ବେଙ୍ଗାଲୁରୁ: କର୍ଣ୍ଣାଟକର ଧାରୱାଦ (Dharwad city of Karnataka)ରେ ଅଭାବନୀୟ ଘଟଣା । ଘରୋଇ ହୋଟେଲରେ ବାନ୍ଧବୀ ସହିତ ରହିଲା ହତ୍ୟା ଅଭିଯୁକ୍ତ । ସବୁଠୁ ବିସ୍ମୟରକର କଥା ହେଉଛି ଏ ସବୁ ପୋଲିସ ଜାଣତରେ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ରବିବାର ସାମ୍ନାକୁ ଆସିବା ପରେ ଉକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ପୋଲିସର କହିବାନୁସାରେ ବାଲାରୀ ପୋଲିସ ହତ୍ୟା ଅଭିଯୁକ୍ତ ବଚ୍ଛା ଖାନଙ୍କୁ କାବୁ କରିଥିଲା । ଶନିବାର ଅଭିଯୁକ୍ତକୁ କୋର୍ଟରେ ଚାଲାଣ ପାଇଁ ନିଆଯାଇଥିଲା । ତେବେ କୋର୍ଟରେ ହାଜର କରିବା ପରେ ଅଭିଯୁକ୍ତକୁ ବାନ୍ଧବୀ ସହିତ ରହିବାକୁ ଅନୁମତି ଦେଇଥିଲା ପୋଲିସ । ଏହାପରେ ପୋଲିସ ସୁରକ୍ଷାକର୍ମୀ ଭଳି ଉକ୍ତ ହୋଟେଲରେ ଥିବା ପୋଲିସ ପକ୍ଷରୁ କୁହାଯାଇଛି । ଅଭିଯୁକ୍ତର ବାନ୍ଧବୀ ବେଙ୍ଗାଲୁରୁରେ ଉକ୍ତ ହୋଟେଲର ପହଞ୍ଚି ନିଜ ବୟଫ୍ରେଣ୍ଡର ଅପେକ୍ଷା କରିଥିଲା ।
ଏହି ଘଟଣାକୁ ସାମ୍ନାକୁ ଆସିବା ପରେ ହୁବାଲି ଗୋକୁଳା ରୋଡ୍ ପୋଲିସ ଉକ୍ତ ପୋଲିସ ଅଧିକାରୀ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା । ଏହାପରେ ପୋଲିସ ଉକ୍ତ ହୋଟେଲ ଉପରେ ଚଢ଼ାଉ କରି ଅଭିଯୁକ୍ତକୁ ହେପଜାତକୁ ନେଇଛି । ଏଥିରେ ସମ୍ପୃକ୍ତ ପୋଲିସ ଅଧିକାରୀ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଛି ।