ETV Bharat / bharat

26/11 ଆତଙ୍କୀ ଆକ୍ରମଣକୁ 15 ବର୍ଷ: ଆଜି ବି ମନରୁ ଲିଭିନି କାଳରାତି ଛାତିଥରା କାହାଣୀ

2008 ମସିହା ନଭେମ୍ବର 26 ତାରିଖରେ ଘଟିଥିବା ବହୁଚର୍ଚ୍ଚିତ ମୁମ୍ବାଇ ଆକ୍ରମଣ ମାମଲାକୁ ଆଜି ପୁରିଛି 15 ବର୍ଷ । କଣ ଥିଲା ସେଦିନ କଳାରାତିର ଛାତିଥରା ଦୃଶ୍ୟ । ଇଟିଭି ଆଗରେ ବଖାଣିଛନ୍ତି ପ୍ରତ୍ୟକ୍ଷଦର୍ଶୀ ଛୋଟୁ ଚାଏୱାଲା । ଅଧିକ ପଢ଼ନ୍ତୁ

ମୁମ୍ବାଇ 26/11 ଆତଙ୍କୀ ହମଲା
ମୁମ୍ବାଇ 26/11 ଆତଙ୍କୀ ହମଲା
author img

By ETV Bharat Odisha Team

Published : Nov 26, 2023, 6:57 AM IST

ମୁମ୍ବାଇ: ଘଟଣାକୁ 15 ବର୍ଷ ବିତି ଗଲାଣି, ହେଲେ ଆଜି ବି ଆଖି ଆଗରେ ନାଚି ଉଠୁଛି ସେହି କରାଳ ଦୃଶ୍ୟ । ସେହି ଆତଙ୍କୀ ଆକ୍ରମଣ ପୂରା ବିଶ୍ୱକୁ ଦୋହଲାଇ ରଖି ଦେଇଥିଲା । ଭାରତର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲା । ଲସ୍କର-ଏ-ତୋଏବା ଆତଙ୍କବାଦୀଙ୍କ ରକ୍ତର ହୋଲିରେ 166 ଜଣଙ୍କ ପ୍ରାଣ ବଳି ପଡ଼ିଥିଲା । ହଁ, ଆମେ କହୁଛୁ 2008 ମସିହା 26/11 ମୁମ୍ବାଇ ଆତଙ୍କୀ ଆକ୍ରମଣ କଥା । ଆତଙ୍କୀ ଆକ୍ରମଣକୁ 15 ବର୍ଷ ବିତି ଗଲାଣି । 2008 ମସିହା ଆଜିର ଦିନରେ ସୁରକ୍ଷା ବଳୟ ଭାଙ୍ଗି ପଶି ଆସିଥିଲେ ଆତଙ୍କବାଦୀ । ପ୍ରାଣଭିକ୍ଷା ବଦଳରେ ମୃତ୍ୟୁ ଦେଇ ଯାଇଥିଲେ ପାଶାଣ ହୃଦୟଧାରୀ । ଗୁଳି ଓ ବୋମାମାଡ଼ରେ ଥରହର ହୋଇ ଉଠିଥିଲା ମାୟା ନଗରୀ । 26 ଜଣ ବିଦେଶୀ ନାଗରିକଙ୍କ ଜୀବନ ଯାଇଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ଆତଙ୍କୀ ଆକ୍ରମଣର ଜଣେ ମୁକସାକ୍ଷୀ ହେଉଛନ୍ତି ଛୋଟୁ ଚାଏୱାଲା । ସେଦିନ ଅନେକଙ୍କ ଜୀବନ ବଞ୍ଚାଇ ଥିଲେ । ଛତ୍ରପତି ଶିବାଜୀ ଟର୍ମିନସ୍‌ ନିକଟସ୍ଥ ସେଣ୍ଟ୍‌ ଜର୍ଜ ହସ୍ପିଟାଲ୍‌ ସମ୍ମୁଖରେ ଏକ ଛୋଟ ଚା ଦୋକନ କରିଛନ୍ତି ଛୋଟୁ । ମହମ୍ମଦ ତୌଫିକ ଶେଖ୍‌ ଛୋଟୁ ଚାଏୱାଲା ନାମରେ ଜଣା ଶୁଣା । ସେଦିନର ରାତି କେତେ ଭୟାବହ ଥିଲା ତାହାକୁ ଇଟିଭି ଭାରତ ସହ ଆଲୋଚନା କରିଛନ୍ତି ଛୋଟୁ ।

