କୂଅରେ ବୁଡି ଯିବାକୁ ପସନ୍ଦ କରିବି । ମୋତେ କଂଗ୍ରେସର ବିଚାରଧାରା ପସନ୍ଦ ନୁହେଁ ।'' ମନ୍ତ୍ରୀଙ୍କ ବୟାନ ପରେ ଚର୍ଚ୍ଚା ଜୋର ଧରିଛି ।
-
#WATCH | My friend once advised me to join the Congress, I said, I’d rather drown in a well than join the Congress party. I don’t like the ideology of the Congress: Union Minister Nitin Gadkari (27.08)
— ANI (@ANI) August 29, 2022 " class="align-text-top noRightClick twitterSection" data="
(Source: Union Minister's social media handle) pic.twitter.com/NpHU5YQdg8
">#WATCH | My friend once advised me to join the Congress, I said, I’d rather drown in a well than join the Congress party. I don’t like the ideology of the Congress: Union Minister Nitin Gadkari (27.08)
— ANI (@ANI) August 29, 2022
(Source: Union Minister's social media handle) pic.twitter.com/NpHU5YQdg8#WATCH | My friend once advised me to join the Congress, I said, I’d rather drown in a well than join the Congress party. I don’t like the ideology of the Congress: Union Minister Nitin Gadkari (27.08)
— ANI (@ANI) August 29, 2022
(Source: Union Minister's social media handle) pic.twitter.com/NpHU5YQdg8
ଖାଲି ସେତିକି ନୁହେଁ ସେ ଆହୁରି କହିଛନ୍ତି, ''ତୁମକୁ ଯେବେ ସଫଳତା ମିଳେ ତ ତାର ଖୁସି ଯଦି ତୁମକୁ ଏକା ହୁଏ ତେବେ ତାହା ମୂଲ୍ୟହୀନ । ମାତ୍ର ତୁମକୁ ଯେବେ ସଫଳତା ମିଳୁଛି ତୁମଠୁ ଅଧିକ ଖୁସି ତୁମ ସହ କାମ କରୁଥିବା ଲୋକଙ୍କୁ ହୁଏ ତେବେ ସଫଳତାର ଅସଲ ଅର୍ଥ ମିଳିଥାଏ । କେବେ ବି ୟୁଜ ଆଣ୍ଡ ଥ୍ରୋ ଭଳି କାମ କରିବା ଉଚିତ ନୁହେଁ । ଭଲ ଦିନ ହେଉ ବା ଖରାପ ଦିନ ଯାହା ହାତ ଧରିଛ ତାକୁ ଛାଡନାହିଁ । ପରିସ୍ଥିତି ଦେଖି ବଦଳିବା କଥା ନୁହେଁ ।''
ଏହା ବି ପଢନ୍ତୁ...ସଠିକ ସମୟରେ ନିଷ୍ପତ୍ତି ନେଉନାହାଁନ୍ତି ସରକାର କହିଲେ ଗଡକରୀ
ସେ ଆହୁରି କହିଛନ୍ତି, ''ନାଗପୁରେ ମୋତେ ଜଣେ ବନ୍ଧୁ କହିଲେ ତୁମେ ଜଣେ ଭଲ ଲୋକ । ତୁମ ରାଜନୈତିକ ଭବିଷ୍ୟତ ଭଲ କିନ୍ତୁ ତୁମେ ଭୁଲ ଦଳରେ ଅଛ । ତୁମେ କଂଗ୍ରେସରେ ସାମିଲ ହୋଇଯାଏ । ମୁଁ ତାଙ୍କୁ କହିଲି ମୁଁ କୂଅକୁ ଡେଇଁ ଜୀବନ ହାରିବି ପଛେ କଂଗ୍ରେସକୁ ଯିବିନାହିଁ କାରଣ କଂଗ୍ରେସର ବିଚାରଧାରା ମୋତେ ପସନ୍ଦ ନୁହେଁ ।''
ନିକଟରେ ବିଜେପି ସଂସଦୀୟ ବୋର୍ଡ କମିଟିରୁ ନୀତିନ ଗଡକାରୀଙ୍କୁ ସ୍ଥାନ ମିଳିନାହିଁ । ଏହିପରି ଚର୍ଚ୍ଚିତ ବୟାନ ତାଙ୍କ ପାଇଁ ମହଙ୍ଗା ପଡିଥିବା ଚର୍ଚ୍ଚା ହେଉଛି । ମାତ୍ର ବିଜେପି କିମ୍ବା ଗଡକରୀଙ୍କ ପକ୍ଷରୁ ଏବାବଦରେ କୌଣସି ପ୍ରତିକ୍ରିୟା ମିଳିନାହିଁ । କିଛି ଦିନ ତଳେ ସରକାର ସଠିକ ସମୟରେ ସଠିିକ ନିଷ୍ପତ୍ତି ନେଉନଥିବା କହିଥିଲେ ଗଡକରୀ । ବିଜେପିର ସଂସଦୀୟ କିମିଟିରୁ ବାଦ ପଡିବା ପରେ ଗଡକରୀଙ୍କ ଏପରି ବୟାନ ରାଜନୀତିରେ ପୁଣି ଉଷ୍ମତା ଭରିଥିଲା ।