ETV Bharat / bharat

ଡାହାଣୀ ସନ୍ଦେହରେ 3 ମହିଳାଙ୍କୁ ପିଟିପିଟି ହତ୍ୟା

author img

By

Published : Sep 6, 2022, 1:13 PM IST

Updated : Sep 6, 2022, 5:13 PM IST

ଡାହାଣୀ ସନ୍ଦେହରେ ତିନି ମହିଳାଙ୍କୁ ପିଟିପିଟି ହତ୍ୟା । ଝାଡ଼ଖଣ୍ଡ ରାଞ୍ଚିର ରାଣାଡିହ ଗ୍ରାମରୁ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

murder of three women by witchcraft in Ranchi
ଡାହାଣୀ ସନ୍ଦେହରେ ତିନି ମହିଳାଙ୍କୁ ପିଟିପିଟି ହତ୍ୟା

ରାଞ୍ଚି: ଏବେବି ସମାଜରେ ଲୁଚି ରହିଛି ଅନ୍ଧବିଶ୍ବାସ । କେତେବେଳେ ଗୁଣି ଗାରେଡ଼ି ସନ୍ଦେହରେ କାହାକୁ ହତ୍ୟା କରାଯାଉଛି ତ ପୁଣି କେତେବେଳେ ଗାଁରୁ ବାସନ୍ଦ କରାଯାଉଛି । ଝାଡ଼ଖଣ୍ଡ ରାଞ୍ଚିର ରାଣାଡିହ ଗ୍ରାମରୁ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ଡାହାଣୀ ସନ୍ଦେହରେ ତିନି ମହିଳାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ (murder of three women by witchcraft in Ranchi) ହୋଇଛି । ହତ୍ୟାକାଣ୍ଡରେ ମୃତ ମହିଳାଙ୍କ ପୁଅ ଏବଂ ସ୍ବାମୀ ମଧ୍ୟ ସାମିଲ ଥିବା ଜଣାପଡ଼ିଛି । ଏହି ଘଟଣାରେ 5 ଜଣଙ୍କୁ ଗିରଫ କରି ପୋଲିସ ପଚରା ଉଚରା କରୁଛି ।

ସୂଚନା ଅନୁଯାୟୀ, ଗ୍ରାମର ଏକ ବିଦ୍ୟାଳୟ ଛାତ୍ରକୁ ସାପ କାମୁଡ଼ି ଦେଇଥିଲା । ଏହାପରେ ପରିବାର ଲୋକେ ଗୁଣିଆ ପାଖକୁ ନେଇ ଝଡ଼ା ଫୁଙ୍କା କରାଇଥିଲେ । ଏହି ସମୟରେ ଉକ୍ତ ଛାତ୍ରର ମୃତ୍ୟୁ ଘଟିଥିବାବେଳେ ଗ୍ରାମରେ ଡାହାଣୀ ବୁଲୁଥିବା ଚାରିଆଡେ ପ୍ରଚାର ହେଲା । ଗ୍ରାମର ଆଉ ଜଣଙ୍କ ପୁଅକୁ ମଧ୍ୟ ସାପ କାମୁଡ଼ିଥିଲା । ସୌଭାଗ୍ୟ ବସତଃ ଚିକିତ୍ସା ବଳରେ ସେ ସୁସ୍ଥ ହୋଇଗଲେ । କିନ୍ତୁ ଗୁଣି ଗାରେଡ଼ି ସନ୍ଦେହରେ ଗ୍ରାମରେ ବୈଠକ ହୋଇ ତିନି ମହିଳାଙ୍କୁ ଡାହାଣୀ ବୋଲି ଦୋଷୀ ସାବ୍ୟସ୍ତ କରାଗଲା ।

ଏହାପରେ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ଉକ୍ତ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଲା ବେଳେ ଗ୍ରାମଲୋକେ ଅଟକାଇଥିଲେ । ଦ୍ବିତୀୟ ଥର ପାଇଁ ପୋଲିସ ଯିବା ସମୟରେ ଗ୍ରାମର କୌଣସି ଯୁବକ ନଥିଲେ ଏବଂ ମହିଳାମାନେ କିଛି କହିବାକୁ ମନା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଚେନ୍ନାଇରେ ସମଲିଙ୍ଗୀ ବିବାହ, ମିଳିଲା ପରିବାରର ଆର୍ଶୀବାଦ

ଏନେଇ ବୁଣ୍ଡୁ ଡିଏସପି ଅଡୟ କୁମାର କହିଛନ୍ତି, "ଏହି ଘଟଣାର ତଦନ୍ତ ପାଇଁ ଏସଆଇଟି ଟିମ ଗଠନ କରାଯାଇଛି । ପ୍ରାୟ 15ରୁ ଉର୍ଦ୍ଧ୍ବ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଥିବାବେଳେ 4ରୁ5 ଲୋକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।" ତିନି ମହିଳାଙ୍କ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ ।

Last Updated : Sep 6, 2022, 5:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.