ETV Bharat / bharat

ପାଓ୍ବାରଙ୍କ ବାସଭବନରେ ବସିଲା ମହା ବିକାଶ ଅଗାଡି ମେଣ୍ଟ ବୈଠକ, ଆଗକୁ ଏକାଠି ନିର୍ବାଚନ ଲଢିବା ନିଷ୍ପତ୍ତି

author img

By

Published : May 14, 2023, 10:49 PM IST

ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ବାସଭବନରେ ଏକାଠି ହେଲା ମହା ବିକାଶ ଅଗାଡି ମେଣ୍ଟ । ଆଗକୁ ମେଣ୍ଟ ରହିବ ଓ ମେଣ୍ଟରେ ନିର୍ବାଚନ ଲଢିବା ନେଇ ହେଲା ନିଷ୍ପ । ଅଧିକ ପଢନ୍ତୁ

ଶରଦଙ୍କ ବାସଭବନରେ ଏକାଠି ହେଲା ମହା ବିକାଶ ଅଗାଡି ମେଣ୍ଟ, ଏକାଠି ଲଢିବା ନିଷ୍ପତ୍ତି

ମୁମ୍ବାଇ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ଚମତ୍କାର ପ୍ରଦର୍ଶନ ପରେ ମହାରାଷ୍ଟ୍ରରେ ମହାବିକାଶ ଅଗାଡି ମେଣ୍ଟ ଆଜି ବୈଠକ କରିଛି । ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ବାସଭବନରେ ଏହି ବୈଠକ ଆୟୋଜିତ ହୋଇଥିଲା । ଏଥିରେ ଶରଦ ଅଧ୍ୟକ୍ଷତା କରିଥିବା ବେଳେ ମେଣ୍ଟର ତିନି ସହଯୋଗୀ ଦଳର ନେତା ଉପସ୍ଥିତ ଥିଲେ । ମେଣ୍ଟ ଆଗକୁ ମଧ୍ୟ ରହିବ ଓ ମିଳିତ ଭାବେ ଆସନ୍ତା ନିର୍ବାଚନ ଲଢିବା ନେଇ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଆଜି ଅନୁଷ୍ଠିତ ବୈଠକରେ ଏନସିପି ମୁଖ୍ୟ ଶରଦ ପାୱାର ଅଧ୍ୟକ୍ଷତା କରିଥିବା ବେଳେ ଉଦ୍ଧବ ଠାକରେ, ସଞ୍ଜୟ ରାଉତ, ନାନା ପାଟୋଲ, ଅଜିତ ପାୱାର, ବାଲାସାହେବ ଥୋରାଟ ଏବଂ ଅନ୍ୟ କିଛି ପ୍ରମୁଖ ନେତା ଉପସ୍ଥିତ ଥିଲେ । ଶରଦ ପାଓ୍ବରଙ୍କ ବ୍ୟତୀତ ରାଜ୍ୟ ଏନସିପି ମୁଖ୍ୟ ଜୟନ୍ତ ପାଟିଲ, ଶରଦଙ୍କ ସାଂସଦ ଝିଅ ସୁପ୍ରିୟା ସୁଲେ ଓ ବିଧାୟକ ଜିତେନ୍ଦ୍ର ଆୱାଦ ମଧ୍ୟ ବୈଠକରେ ସାମିଲ ହୋଇଥିଲେ ।

ଏହି ବୈଠକ ପରେ ଶିବସେନା(ଉଦ୍ଧବ ଗୋଷ୍ଠୀ) ନେତା ସଞ୍ଜୟ ରାଉତ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି,“ମହାବିକାଶ ଆଗାଡି ମେଣ୍ଟରେ କୌଣସି ଆଭ୍ୟନ୍ତରୀଣ କନ୍ଦଳ କିମ୍ବା ଭୁଲ ବୁଝାମଣା ନାହିଁ । ଯଦି କର୍ଣ୍ଣାଟକ ବିଜେପି ସରକାରରେ 40% ଦୁର୍ନୀତି ହୋଇଥାଏ, ତେବେ ମହାରାଷ୍ଟ୍ରରେ 100% ଦୁର୍ନୀତି ହୋଇଛି । କର୍ଣ୍ଣାଟକ ପରି ଏଠାରେ ମଧ୍ୟ ସରକାର ପରାଜୟର ସାମ୍ନା କରିବ । ରାଜ୍ୟ କଂଗ୍ରେସ ମୁଖ୍ୟ ନାନା ପାଟୋଲ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ, କର୍ଣ୍ଣାଟକ ଭଳି ମହାରାଷ୍ଟ୍ରରେ ମଧ୍ୟ ଜନତା ଜନାଦେଶ ଦେବେ । ସେମାନେ ବିଜେପିକୁ ଚାହାନ୍ତି ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହାଙ୍କୁ ଦେଖାଇବେ ।

ଏହି ମେଣ୍ଟ ମହାରାଷ୍ଟ୍ରରେ ସରକାର ଗଠନ କରିଥିଲା । ମୂଳ ଶିବସେନା, କଂଗ୍ରେସ ଓ ଶରଦଙ୍କ ଏନସିପି ମିଶି ଏହି ତ୍ରିକୋଣୀୟ ରାଜନୈତିକ ମେଣ୍ଟ ଗଠନ କରି ମହାରାଷ୍ଟ୍ରରେ ସରକାର ଗଠନ କରିଥିଲା । ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଥିଲେ, କଂଗ୍ରେସ ଓ ଏନସିପି ମଧ୍ୟ ଏକାଧିକ ମନ୍ତ୍ରୀପଦ ନେଇଥିଲେ । ହେଲେ ଏକାନାଥ ସିନ୍ଦେ ଓ ତାଙ୍କ ଅନୁଗତ ବିଧାୟକ ଗୋଷ୍ଠୀଙ୍କ ବିଦ୍ରୋହ ପରେ ଶିବସେନା ନେତୃତ୍ବାଧୀନ ଏହି ମେଣ୍ଟ ସରକାରର ପତନ ହୋଇଥିଲା । ଶିବସେନା ମଧ୍ୟ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଥିଲା । ମହାରାଷ୍ଟ୍ରରେ ଏବେ ଏକନାଥ ସିନ୍ଦେ ଗୋଷ୍ଠୀ ଓ ବିଜେପି ମିଳିତ ସରକାର କରିଛନ୍ତି । ଉଦ୍ଧବ ସରକାରର ପତନ ଓ ଶିବସେନା ବିଭାଜନ ପରେ ଏହି ତ୍ରିକୋଣୀୟ ମେଣ୍ଟର ସ୍ଥାୟିତ୍ବ ନେଇ ପ୍ରଶ୍ନ ଉଠିଥିଲା । ତେବେ ସମାନେ ଏକାଠି ରହିବେ ଓ ଏକାଠି ଲଢିବା ନେଇ ସହମତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.