ପାକିସ୍ତାନୀ ଆତଙ୍କୀ ଅଜମଲ କସାବ ଓ ଇସ୍ମାଇଲ ଖାନ୍‌ର ଓପନ ଫାୟରିଂରୁ ଅଳ୍ପକେ ରକ୍ଷା ପାଇଥିଲେ ତୌଫିକ । ସେଦିନର କଳା ରାତିକୁ ଆଜି ମଧ୍ୟ ଭୁଲି ପାରିନାହାଁନ୍ତି । ସେ ଗୁଳିବର୍ଷଣର ଶବ୍ଦ ଆଜି ମଧ୍ୟ କାନରେ ବାଜି ଛାତି ଥରାଇ ଦେଉଛି । ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଥିଲେ । ଖାଲି ଚିତ୍କାର ଓ ଜୀବନ ଭିକ୍ଷା ଲୋଟି ପଡ଼ୁଥିଲେ ସାଧାରଣ ଲୋକେ । ଛୋଟୁ ଚାଏୱାଲା ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ରେଲୱେ ଷ୍ଟେସନକୁ ଚା ଟଙ୍କା ଆଣିବାକୁ ଯାଇଥିବା ବେଳେ ଏହି ଆକ୍ରମଣ ଘଟିଥିଲା । ଜୀବନକୁ ବାଜି ଲଗାଇ ଶହଶହ ସାଧାରଣ ଲୋକଙ୍କର ଜୀବନ ମଧ୍ୟ ବଞ୍ଚାଇଥିଲେ ଛୋଟୁ । ଏହି ସାହାସିକତା ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା ।

ଛୋଟୁ ଚାଏୱାଲା କହିଛନ୍ତି, "ମୁଁ ରାତି 9ଟା ସମୟରେ ଚା ଟଙ୍କା ଆଣିବା ପାଇଁ ପ୍ଲାଟଫର୍ମ ନମ୍ବର 21ରୁ 26କୁ ଯାଇଥିଲି । ଏହାପରେ ମୁଁ ଗୁଳି ଫୁଟିବାର ଶବ୍ଦ ଶୁଣିଥିଲି । ପ୍ରଥମେ ଏହାକୁ ବାଣ ଫୁଟୁଛି ଭାବିଥିଲି । ସେହି ସମୟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଥିଲା । ପରେ ମୁଁ ବିସ୍ଫୋରଣ ସହ ଗୁଳି ବର୍ଷାର ଶବ୍ଦ ଶୁଣିଥିଲି । କେଉଁଠାରୁ ଏହି ଶବ୍ଦ ଆସୁଛି ଏହା ଜାଣିବା ପାଇଁ ଦେଖେ ତ ଦୁଇ ଜଣ ବନ୍ଧୁକଧାରୀ ବ୍ୟକ୍ତି ଲୋକଙ୍କ ଉପରକୁ ଗୁଳି ବର୍ଷଣ କରୁଥିଲେ । ନିର୍ଦ୍ଦୟ ଭାବରେ ଜଣକ ପରେ ଜଣକୁ ଗୁଳି ବର୍ଷା କରିଥିଲେ । କିଛି କ୍ଷଣ ପାଇଁ ମୁଁ ମରିଯିବି ବୋଲି ଭାବିଥିଲି । ମୁଁ ମୋ ପତ୍ନୀକୁ ଫୋନ କରି ଘରକୁ ଆଉ ଫେରିବିନି ବୋଲି କହିଥିଲି । ଗୁଳି ବିନିମୟ ବେଳେ ମୁଁ ଟିକେଟ୍ କାଉଣ୍ଟର ନିକଟରେ ଥିବା ମେଡିକାଲ୍ ଦୋକାନ ନିକଟରେ ଠିଆ ହେଇଥିଲି । ଗୁଳି ଶବ୍ଦ ଶୁଣି ମୁଁ ପାଟି କରିବାକୁ ଲାଗିଲି । ସେତେବେଳେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ୍ ରେଳ ଷ୍ଟେସନରୁ ଅନେକ ଲୋକ ବାହାରକୁ ଆସିଥିଲେ । ପ୍ରାୟ 75 ପ୍ରତିଶତ ଯାତ୍ରୀ ବାହାରକୁ ଯାଇଥିଲେ । ଆମେ ଆଠରୁ ଦଶ ଜଣ ଟିକେଟ୍ କାଉଣ୍ଟରରେ ଥିଲୁ । ଆତଙ୍କବାଦୀ କସାବ ଟିକେଟ୍ କାଉଣ୍ଟର ଆଗରେ ଆସି ଗୁଳି ଚଳାଇଥିଲା । ଯେଉଁଠାରେ ଆମେ ଛିଡ଼ା ହୋଇଥିଲୁ ସେ ଟିକେଟ୍ କାଉଣ୍ଟର ଭାଙ୍ଗି ଯାଇଥିଲା । ଗୁଳିମାଡ଼ରେ ଟିକେଟ୍ କାଉଣ୍ଟର କାଚ ଭାଙ୍ଗିବା ସହ ଷ୍ଟେସନ୍ ମାଷ୍ଟରଙ୍କ ବେକରେ ଏକ କାଚ ଅଟକି ଯାଇଥିଲା । ଏହାପରେ ଆହତ ଲୋକଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଥିଲୁ । ଠେଲା ଗାଡିରେ ନେଇ ଲୋକମାନଙ୍କୁ ହସ୍ପିଚାଲରେ ପହଞ୍ଚାଇଥିଲୁ । ଆହତ ରେଳ ଷ୍ଟେସନ ମାଷ୍ଟରଙ୍କୁ ବାୟକୁଲା ରେଲୱେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।"

