ETV Bharat / bharat

ଉଗ୍ରରୂପ ନେଉଛି ସାମ୍ପ୍ରଦାୟିକ ଦଙ୍ଗା, ଆପ୍ ନେତାଙ୍କ ନାଁରେ ହତ୍ୟା ମାମଲା

author img

By

Published : Aug 7, 2023, 6:34 PM IST

ହରିୟାଣା ଓ ପଞ୍ଜାବରେ ଆରମ୍ଭ ହୋଇଥବା ସାମ୍ପ୍ରଦାୟିକ ଦଙ୍ଗା ବର୍ତ୍ତମାନ ଉଗ୍ରରୂପ ନେବାରେ ଲାଗିଛି । ଏହା ଦେଶର ବିଭିନ୍ନ ସ୍ଥାନକୁ ମଧ୍ୟ ବ୍ୟାପିବା ଆଶଙ୍କା ଦେଖା ଦେଇଛି । ଏହା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ଜୁଲାଇ ୩୧ ତାରିଖରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାରେ ବଜରଙ୍ଗ ଦଳର ଜଣେ କର୍ମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ଉଗ୍ରରୂପ ନେଉଛି ସାମ୍ପ୍ରଦାୟିକ ଦଙ୍ଗା , ଆପ୍ ନେତାଙ୍କ ନାଁରେ ହତ୍ୟା ଅଭିଯୋଗ

ଚଣ୍ଡିଗଡ: ହରିୟାଣା ଓ ପଞ୍ଜାବ ଆରମ୍ଭ ହୋଇଥବା ସାମ୍ପ୍ରଦାୟିକ ଦଙ୍ଗା ବର୍ତ୍ତମାନ ଉଗ୍ରରୁପ ନେବାରେ ଲାଗିଛି । ଥମିବା ବଦଳରେ ଏହା ଦିନକୁ ଦିନ ବଢିବାରେ ଲାଗିଛି । ଗତ ଜୁଲାଇ ୩୧ ତାରିଖରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାରେ ବଜରଙ୍ଗ ଦଳର ଜଣେ କର୍ମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ଆମ୍ ଆଦମୀ ପାର୍ଟିର ଜଣେ ନେତା ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ଏହାପରେ ତାଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ...ହୋଟେଲରୁ ଯୁବତୀଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

ଗତ ଜୁଲାଇ ୩୧ ତାରିଖରେ ହରିୟାଣା ଗୁରୁଗ୍ରାମ ଜିଲ୍ଲାର ସୋହନ ଅଞ୍ଚଳରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାରେ ପ୍ରଦୀପ କୁମାର ନାମକ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ସେ ଜଣେ ବଜରଙ୍ଗ ଦଳର କର୍ମୀ ବୋଲି ଜଣାପଡିଥିଲା । ତାଙ୍କୁ ଆମ୍ ଆଦମୀ ପାର୍ଟିର ନେତା ଜାଭେଦ ଅହମ୍ମଦ ହତ୍ୟା କରିଥିବା ନେଇ ବଜରଙ୍ଗ ଦଳ କର୍ମୀ ପବନ୍ କୁମାର ଗତ ଅଗଷ୍ଟ ୨ ତାରିଖ ଦିନ ଥାନାରେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଛତିଶଗଡ଼ରେ ଚାଞ୍ଚଲ୍ୟ, ୪ ଜଣଙ୍କୁ ନିର୍ମମ ହତ୍ୟା

ସୂଚନା ଅନୁଯାୟୀ ଜୁଲାଇ ୩୧ ତାରିଖରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ଦିନ ଆମ୍ ଆଦମୀ ପାର୍ଟିର ନେତା ଜାଭେଦ ଅହମ୍ମଦ ଘଟଣା ସ୍ଥଳରେ ଉପସ୍ଥିତ ରହିଥଲେ । ସେ ପ୍ରଦୀପ କୁମାର ଏବଂ ପବନ୍ କୁମାର ହତ୍ୟା କରିବାକୁ ତାଙ୍କ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି । ଏହାପରେ ଦଙ୍ଗାକାରୀମାନେ ତାଙ୍କୁ କାର୍ ଭିତରୁ ଉଠାଇ ନେଇ ପ୍ରଦୀପ କୁମାରଙ୍କ ମୁଣ୍ଡକୁ ଲୁହା ରଡରେ ଅତିନିର୍ମମ ଭାବେ ଆକ୍ରମଣ କରିଥିଲେ । ଏହି ସମୟରେ ପବନ କୁମାରଙ୍କୁ ସେଠାରେ ନିୟୋଜିତ ଥିବା ସୁରକ୍ଷା କର୍ମୀମାନେ ଉଦ୍ଧାର କରିଥିଲେ । କିନ୍ତୁ ପ୍ରଦୀପଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା ।

ସୂଚନା ଅନୁସାରେ ଘଟଣା ସ୍ଥାନରେ ପ୍ରସାଶନ ତରଫରୁ କର୍ପ୍ୟୁ ଜାରି କରାଯାଇଛି ଏବଂ ସେଠାରେ ଇଣ୍ଟରନେଟ୍‌ ସେବାକୁ ମଧ୍ୟ ବନ୍ଦ କରାଯାଇଛି । ସେହି ସ୍ଥାନରେ ସୁରକ୍ଷା କଡାକଡ଼ି କରାଯାଇଛି । ହରିୟାଣାର ରାଜ୍ୟ ଗୃହ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, "ସାମ୍ପ୍ରଦାୟିକ ଦଙ୍ଗା ଯୋଗୁଁ ବର୍ତ୍ତମାନ ସୁଧା ୧୦୪ ମାମଲା ରୁଜୁ ହୋଇଥିବା ବେଳେ ୨୧୬ ଜଣଙ୍କୁ ଗିରଫ କରାଯାଇଛି ।"

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.