ETV Bharat / bharat

ନିଶାଶକ୍ତ ଡାକ୍ତରୀ ଛାତ୍ରଙ୍କ ଦାଦାଗିରି, ‘ବାପା ସିଦ୍ଧରମୈୟାଙ୍କ ପରିଚିତ, କାହିଁକି ଦେବି ଜୋରିମାନା’ ?

author img

By

Published : Feb 20, 2021, 10:43 PM IST

କର୍ଣ୍ଣାଟକର ଉଡୁପିରେ ଜଣେ ଡାକ୍ତରୀ ଛାତ୍ର ପୋଲିସକୁ ଜୋରିମାନା ପାଇଁ ଯୁକ୍ତିତର୍କ କରିବା ପଡିଲା ମହଙ୍ଗା । ମୋ ବାପା ସିଦ୍ଧରମୈୟାଙ୍କ ପରିଚିତ କାହିଁକି ଦେବି ଜୋରିମାନା । ଅଧିକ ପଢନ୍ତୁ...

Student's hooliganism on police!
ନିଶାଡି ଡାକ୍ତରୀ ଛାତ୍ରଙ୍କ ଦାଦାଗିରି: ମୋ ବାପା ସିଦ୍ଧିରମୈୟାଙ୍କ ପରିଚିତ କାହିଁକି ଦେବି ଜୋରିମାନା

ବାଙ୍ଗାଲୋର: ମୁଁ ଆନ୍ଧ୍ରପ୍ରଦେଶ ସାଂସଦଙ୍କ ପୁଅ, ମୁଁ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ପରିଚିତ। ପୋଲିସକୁ ଫାଇନ ଦେବାବେଳେ ମୁଁ କାହିଁକି ଫାଇନ ଦେବି ଏ ଭଳି ଯୁକ୍ତି ବାଢିଛନ୍ତି ଜଣେ ଡାକ୍ତରୀ ଛାତ୍ର । ଏ ଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଉଡୁପିରେ ।

ସିକ୍କିମ ମଣିପାଲ ୟୁନିର୍ଭସିଟିର ଏମବିବିଏସ ଛାତ୍ର ଅନୁରାଗ ରେଡ୍ଡୀ ନାମକ ଯୁବକ ମଦ୍ୟପାନ କରି କାର ଚଳାଉଥିବା ବେଳେ ଉଡୁପିର କଲସଙ୍କା ଜଙ୍କସନରେ ପୋଲିସ ତାଙ୍କୁ ଅଟକାଇଥିଲା। ଏହି ସମୟରେ ପୋଲିସ ତାଙ୍କର ମଦ୍ୟପାନ ପରୀକ୍ଷା କରିଥିଲା ତାଙ୍କର ମଦ୍ୟପାନ 193 ୟୁନିଟ୍ ଥିଲା । ଯେତେବେଳେ ପୋଲିସ ତାଙ୍କୁ ଆଇନ ଅନୁଯାୟୀ ଜରିମାନା କରିଥିଲା । ସେ କହିଥିଲେ ଯେ ସେ 300 ରୁ ଅଧିକ ଟଙ୍କା ଜୋରିମନା ଦେବେ ନାହିଁ। ଏହା ପରେ ଛାତ୍ର କହିଛନ୍ତି, 'ମୋ ବାପା ଆନ୍ଧ୍ରପ୍ରଦେଶର ସାଂସଦ, ଆନ୍ଧ୍ରପ୍ରଦେଶ ସରକାରଙ୍କ ଗୃହ ବିଭାଗର ସଚିବ ମୋର ପିତାଙ୍କ ବନ୍ଧୁ, ମୁଁ ସେମାନଙ୍କୁ ଡାକିବି। ସେ ପୂର୍ବତନ ସିଏମ ସିଦ୍ଧରମୈୟାଙ୍କ ଡାହାଣ ହାତ' ବୋଲି କହିଥିଲେ।

ଏହାପରେ ଡ୍ୟୁଟିରେ ଥିବା ଟ୍ରାଫିକ ପୋଲିସ ଅଭିଯୁକ୍ତ ଅନୁରାଗ ରେଡ୍ଡୀଙ୍କ କାରକୁ ଜବତ କରିଛି। ତାଙ୍କୁ ଫାଇନ କଟାଯିବା ସହ ସ୍ପିଡ୍ ଡ୍ରାଇଭିଂ ଅଭିଯୋଗରେ ଗିରଫ କରାଯାଇଛି। ଏନେଇ ଉଡୁପି ଟ୍ରାଫିକ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.