ETV Bharat / bharat

ଏୟାରପୋର୍ଟରେ ବୋମା ବିସ୍ଫୋରଣ ନେଇ ଗୁଜବ ଟ୍ବିଟ ପଡିଲା ମହଙ୍ଗା, ଛାତ୍ର ଗିରଫ - ଘରୋଇ ବିମାନ ବନ୍ଦର

ମହାରାଷ୍ଟ୍ରର ଘରୋଇ ବିମାନ ବନ୍ଦରରେ ବୋମା ବିସ୍ଫୋରଣ ନେଇ ଗୁଜବ ଟ୍ବିଟ ପଡିଲା ମହଙ୍ଗା । ସୁରଟରୁ ଦ୍ବାଦଶ ଶ୍ରେଣୀର ଛାତ୍ର ଗିରଫ । ଅଧିକ ପଢନ୍ତୁ

tweet threat to airline company
tweet threat to airline company
author img

By

Published : Apr 3, 2023, 9:34 PM IST

ମୁମ୍ବାଇ: ମହାରାଷ୍ଟ୍ରର ଘରୋଇ ବିମାନ ବନ୍ଦର ଭିଲେ ପାର୍ଲେ ବିମାନ ବନ୍ଦରରେ ବୋମା ବିସ୍ଫୋରଣ ନେଇ ଗୁଜବ ଟ୍ବିଟ । ଗୁଜୁରାଟ ସୁରଟରୁ ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କୁ ଗିରଫ କଲା ଏୟାରପୋର୍ଟ ପୋଲିସ । ବୋମା ବିସ୍ଫୋରଣରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଛାତ୍ର ଜଣକ ଟ୍ବିଟ କରିଥିଲେ । ଏଭଳି ଗୁଜବ ଟ୍ବିଟ କରିଥିବା ନେଇ ଖବର ପାଇବା ପରେ ଏୟାରପୋର୍ଟ ପୋଲିସ ଛାତ୍ରଙ୍କୁ ଗିରଫ କରିଛି । ସେପଟେ ଗିରଫର ଗୋଟିଏ ଦିନ ପରେ ଛାତ୍ରକୁ ଜାମିନ ମିଳିଛି ।

ଏହି ଗିରଫ ଛାତ୍ରଙ୍କ ନାମ ଲକ୍ଷ୍ୟ ସଞ୍ଜୟ ଜୈନ ବୋଲି ଜଣାପଡ଼ିଛି । ମିଥ୍ୟ ସୂଚନା ଦେଇଥିବା ଅଭିଯୋଗରେ ବିମାନ ବନ୍ଦର ପୋଲିସ ତାଙ୍କୁ ଗିରଫ କରିଛି । ଗତ ୨ ଦିନ ପୂର୍ବରୁ ଛାତ୍ର ଜଣକ ଏହି ମିଥ୍ୟା ଟ୍ବିଟ କରି ବିମାନ ଦୁର୍ଘଟଣା ସମ୍ପର୍କରେ ଖବର ଦେଇଥିଲେ । ସେ ନିଜ ଟ୍ବିଟରେ ଲେଖିଥିଲେ ଯେ ବିମାନ ବନ୍ଦରରେ ବୋମା ରହିଥିବା ଯୋଗୁଁ ବିମାନ ଦୁର୍ଘଟଣା ଘଟିବାକୁ ଯାଉଛି । ଏହି ଟ୍ବିଟ ପରେ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଅଧିକାରୀ ଆଲର୍ଟରେ ରହିଥିଲେ ।

ଏହା ବି ପଢନ୍ତୁ- 'ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସଂସଦ ଓ ଦେଶ ଜାଣିବା ଉଚିତ'

ଏଥିଲାଗି ବିମାନ ଉଡାଣ ଭରିବା ପୂର୍ବରୁ ସମସ୍ତ ବିମାନକୁ ଭଲ ଭାବେ ଯାଞ୍ଚ କରାଯାଇଥିଲା । ମାତ୍ର ସେପରି କୌଣସି ସନ୍ଦିଗ୍ଧ ବସ୍ତୁକୁ ଠାବ କରାଯାଇନଥିଲା । ଯେତେବେଳେ ଜଣାପଡ଼ିଥିଲା ଯେ ଏହା ଏକ ଗୁଜବ ସୂଚନା, ସେତେବେଳେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏୟାରପୋର୍ଟ ପୋଲିସ ଆଇପିସି ଧାରା ୫୦୫(୧), ୫୦୬(ବି) ଅନୁଯାୟୀ ମାମଲା ରୁଜୁ କରିଥିଲା । କ୍ରାଇମବ୍ରାଞ୍ଚ ସହିତ ସ୍ଥାନୀୟ ପୋଲିସ ଅଜଣା ବ୍ୟକ୍ତିଙ୍କ ସନ୍ଧାନରେ ଲାଗିଥିଲା । ତଦନ୍ତ ସମୟରେ ଏହି ଟ୍ବିଟ ସୁରଟରୁ ହୋଇଥିବା ଜାଣିବାକୁ ପାଇଥିଲେ ପୋଲିସ । ଏହାପରେ ଉକ୍ତ ଦ୍ବାଦଶ ଶ୍ରେଣୀର ଛାତ୍ରଙ୍କ ନିକଟରେ ପହଞ୍ଚିଥିଲା ପୋଲିସ ।

ଏକ ତଦନ୍ତକାରୀ ଟିମ ଲକ୍ଷ୍ୟଙ୍କୁ ଗତକାଲି ପଚରାଉଚରା କରିଥିଲା । ସେ ନିଜ ମୋବାଇଲ ଫୋନରୁ ଫଟୋ ଅପଲୋଡ କରି ଟ୍ବିଟ କରିଥିବା କହିଥିଲା । ଏହାପରେ ପୋଲିସ ଛାତ୍ରଙ୍କୁ ଗିରଫ କରି ମୁମ୍ବାଇ ଆଣିଛି । ପୋଲିସ ଲକ୍ଷ୍ୟଙ୍କ ମୋବାଇଲ ଫୋନକୁ ଜବତ କରିଛି । ଲକ୍ଷ୍ୟର ବୟସ ଏବେ ୧୮ ବର୍ଷ ୨୦ ଦିନ ହୋଇଛି । ଗତ ୨୦ ଦିନ ପୂର୍ବରୁ ସେ ନିଜ ଜନ୍ମଦିନ ପାଳିଥିଲା । ସେପଟେ ମାର୍ଚ୍ଚ ୩୧ ତାରିଖରୁ ଦ୍ବାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ସେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.