ETV Bharat / bharat

ଆର୍ଯ୍ୟନଙ୍କୁ ମିଳିଲାନି ଜାମିନ, ବୁଧବାର ପରବର୍ତ୍ତୀ ଶୁଣାଣି

author img

By

Published : Oct 26, 2021, 6:58 PM IST

ଆର୍ଯ୍ୟନ ଖାନଙ୍କ ବେଲ ଆବେଦନ ଶୁଣାଣି ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ । ବମ୍ବେ ହାଇକୋର୍ଟରେ ଚାଲିଥିଲା ଶୁଣାଣି । ଅଧିକ ପଢନ୍ତୁ...

ଆସନ୍ତାକାଲିକୁ ସ୍ଥଗିତ ରହିଲା ଆର୍ଯ୍ୟନ ଖାନଙ୍କ ବେଲ ଆବେଦନ ଶୁଣାଣି
ଆସନ୍ତାକାଲିକୁ ସ୍ଥଗିତ ଆସନ୍ତାକାଲିକୁ ସ୍ଥଗିତ ରହିଲା ଆର୍ଯ୍ୟନ ଖାନଙ୍କ ବେଲ ଆବେଦନ ଶୁଣାଣିରହିଲା ଆର୍ଯ୍ୟନ ଖାନଙ୍କ ବେଲ ଆବେଦନ ଶୁଣାଣି

ମୁମ୍ବାଇ: ପୁଣି ଅଟକିଲା ଆର୍ଯ୍ୟନ ଖାନଙ୍କ ଜାମିନ । ବମ୍ବେ ହାଇକୋର୍ଟରେ ଆର୍ଯ୍ୟନ ଖାନଙ୍କ ବେଲ ଆବେଦନର ଶୁଣାଣି ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି କୋର୍ଟ । ତେବେ ଆସନ୍ତାକାଲି (ବୁଧବାର) ଅପରାହ୍ନ 2.30 ସମୟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆରମ୍ଭ ହେବ । ତେଣୁ ଆଉ ଗୋଟିଏ ଦିନ ଜେଲରେ ରହିବେ ଆର୍ଯ୍ୟନ ।

ଆଜି ଶୁଣାଣି ସମୟରେ, ଆର୍ଯ୍ୟନ୍ ଖାନ ଜଣେ ତରୁଣ ଯୁବକ, ତେଣୁ ତାଙ୍କୁ ଜେଲ ପରିବର୍ତ୍ତେ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଅଦାଲତ ଆଉ ଏକ ସୁଯୋଗ ଦେବା ଆବଶ୍ୟକ ବୋଲି ଯୁକ୍ତି ରଖିଥିଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ୍ ମୁକୁଲ ରୋହତଗୀ ।

ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ 23ବର୍ଷୀୟ ପୁଅ ଅର୍ଯ୍ୟନଙ୍କୁ ଅକ୍ଟୋବର 3ରେ ମୁମ୍ବାଇ ଉପକୂଳରେ ଏକ କ୍ରୁଜ ଜାହଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ମାମଲାରେ ଗିରଫ କରିଥିଲେ ନିଶା ନିୟନ୍ତ୍ରକ ବ୍ୟୁରୋ (ଏନସିବି) ।

ଆର୍ଯ୍ୟନ ଅକ୍ଟୋବର 8ରୁ ମୁମ୍ବାଇର ଆର୍ଥର ରୋଡ ଜେଲରେ ଅଛନ୍ତି । ତେବେ ଶୁଣାଣିରେ ଆର୍ଯ୍ୟନଙ୍କ ପାଖରେ କିଛି ନିଶା ଦ୍ରବ୍ୟ ମିଳି ନଥିବା ତାଙ୍କ ଓକିଲ ବାରମ୍ବାର ଯୁକ୍ତି ବଢିଥିଲେ ସୁଦ୍ଧା ତାଙ୍କ ବେଲ ଆବେଦନ ଗୋଟିଏ ପରେ ଗୋଟିଏ ତାରିଖ ଖାରଜ ହେବାରେ ଲାଗିଛି ।

ଏହା ପୂର୍ବରୁ 3 ଥର ଆର୍ଯ୍ୟନଙ୍କ ବେଲ ଆବେଦନ ଖାରଜ ହୋଇଥିଲା । ମୁମ୍ବାଇ ସେସନ କୋର୍ଟରେ ଜାମିନ ଆବେଦନ ଖାରଜ ହେବାକୁ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଆର୍ଯ୍ୟନ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.