ETV Bharat / bharat

ବମ୍ବେ ହାଇକୋର୍ଟରେ ବୋମା ଧମକ, ସର୍ଚ୍ଚ ପରେ ଗୁଜବ କହିଲା ପୋଲିସ - କୋର୍ଟରେ ବିସ୍ଫୋରଣ ଧମକ

ବମ୍ବେ ହାଇକୋର୍ଟର ଓରଙ୍ଗାବାଦ ବେଞ୍ଚ ପରିସରରେ ବୋମା ରଖାଯାଇଥିବା ନେଇ ଆସିଥିଲା ଧମକପୂର୍ଣ୍ଣ କଲ । ଘଣ୍ଟାଧିକ କାଳ ସର୍ଚ୍ଚ ଅପରେସନ ପରେ ପୋଲିସ ନିରାଶ । ଆଇନଜୀବୀଙ୍କ ନମ୍ବରରୁ ମିଛ ଫୋନ କଲ ଆସିଥିବା ସୂଚନା । ଅଧିକ ପଢନ୍ତୁ

ବମ୍ବେ ହାଇକୋର୍ଟରେ ବିସ୍ଫୋରଣ ଧମକ, ଆଲର୍ଟ ମୋଡରେ ପୋଲିସ

author img

By

Published : Feb 15, 2023, 4:35 PM IST

ମୁମ୍ବାଇ: ବମ୍ବେ ହାଇକୋର୍ଟ ପରିସରରେ ବିସ୍ଫୋରଣ ନେଇ ଏକ ମିଛ ଧମକପୂର୍ଣ୍ଣ କଲ ମିଳିଛି । ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ କମ୍ପ୍ଲେକ୍ସରେ ଏହି ବିସ୍ଫୋରଣ ହେବା ନେଇ ଏକ ଅଜଣା ନମ୍ବରରୁ ପୋଲିସକୁ କଲ ଆସିଥିଲା । ପରେ ଏହି ନମ୍ବରକୁ ଯାଞ୍ଚ କରିବା ସହ ପୋଲିସ କୋର୍ଟ ପରିସରରେ ପହଞ୍ଚି ସର୍ଚ୍ଚ ଅରରେସନ ମଧ୍ୟ କରିଥିଲା । ପରେ ଏହା ଏକ ଗୁଜବ ବୋଲି ଜଣାପଡିଛି । କୋର୍ଟର ଜଣେ ଆଇନଜୀବୀ ନାମରେ କଲ ଆସିଥିବା ନମ୍ବର ପଞ୍ଜୀକୃତ ହୋଇଥିବା ପୋଲିସ ଜାଣିବାକୁ ପାଇ ତଦନ୍ତ ଜାରି ରଖିଛି ।

ଗତକାଲି (ମଙ୍ଗଳବାର) ସଂଧ୍ୟା ପ୍ରାୟ 5.45ରେ ଏକ ଅଜଣା ନମ୍ବରରୁ ଏହି କଲ ଆସିଥିଲା । ଜଣେ ବ୍ୟକ୍ତି କୋର୍ଟ ପରିସରରେ ବୋମା ରଖାଯାଇଥିବା କହିଥିଲା । ସେ କିଛି ନିର୍ଦ୍ଦିଷ୍ଟ କାମ ପାଇଁ ଟଙ୍କା ଦେଇଥିଲା, ହେଲେ କାମ ନହୋଇପାରିବାରୁ ସେ କୋର୍ଟ ପରିସରର ବିସ୍ଫୋରଣ ଘଟାଇବା ଉଦ୍ଦେଶ୍ୟରେ ବୋମା ରଖିଥିବା ପୋଲିସକୁ କହିଥିଲା ଅଭିଯୁକ୍ତ । କଲ ପାଇବା ପରେ ପୋଲିସ କୋର୍ଟ ପରିସରରେ ପହଞ୍ଚିବା ସହ ସାଇବର ସେଲ ମଧ୍ୟ ଏହି ନମ୍ବର ସମ୍ପର୍କରେ ତଥ୍ୟ ସଂଗ୍ରହ ଆରମ୍ଭ କରିଥିଲା । ଲୋକେସନ ଟ୍ରାକ କରି କଲଟି ବିହାରର ଏକ ସ୍ଥାନରୁ ଆସିଥିବା ଓ ଜଣେ ସ୍ଥାନୀୟ ଆଇନଜୀବୀଙ୍କ ନାମରେ ପଞ୍ଜୀକୃତ ହୋଇଥିବା ପୋଲିସ ସ୍ପଷ୍ଟ ହୋଇଥିଲା ।

ସ୍ଥାନୀୟ ପଣ୍ଡାଲିକ ନଗର ପୋଲିସ ଷ୍ଟେସନରୁ ଏକ ପୋଲିସ ଟିମ୍‌ ସହ ଏବଂ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ ମଧ୍ୟ କୋର୍ଟ ପରିସରରେ ପହଞ୍ଚିଥିଲେ । କୋର୍ଟର ସମସ୍ତ କାର୍ଯ୍ୟ ସାମୟିକ ସ୍ଥଗିତ ରଖାଯାଇ ବମ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏକାଧିକ ଘଣ୍ଟା ସର୍ଚ୍ଚ ପରେ କୌଣସି ବୋମା କିମ୍ବା ବିସ୍ଫୋରକ ସାମଗ୍ରୀ ପୋଲିସ ହାତରେ ଲାଗିନଥିଲା । ପରେ ଏହା ଏକ ଗୁଜବ ବୋଲି ଜଣାପଡିଛି । କଲ ଆସିଥିବା ନମ୍ବରଟି କୋର୍ଟରେ କାର୍ଯ୍ୟରତ ଦତ୍ତାତ୍ରେୟ ଯାଦବ ନାମକ ଜଣେ ଆଇନଜୀବୀଙ୍କ ନାମରେ ପଞ୍ଜୀକୃତ ହୋଇଛି । ସମ୍ପୃକ୍ତ ଆଇନଜୀବୀଙ୍କୁ ଅଟକ ରଖାଯାଇ ଜେରା କରାଯାଇଥିବା ବେଳେ ସେ ଏହାକୁ ଖଣ୍ଡନ କରିବା ସହ ସେ ଏପରି କିଛି କରିନଥିବା କହିଛନ୍ତି । ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ନିକଟରେ ଦେଶର ଅର୍ଥନୈତିକ ରାଜଧାନୀ ମାୟାନଗରୀ ମୁମ୍ବାଇରେ ବିସ୍ଫୋରଣ, ଆତଙ୍କବାଦୀ ଆକ୍ରମଣ ନେଇ ଅନେକ ଥର ଧମକ ଆସିଛି । କେତେବେଳେ କଲ ତ, କେତେବେଳେ ମେଲରେ ସହରର ବ୍ୟବସ୍ତବହୁଳ ସ୍ଥାନରେ ବିସ୍ଫୋରଣ ନେଇ ଧମକ ମିଳିଛି । 26-11 ଆକ୍ରମଣ ପରେ ପୋଲିସ ଏସମସ୍ତ ଧମକକୁ ଗୁରୁତର ସହ ନେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.