ETV Bharat / bharat

ମୁସଲମାନ ବ୍ୟକ୍ତିଙ୍କ ମହାନତା, ହନୁମାନ ମନ୍ଦିର ପାଇଁ ଦାନ କଲେ ଜମି - ମହମ୍ମଦ ନାସିରଙ୍କ ବଦାନ୍ୟତା

ଚିକ୍କମାଗାଲୁରୁର ବାସିନ୍ଦା ମହମ୍ମଦ ନାସିରଙ୍କ ବଦାନ୍ୟତା । ନିଜ ଅର୍ଜିତ ସ୍ଥାବର ସମ୍ପତ୍ତିରୁ ୨କୋଟି ଟଙ୍କାର ଜମି ଦାନ କରି ମହାନତାର ପରିଚୟ ଦେଇଛନ୍ତି । ମହମ୍ମଦ ନାସିର ଗୋଶାଳା, ଅନାଥ ଆଶ୍ରମ, ବୃଦ୍ଧାଶ୍ରମ ଏବଂ ପଞ୍ଚାମୁଖୀ ମନ୍ଦିର ପାଇଁ ୪.୫ ଏକର ଜମି ଦାନ କରିଛନ୍ତି । ଅଧିକ ପଢନ୍ତୁ

ସେବା ପାଇଁ ନିଜ ଅର୍ଜିତ ସମ୍ପତ୍ତିରୁ କଲେ ଜମିଦାନ

author img

By

Published : Oct 7, 2022, 8:42 AM IST

ବେଙ୍ଗାଲୁରୁ: କଥାରେ ଅଛି ଦାନ ମହତ ପୁଣ୍ୟ । କିନ୍ତୁ ଆଜିକା ସମାଜରେ ଇଞ୍ଚେ ଜାଗା ପାଇଁ ଅନେକଙ୍କ ଜୀବନ ଯାଉଛି । ଚିକ୍କମାଗାଲୁରୁ ଜଣେ ବ୍ୟକ୍ତି ୪.୫ ଏକର ଜମି ଦାନ କରି ମହାନତାର ପରିଚୟ ଦେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଚିକ୍କମାଗାଲୁରୁର ବାସିନ୍ଦା ମହମ୍ମଦ ନାସିର ହେଉଛନ୍ତି ଜଣ କଫି ବ୍ୟବସାୟୀ । ଯିଏକି ଅନ୍ୟମାନଙ୍କ ସେବା କରିବା ପାଇଁ ୨ କୋଟିରୁ ଅଧିକ ଟଙ୍କାର ଜମି ଦାନ କରିଛନ୍ତି । ମହମ୍ମଦ ନାସିର ଗୋଶାଳା, ଅନାଥ ଆଶ୍ରମ, ବୃଦ୍ଧାଶ୍ରମ ଏବଂ ପଞ୍ଚାମୁଖୀ ମନ୍ଦିର ପାଇଁ ୪.୫ ଏକର ଜମି ଦାନ କରିଛନ୍ତି । କାଦୁରୁ-ମାଙ୍ଗାଲୋର ଜାତୀୟ ରାଜପଥ 173ର ପାର୍ଶ୍ୱରେ ଥିବା ଜମି ଦାନ କରିଥିବା ବେଳେ ଯାହାର ମୂଲ୍ୟ ୨ କୋଟିରୁ ଅଧକ ହେବା ନେଇ ସୂଚନା ରହିଛି । ସ୍ବାମୀ ସମରଥ ରାମାଡାସା ଟ୍ରଷ୍ଟକୁ ଏହି ଜମି ଦାନ କରିଛନ୍ତି ବ୍ୟବସାୟୀ ।