ତାଜ୍‌ ହୋଟେଲ୍‌କୁ ମୁଖ୍ୟତଃ ନିଶାନା କରିଥିଲେ ଆତଙ୍କବାଦୀ । ଏହାଛଡ଼ା ଦକ୍ଷିଣ ମୁମ୍ବାଇରେ ମୋଟ 8ଟି ସ୍ଥାନରେ ଗୁଳିଗୋଳା ବର୍ଷାଇଥିଲେ 10 ଆତଙ୍କାବାଦୀ । ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ, ଦି ଓବେରଏ ଟ୍ରାଇଡେଣ୍ଟ୍‌, ଦି ତାଜ୍‌ ପାଲେସ୍‌ ଆଣ୍ଡ ଟାୱାର, ଦି ଲିଓପାର୍ଡ କାଫେ, ଦି କାମା ହସ୍ପିଟାଲ୍‌, ଦି ନରିମାନ ହାଉସ୍‌. ଦି ମେଟ୍ରୋ ସିନେମା, ଟାଇମ୍ସ ଇଣ୍ଡିଆ ଅଫିସ ନିକଟସ୍ଥ ଏକ ଗଳି ସହ ସେଣ୍ଡ୍‌ ଜାଭିୟର କଲେଜ୍‌କୁ ଲସ୍କର-ଏ-ତୋଏବା ଆତଙ୍କବାଦୀ ଟାର୍ଗେଟ୍‌ କରିଥିଲେ। 5 ପୋଲିସ ଅଧିକାରୀ ଲୋକଙ୍କୁ ସୁରକ୍ଷା ଦେବାକୁ ଯାଇ ଶହୀଦ ହୋଇଥିଲେ।

ଏହା ମଧ୍ୟ ପଢ଼ନ୍ତୁ.....26/11 Mumbai Attack: ଲସ୍କର ଆତଙ୍କୀ ସାଜିଦ ମିରକୁ ବିଶ୍ବ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଚୀନର ବିରୋଧ

ତେବେ ଛୋଟୁଙ୍କ ଘର ବିହାରର ଡୁମ୍ରି ଗାଁରେ । ମାଆଙ୍କ ଦେହାନ୍ତ ପରେ ଦଶ ବର୍ଷ ବୟସରେ ବିହାର ଛାଡ଼ି ମୁମ୍ବାଇ ଆସିଥିଲେ ଛୋଟୁ । ବର୍ତ୍ତମାନ ସେ 39 ବର୍ଷ ଧରି ମୁମ୍ବାଇରେ ଅଛନ୍ତି । ତାଙ୍କର ଦୁଇଟି ଝିଅ ଥିବା ବେଳେ ଜଣେ 7ମ ଶ୍ରେଣୀ ଏବଂ ଅନ୍ୟ ଜଣେ 9ମ ଶ୍ରେଣୀରେ ପଢ଼ୁଛନ୍ତି । ରେଳବାଇ ଏବଂ ରାଜ୍ୟ ସରକାର ଅନେକ ସାହାଯ୍ୟର ପ୍ରତିଶୃତି ଦେଇଥିଲେ । କିନ୍ତୁ ସେମାନେ ଏହାକୁ ସମ୍ପୂର୍ଣ୍ଣ କରିନଥିଲେ । ମୁମ୍ବାଇରେ ହୋଇଥିବା ଏହି ଭୟଙ୍କର ଆକ୍ରମଣକୁ ଅନ୍ୟ କେଉଁଠାରେ ପୁନରାବୃତ୍ତି ନହେଉ ବୋଲି କହିଛନ୍ତି ଛୋଟୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.