ETV Bharat / bharat

Hanuman Chalisa Controversy: ସାଂସଦ ନବନୀତ ରାଣା ଓ ବିଧାୟକ ସ୍ୱାମୀ ଗିରଫ

author img

By

Published : Apr 23, 2022, 6:33 PM IST

ମହାରାଷ୍ଟ୍ର ହନୁମାନ ଚାଳିଶା ବିବାଦରେ ସାଂସଦ ନବନୀତ ରାଣା ରାଣା ଓ ସ୍ବାମୀ ତଥା ବିଧାୟକ ରବି ରାଣାଙ୍କୁ ଉଠାଇ ନେଲା ପୋଲିସ । ଅଧିକ ପଢନ୍ତୁ

Hanuman chalisa controversy: ସାଂସଦ ନବନୀତ ରାଣା ରାଣା ଓ ସ୍ବାମୀ ରବି ରାଣାଙ୍କୁ ଉଠାଇ ନେଲା ପୋଲିସ

ମୁମ୍ବାଇ: ହନୁମାନ ଚାଳିଶା ବିବାଦରେ ସାଂସଦ ନବନୀତ ରାଣା ଓ ସ୍ବାମୀ ତଥା ବିଧାୟକ ରବି ରାଣାଙ୍କୁ ଗିରଫ କଲା ପୋଲିସ । ଉଭୟଙ୍କୁ ଖାର ଥାନାକୁ ନିଆଯାଇଥିବା ସୂଚନା ମିଳିଛି । କିଛି ସମୟ ପୂର୍ବରୁ ରାଣା ଦମ୍ପତିଙ୍କ ବାସଭବନରେ ପହଞ୍ଚିଥିଲା ମୁମ୍ବାଇ ପୋଲିସର ଏକ ଟିମ । ତେବେ କିଛି ସମୟର ପଚରାଉଚରା ପରେ ଉଭୟଙ୍କୁ ପୋଲିସ ଥାନାକୁ ନେଇଛି । ଉଭୟଙ୍କୁ ଗିରଫ କରାଯିବା ସହ ଉଭୟଙ୍କ ବିରୋଧରେ ଧାରା 153A ଲଗାଯାଇଥିବା ସୂଚନା ମିଳିଛି ।

ମହାରାଷ୍ଟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମାତୋଶ୍ରୀ ସ୍ଥିତ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବା ପାଇଁ ଅମରାବତୀ ସାଂସଦ ନବନୀତ ରାଣା ଓ ସ୍ବାମୀ ରବି ରାଣା ଘୋଷଣା କରିଥିଲେ । ପରେ ଏହାକୁ ନେଇ ଶିବସେନା କର୍ମୀ ମଧ୍ୟ ରାସ୍ତାକୁ ଓହ୍ଲାଇଥିଲେ । ବିରୋଧ ପ୍ରଦର୍ଶନ କରିବା ସହ ସାଂସଦଙ୍କ ବାସଭବନ ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ଶିବସେନା ନେତା ଓ କର୍ମୀ ।

ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିବାରୁ ପୋଲିସ କିଛି କର୍ମୀଙ୍କ ଉଠାଇ ନେଇଛି । ପରେ ରାଣା ଦମ୍ପତିଙ୍କ ବାସଭବନରେ ମଧ୍ୟ ପହଞ୍ଚିଥିଲା ପୋଲିସ ଟିମ । କିଛି ମସୟ ମଧ୍ୟରେ ଉଭୟଙ୍କୁ ପୋଲିସ ଥାନାକୁ ନେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.