ETV Bharat / bharat

Barge P305 ବୁଡ଼ିବା ଘଟଣା, DNA ରିପୋର୍ଟରୁ ଚିହ୍ନଟ ହେବ ମୃତଦେହ - ମୃତଦେହ ଚିହ୍ନିବ ମୁମ୍ବାଇ ପୋଲିସ

ବାତ୍ୟା ତାଉତେ ବେଳେ ବାର୍ଜ P305 ବୁଡ଼ିବା ଘଟଣାରେ DNA ପରୀକ୍ଷାରୁ ମୃତଦେହ ଚିହ୍ନଟ ମୁମ୍ବାଇ ପୋଲିସ । ପରିବାର ଲୋକଙ୍କ ନମୂନା ସଂଗ୍ରହ କରିବ ସ୍ବତନ୍ତ୍ର ଟିମ୍‌ । ଅଧିକ ପଢ଼ନ୍ତୁ...

Mumbai police, DNA samples of relatives, identify bodies of Barge P305,  Barge P305 drowning incident, ବାର୍ଜ P305 ବୁଡ଼ିବା ଘଟଣା, DNA ପରୀକ୍ଷା, ମୃତଦେହ ଚିହ୍ନିବ ମୁମ୍ବାଇ ପୋଲିସ, ବାର୍ଜ P305
ବାର୍ଜ P305 ବୁଡ଼ିବା ଘଟଣା, DNA ପରୀକ୍ଷାରୁ ମୃତଦେହ ଚିହ୍ନିବ ମୁମ୍ବାଇ ପୋଲିସ
author img

By

Published : Jul 15, 2021, 10:22 PM IST

ମୁମ୍ବାଇ: ବାତ୍ୟା ତାଉତେ ବେଳେ ସମୁଦ୍ରରେ ବୁଡ଼ି ଯାଇଥିବା ବାର୍ଜ P305ର କ୍ରୁ ସଦସ୍ୟଙ୍କ ମୃତଦେହ ଚିହ୍ନଟ ପାଇଁ ମୁମ୍ବାଇ ପୋଲିସ କରିବ DNA ପରୀକ୍ଷା । ଏନେଇ ମୁମ୍ବାଇ ପୋଲିସର ଟିମ୍‌ କ୍ରୁ ସଦସ୍ୟଙ୍କ ଘରକୁ ଯାଇ ସେମାନଙ୍କ ମାତା ପିତା ଓ ପିଲା ମାନଙ୍କର DNA ନମୂନା ଆଣିବ, ଯାହାଦ୍ବାରା ସମୁଦ୍ରରୁ ଉଦ୍ଧାର ହୋଇଥିବା ମୃତଦେହ ଗୁଡ଼ିକ ଚିହ୍ନଟ ହୋଇ ପାରିବ ବୋଲି ମୁମ୍ବାଇ ପୋଲିସ କହିଛି ।

ଭାରତୀୟ ତଟ ରକ୍ଷୀ ବାହିନୀ ଓ ନୌସେନା ଦ୍ବାରା ସମୁଦ୍ରରୁ 71ଟି ମୃତଦେହ ଉଦ୍ଧାର କରାଯାଇ ସେଗୁଡ଼ିକୁ ଜେ.ଜେ ହସ୍ପିଟାଲ ମର୍ଚ୍ୟୁରୀରେ ରଖାଯାଇଥିଲା । 71 ଟି ମୃତଦେହ ମଧ୍ୟରୁ 68 ଟି ଚିହ୍ନଟ ହୋଇ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ବାକିଥିବା ମୃତଦେହର ପରିଚୟ ଖୋଜୁଛି ପୋଲିସ । ତେବେ ବର୍ତ୍ତମାନ ମଧ୍ୟ 8 ଜଣ କ୍ରୁ ସଦସ୍ୟ ନିଖୋଜ ରହିଛନ୍ତି ବୋଲି ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା ରହିଛି ।

ଖୁବ୍‌ ଶୀଘ୍ର ଟିମ ଗୁଡ଼ିକ ଗୁଜୁରାଟ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ ଯାଇ କ୍ରୁ ସଦସ୍ୟଙ୍କ ପରିବାର ଲୋକଙ୍କ ନମୂନା ସଂଗ୍ରହ କରିବେ ଓ ଚିହ୍ନଟ ପ୍ରକ୍ରିୟା ଶେଷ କରିବେ ।

ମୃତଦେହ ଚିହ୍ନଟ ପାଇଁ ବାର୍ଜ କର୍ମଚାରୀଙ୍କ ସମ୍ପର୍କୀୟ ମୁମ୍ବାଇ ମଧ୍ୟ ଆସିଥିଲେ କିନ୍ତୁ ସେମାନଙ୍କ ନମୂନା ମୃତଦେହ ସହ ମ୍ୟାଚ ହୋଇ ନଥିଲା । ଦୂର ସମ୍ପର୍କୀୟ ହୋଇଥିବାରୁ ନମୂନା ମ୍ୟାଚ କରିନଥିବା ସୂଚନା ରହିଛି । ତେଣୁ ସଠିକ ଭାବେ ଚିହ୍ନଟ ପାଇଁ ମୁମ୍ବାଇ ପୋଲିସ କର୍ମଚାରୀଙ୍କ ମାତାପିତା କିମ୍ବା ପିଲାଙ୍କର ନମୂନା ସଂଗ୍ରହ କରି ଆଣିବ ।

ସୂଚନା ଯୋଗ୍ୟ ଯେ ବାତ୍ୟା ତାଉତେ ସମୟରେ ବାର୍ଜ P305 ବୁଡ଼ିବା ଘଟଣାରେ ପପ୍ପା ମ୍ୟାନେଜମେଣ୍ଟର 3 ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.