ETV Bharat / bharat

ଜାତିକୁ ନେଇ ବିଭ୍ରାନ୍ତିକର ମନ୍ତବ୍ୟ, ଅପରାଧୀଙ୍କୁ ଗିରଫ କଲା ମୁଜାଫରନଗର ପୋଲିସ

author img

By

Published : May 10, 2022, 9:10 PM IST

କୋର୍ଟରେ ହାଜର ହେବା ସମୟରେ ହତ୍ୟା କରାଯାଇଥିବା ଅପରାଧୀ ବିକି ତ୍ୟାଗିର ପିତା ରାଜବୀର ପ୍ରଧାନଙ୍କ ଦାହ ସଂସ୍କାର କରାଯାଇଛି । ଅଧିକ ପଢନ୍ତୁ

ଜାତିକୁ ନେଇ ବିଭ୍ରାନ୍ତିକର ମନ୍ତବ୍ୟ
ଜାତିକୁ ନେଇ ବିଭ୍ରାନ୍ତିକର ମନ୍ତବ୍ୟ

ଲକ୍ଷ୍ନୌ: କୋର୍ଟରେ ହାଜର ହେବା ସମୟରେ ହତ୍ୟା କରାଯାଇଥିବା ଅପରାଧୀ ବିକି ତ୍ୟାଗିର ପିତା ରାଜବୀର ପ୍ରଧାନଙ୍କ ଦାହ ସଂସ୍କାର କରାଯାଇଛି । ତେବେ ଏହି ଘଟଣାକୁ ନେଇ ଜଣେ ଲୋକ ଢୋଲ ପିଟିବା ସହ କହିଛି ଯେ, ଯଦି କେହି ଅନୁସୂଚିତର ଲୋକ ରାଜବୀର ପ୍ରଧାନଙ୍କ କ୍ଷେତ କିମ୍ବା ସମାଧୀସ୍ଥଳକୁ ପ୍ରବେଶ କରିବାକୁ ସାହସ କରିବେ ତାଙ୍କୁ ପାଞ୍ଚ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ଏଥିସହ ୫୦ ଜୋତା ମାଡ ମଧ୍ୟ ଦିଆଯିବ ବୋଲି ଏକ ଭିଡିଓ ଏବେ ଭାଇରାଲ ହେବାର ଲାଗିଛି ।

ସେହିପରି ମୁଜାଫରନଗର ପୋଲିସ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ଚିନ୍ତାରେ ପଡିଯାଇଛି । ତେବେ ସୋମବାର ଦିନ ଏହି ଭିଡିଓ ଭାଇରାଲ ହୋଇଥିବାବେଳେ ଭିଡିଓରେ ଥିବା ଲୋକକୁ ଗିରଫ କରାଯାଇଛି ବୋଲି ପୋଲିସ ସୂଚନା ଦେଇଛି । ଏଥିସହ ଖୁବଶୀଘ୍ର ଅନ୍ଯ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି । ଏପଟେ ଏହି ଘଟଣାକୁ ନେଇ ମୁଜାଫରନଗର ଏସଏସପି ଅବିଷେକ ଯାଦବ କହିଛନ୍ତି, ମାମଲାକୁ ଗୁରୁତର ଭାବେ ନିଆଯାଇଛି ଏବଂ ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

ଅନ୍ୟପଟେ ଘଟଣାର ମୁଖ୍ଯ ଅଭିଯୁକ୍ତ ରାଜବୀର ଓ ତା'ର ସହଯୋଗୀଙ୍କୁ ଗିରଫ କରାଯାଇଛି । ଏଥିସହ ଅନ୍ୟମାନଙ୍କୁ ଖୁବଶୀଘ୍ର କରାଯିବ ବୋଲି ମୁଜାଫରନଗର ଏସଏସପି ଅଭିଷେକ ଯାଦବ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.