ଏନେଇ ନାସିର କହିଛନ୍ତି ଯେ, "ମୁଁ ମୋର କିଛି ଜାଗାକୁ ସ୍ବାମୀ ସମରଥ ରାମାଡାସା ଟ୍ରଷ୍ଟକୁ ଦାନ କରିଛି । ମଙ୍ଗଳକାର୍ଯ୍ୟ ପାଇଁ ସେମାନେ ଯାହା ଚାହିଁବେ ଏହି ଜାଗାର ବ୍ୟବହାର କରିପାରିବେ । ଯେପରି ଜଣେ ମନୁଷ୍ୟ ନିଜ ମାଆର କରଜ ସୁଝିପାରେ ନାହିଁ ସେଭଳି ଜଣେ ଗୋମାତାର ମଧ୍ୟ ଋଣ ପରିଶୋଧ କରିପାରିବ ନାହିଁ । ମୁଁ ମୋର ମାଆର ଋଣ ପରିଶୋଧ କରିବା ପାଇଁ ଚେଷ୍ଟା କରିଥିଲି କିନ୍ତୁ ତାହା ସମ୍ଭବ ହୋଇପାରିନଥିଲା । ଯେତେବେଳେ ମୋ ମା କର୍କଟ ରୋଗରେ ପୀଡିତ ଥିଲେ, ସେ ଗୋମୁତ୍ର ପିଇ ଭଲ ହୋଇଯାଇଥିଲେ । ତେଣୁ ମୋତେ ଗୋମାତାର ଋଣ ପରିଶୋଧ କରିବାକୁ ପଡିବ । କିନ୍ତୁ ଏହି ଋଣ ମଧ୍ୟ ପରିଶୋଧ କରିହେବ ନାହିଁ । ତଥାପି କିଛି ପରିମାଣରେ ଋଣ ପରିଶୋଧ କରିପାରିବି ଭାବି ୪.୫ ଏକର ଜମି ଟ୍ରଷ୍ଟିକୁ ଦାନ କରିଛି । ଗୋସେବା ପାଇଁ ଯାହା ବି କରିବାକୁ ହେବ ମୁଁ ପ୍ରସ୍ତୁତ ।"

ଏହା ମଧ୍ୟ ପଢନ୍ତୁ: Nobel Prize In Literature 2022: ଫ୍ରାନ୍ସର ସାହିତ୍ୟିକା ଆନ୍ନି ଏର୍ନକ୍ସଙ୍କୁ ନୋବେଲ

ପଞ୍ଚମୁଖୀ ହନୁମାନ ମନ୍ଦିର ପାଇଁ ଜାଗା: ପୂର୍ବରୁ ଏହି ସ୍ଥାନରେ ପଞ୍ଚମୁଖି ହନୁମାନ ମନ୍ଦିର ନିର୍ମାଣ କରାଯାଇ ପୂଜାପାଠ ହୋଇସାରିଛି । କିନ୍ତୁ ନାସିର ଏହି ସ୍ଥାନରେ ପଞ୍ଚମୁଖି ହନୁମାନଙ୍କ ପ୍ରତିମୂର୍ତ୍ତି କରିବା ପାଇଁ ଇଚ୍ଛା ରଖିଥିବାରୁ ଆମେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛୁ ବୋଲି କହିଛନ୍ତି ଟ୍ରଷ୍ଟିର ଗୁରୁଜୀ ସନ୍ତୋଷ ଗୁରୁଜି ।

ନାସିରଙ୍କ ଏହି କାର୍ଯ୍ୟକୁ ସ୍ଥାନୀୟଲୋକେ ପ୍ରଶଂସା କରିଥିଲେ । ଟ୍ରଷ୍ଟିର କର୍ମକର୍ତ୍ତାମାନେ ନାସିରଙ୍କ କାର୍ଯ୍ୟକୁ ନେଇ ଖୁସିଥିବା ବେଳେ ସମାଜ ପାଇଁ ଆଦର୍ଶ ବୋଲି କହିଛନ୍ତି । ଟ୍ରଷ୍ଟ ନାମରେ ଏହି ଜମି ପଞ୍ଜୀକୃତ ହୋଇସାରିଥିବା ବେଳେ ଖୁବ୍ ଶୀଘ୍ର ଏଠାରେ ଏକ ଅନାଥ ଆଶ୍ରମ, ହନୁମାନ ମୂର୍ତ୍ତି, ଗୋଶାଳା ଏବଂ ବୃଦ୍ଧାଶ୍ରମ ଆରମ୍ଭ ହେବ । ନାସିରଙ୍କ ଏହି କାର୍ଯ୍ୟ ହିନ୍ଦୁ-ମୁସଲମାନମାନଙ୍କ ମଧ୍ୟରେ ସମନ୍ୱୟ ଆଣିବାରେ ନିଶ୍ଚୟ ସହାୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.