ETV Bharat / bharat

PUBG ପାଇଁ ୧୦ ଲକ୍ଷ ଉଡାଇଲା ନାବାଳକ - ମୁମ୍ବାଇ ପଜବି ପ୍ରେମୀ

PUBG ଗେମ୍ ପ୍ରେମୀ ନାବାଳକର ଅଭାବନୀୟ କାଣ୍ଡ । ଗେମ୍ ଖେଳିବା ପାଇଁ ମାଆ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଉଡାଇ ଦେଲା ନାବାଳକ । ଅଧିକ ପଢନ୍ତୁ...

PUBG ପାଇଁ ୧୦ ଲକ୍ଷ ଉଡାଇଲା ନାବାଳକ
PUBG ପାଇଁ ୧୦ ଲକ୍ଷ ଉଡାଇଲା ନାବାଳକ
author img

By

Published : Aug 29, 2021, 7:54 PM IST

ମୁମ୍ବାଇ: ଅନଲାଇନ ଗେମ୍ ପ୍ରେମରେ ଯୁବପିଢି । ଆଜିର ଇଣ୍ଟରନେଟ୍ ଯୁଗରେ ଅନଲାଇମ ଗେମ୍ ପ୍ରତି ପିଲାମାନଙ୍କ ଅହେତୁକ ରୁଚି ବଢିଚାଲିଛି । ବିଶେଷକରି ବର୍ତ୍ତମାନ ଲୋକପ୍ରିୟ ଗେମ୍ PUBG ପ୍ରତି ପିଲାଙ୍କ ଅଧିକ ଡିମାଣ୍ଡ ରହୁଛି । ତେବେ ଏହି ଅନଲାଇନ ଗେମ୍ ପ୍ରେମ କେତେ ଯେ ଭୟଙ୍କର ହୋଇପାରେ, ତାହାର ଆଉ ଏକ ନଜିର ଆସିଛି ମାୟାନଗରୀରୁ । ଯେଉଁଠି ଜଣେ ନାବାଳକ PUBG ଖେଳିବା ପାଇଁ ମାଆ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଉଡାଇ ଦେଇ ଘର ଛାଡି ପଳାଇଛି ।

ମୁମ୍ବାଇସ୍ଥିତ ଯୋଗେଶ୍ବରୀ ଅଞ୍ଚଳରେ ସମ୍ପୃକ୍ତ ୧୬ ବର୍ଷୀୟ ନାବାଳକର ଘର । PUBG ଗେମ୍ ପାଇଁ ପାଗଳ ଏହି ନାବାଳକ ଗେମ୍ ଲାଗି ଭର୍ଚୁଆଲ ମୁଦ୍ରା କିଣିବାକୁ ନିଜ ମାଆ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା । ପରେ ବାପାମାଆ ପୁଅର ଏଭଳି କାରନାମା ଜାଣି ତାକୁ ଗାଳି ଦେଇଥିଲେ । ବାପାମାଆଙ୍କ ତାଗିଦ୍ ପରେ 'ମୁଁ କେବେ ଆଉ ଘରକୁ ଫେରିବି ନାହିଁ' ବୋଲି ଏକ ଚିଠି ଲେଖି ନାବାଳଟି କେଉଁଆଡେ ପଳାଇଥିଲା ।

ବାପାମାଆ ପୁଅର ନିଖୋଜ ସମ୍ପର୍କରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଏକ ଅପହରଣ ମାମଲା ରୁଜୁ ତଦନ୍ତ ଚଳାଇଥିଲା । ସ୍ଥାନୀୟ ଅଞ୍ଚଳର CCTV ଫୁଟେଜ ଯାଞ୍ଚ ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା ପୋଲିସ । ତେବେ ଶେଷରେ ପିଲାଟିକୁ ଉଦ୍ଧାର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.