ETV Bharat / bharat

କୋରୋନା ରୋଗୀଙ୍କୁ ସାହାଯ୍ୟ ପାଇଁ ଡ୍ରାଇଭର ସାଜିଲେ ଶିକ୍ଷକ

ମହାମାରୀକୁ ଖାତିର ନ କରି କୋରୋନା ରୋଗୀଙ୍କୁ ସାହାଯ୍ୟ କରୁଛନ୍ତି ଶିକ୍ଷକ । ଶିକ୍ଷକତା ଛାଡି ରୋଗୀଙ୍କୁ ଅଟୋ, ରିକ୍ସାରେ ଡାକ୍ତରଖାନାରେ ପହଞ୍ଚାଉଛନ୍ତି । ଅଧିକ ପଢନ୍ତୁ...

କୋରୋନା ରୋଗୀଙ୍କୁ ସାହାଯ୍ୟ ପାଇଁ ଡ୍ରାଇଭର ସାଜିଲେ ଶିକ୍ଷକ
କୋରୋନା ରୋଗୀଙ୍କୁ ସାହାଯ୍ୟ ପାଇଁ ଡ୍ରାଇଭର ସାଜିଲେ ଶିକ୍ଷକ
author img

By

Published : May 1, 2021, 10:36 PM IST

ମୁମ୍ବାଇ: କୋରୋନାର ଦ୍ବିତୀୟ ଲହର ଦେଶକୁ ଥରହର କରିଦେଇଛି । ଏପରି ସ୍ଥିତିରେ କିଏ ଅକ୍ସିଜେନ ପଠାଉଛି ତ ଆଉ କିଏ ମେଡିସିନ୍ ପଠାଉଛି । ସେହିପରି ମୁମ୍ବାଇର ଜଣେ ଶିକ୍ଷକ କୋରୋନା ଆକ୍ରାନ୍ତଙ୍କୁ ସାହାଯ୍ୟ କରିବା ପାଇଁ ମହାମାରୀକୁ ବେଖାତିର କରି ଆଗକୁ ଆସିଛନ୍ତି ।

ସେ ପ୍ରତିଦିନ ଅଟୋ, ରିକ୍ସାରେ କୋରୋନା ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ପହଞ୍ଚାଉଛନ୍ତି । ସବୁଠୁ ବଡ କଥା ହେଉଛିକି ସେ ବିନା କୌଣସି ଦେୟରେ ଏପରି ସାହାଯ୍ୟ କରୁଛନ୍ତି । ତେବେ ଏହି ଅଟୋ ଚାଳକ ଜଣକ ପେଶାରେ ଶିକ୍ଷକ, ତାଙ୍କ ନାମ ଦତ୍ତାତ୍ରେୟ ସାୱନ୍ତ । ସେ ଘଟକପୁର ଅଞ୍ଚଳରେ ବସବାସ କରୁ ଥିବାବେଳେ ଜ୍ଞାନସାଗର ବିଦ୍ୟା ମନ୍ଦିରରେ ଇଂରାଜୀ ଶିକ୍ଷକ ଭାବେ ଶିକ୍ଷକତା କରୁଛନ୍ତି । ସେ କିଛିଦିନ ହେବ ଏପରି କାର୍ଯ୍ୟ ଆରମ୍ଭ କରିଛନ୍ତି ।

ତେବେ ଏନେଇ ଦତ୍ତାତ୍ରେୟ କହିଛନ୍ତି ଯେ, 'ମୁଁ କିଛିଦିନ ହେବ କୋରୋନା ରୋଗୀଙ୍କୁ ଡାକ୍ତରଖାନାରେ ଛାଡିବା ସହ ଡିସଚାର୍ଜ ରୋଗୀଙ୍କୁ ଘରେ ପହଞ୍ଚାଇଥାଏ ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.